ଘରେ ବସି ବି ବନାଇ ପାରିବେ ନିଜ ଭୋଟର କାର୍ଡ ! ଜାଣନ୍ତୁ ପୂରା ପ୍ରକ୍ରିୟା

73

ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି ,ତେବେ ଘରେ ବସି ବି ଆପଣ ଆପଣଙ୍କର ଭୋଟର ଆଇଡ଼ି କାର୍ଡ଼କୁ ତିଆରି କରି ପାରିବେ । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହେବାର ୧ ମାସ ମଧ୍ୟରେ ହିଁ ଆପଣଙ୍କ ପାଖରେ ଯାଇ ଆପଣଙ୍କର Voter ID କାର୍ଡ଼ ପହଞ୍ଚିଯିବ । କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ ଫଲୋ କରିବାକୁ ପଡିବ । ଯାହା ବିଷୟରେ ଆମେ ନିମ୍ନରେ ଆଲୋଚନା କରିଛୁ ।

• ପ୍ରଥମତଃ ଆପଣଙ୍କୁ ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲର ଓ୍ଵବ୍ସାଇଟ୍ ତଥା -www.nvsp.inକୁ ଯିବାକୁ ପଡ଼ିବ ।

• ଏଠାରେ ନଜର ଆସୁଥିବା ‘Apply online for registration of new voter’ର ଅପସନଟି ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

• ଏଥିସହିତ ଆପଣଙ୍କୁ ଏଠାରେ ଏକ ଅପସନ୍ ମିଳିବ । ଏହାପରେ ଆପଣ ଏଠାରେ କ୍ଲିକ୍ କରନ୍ତୁ ।

• ତେବେ ଏହାକୁ କ୍ଲିକ୍ କରିବା ମାତ୍ରକେ ଉକ୍ତ ଫର୍ମଟି ଖୋଲିଯିବ । ଏହାପରେ ଆପଣଙ୍କୁ ଏଥିରେ ରହିଥିବା ସମସ୍ତ ଅପସନକୁ ଭରିବାକୁ ହେବ ଏବଂ ଏନେଇ ସପୋର୍ଟେଡ଼୍ ଡ଼କ୍ୟୁମେଣ୍ଟସକୁ ମଧ୍ୟ ଅପଲୋଡ଼୍ କରିବାକୁ ହେବ ।

• ଆପଣଙ୍କୁ ମନେ ରଖିବାକୁ ହେବ ଯେ,ଯେପରି ଆପଣ ଏହାକୁ ସତର୍କତାର ସହିତ ପୂରଣ କରନ୍ତି । କାରଣ ଏଥିରେ ଆପଣଙ୍କ ଦ୍ୱାରା ହୋଇଥିବା ଗୋଟିଏ ହିଁ ଭୁଲ୍ ଆପଣଙ୍କ ଭୋଟର୍ ଆଇଡ଼ି କାର୍ଡ଼ରେ ନଜର ଆସିଯିବ।

• ଏହାପରେ ଆପଣଙ୍କୁ ଏଠାରେ ଆପଣଙ୍କର କଲର୍ ଫଟୋକୁ ହ୍ଵାଇଟ୍ ବ୍ୟାକଗ୍ରାଉଣ୍ଡରେ ଅପଲୋଡ଼୍ କରିବାକୁ ହେବ ।

• ଏଥିସହିତ ଆପଣ ଯେବେବି ଆପଣଙ୍କ ଭୋଟର ଆଇଡ଼ି କାର୍ଡ଼କୁ ଆପ୍ଲାଇ କରିବେ, ଏହାର ତତକ୍ଷଣାତ୍ ଇଲେକ୍ସନ କମିଶନ ଅଧିକାରୀ ଆପଣଙ୍କର ସାର୍ଟିଫିକେଟକୁ ଭେରିଫିକେସନ୍ କରିବେ ।

• ଏହାପରେ ଆପଣଙ୍କର ଭୋଟର ପରିଚୟ ପତ୍ରଟି ଆପଣଙ୍କ ପାଖକୁ ୧ ମାସ ମଧ୍ୟରେ ଡାକ ଜରିଆରେ ଆପଣଙ୍କ ଘର ମଧ୍ୟରେ ପହଞ୍ଚିଯିବ ।