କମ୍ପ୍ୟୁଟର ଭଳି ମୋବାଇଲରେ ବି ବନାଇ ପାରିବେ ରିସାୟକଲ ବିନ ! ଜାଣନ୍ତୁ ପୂରା ପ୍ରକ୍ରିୟା

43

ଆପଣଙ୍କ ଦ୍ୱାରା ଯଦି କୌଣସି କମ୍ପ୍ୟୁଟରରୁ ଭୁଲରେ ବି କିଛି ଡିଲିଟ୍ ହୋଇଯାଏ ତେବେ ଆପଣ ତାକୁ ରିସାୟକଲ ବିନକୁ ଯାଇ ସହଜରେ ପାଇପାରିବେ । ହେଲେ ଏହି ସମସ୍ୟା ଯଦି ମୋବାଇଲରେ ଘଟେ ତେବେ ଡିଲିଟ୍ ହୋଇଯାଇଥିବା ଡାଟାକୁ ପୁଣି ଥରେ ପାଇବା ଅସମ୍ଭବ ଅଟେ । ତେଣୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାଦ୍ୱାରା ଆପଣ ଆପଣଙ୍କର ସ୍ମାର୍ଟଫୋନରେ ବି କମ୍ପ୍ୟୁଟର ଭଳି ଏକ ରିସାୟକଲ ବିନ ତିଆରି କରିପାରିବେ । ତେବେ ନିମ୍ନରେ ଏହାର ବ୍ୟବହାର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ସ୍ମାର୍ଟଫୋନରେ ରିସାୟକଲ ବିନ ତିଆରି କରିବା ପାଇଁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କର ଫୋନରେ  Dumpster କିମ୍ବା  ES File Explorer ମଧ୍ୟରୁ କୌଣସି ଗୋଟିଏ ଆପକୁ ଡାଉନଲୋଡ କରିବାକୁ ହେବ । ଏଠାରେ ଆମେ ଆପଣଙ୍କୁ Dumpsterର ବ୍ୟବହାର ସଂପର୍କରେ ଜଣାଇବାକୁ ଯାଉଛୁ । ଏହି ଆପ ମୋବାଇଲରେ ଡାଉନଲୋଡ କରିବା ପରେ ସର୍ବ ପ୍ରଥମେ ଏହା ଆପଣଙ୍କର ୱେଲକମ କରିବ, ଏହାପରେ ଆପଣଙ୍କୁ ଡେମୋ ପାଇଁ ସଜେଷ୍ଟ କରିବ । ଏଭଳି କରିବା ଦ୍ୱାରା ଆପଣଙ୍କର ଫୋନରେ ରିସାୟକଲ ବିନ ତିଆରି ହୋଇଯିବ । ଏବେ ଆପଣ ଏହାର ବ୍ୟବହାର କରିପାରିବେ । ଏହାକୁ ଓପନ କରିବା କ୍ଷଣି ପ୍ରଥମେ ଏଠାରେ ଆପଣଙ୍କୁ କିଛି ନଜର ଆସିବ ନାହିଁ କାରଣ ଆପଣ ଏଯାବତ କିଛି ବି ଡାଟା ଆପଣଙ୍କର ମୋବାଇଲରୁ ଡିଲିଟ କରିନାହାଁନ୍ତି । ଯଦି ଆପଣ ଏହାକୁ ଚେକ୍ କରିବାକୁ ଚାହୁଁଛନ୍ତି ତେବେ କୌଣସି ଫଟୋ କିମ୍ବା ଭିଡିଓ ଡିଲିଟ କରି ଦେଖି ପାରିବେ ।

ଖାଲି ସେତିକି ନୁହେଁ , ଆପଣ ଚାହିଁଲେ ଏହି ଡାଟାକୁ ପୁଣି ଥରେ ଆପଣଙ୍କର ମୋବାଇଲରେ ରିଷ୍ଟୋର କରିପାରିବେ । ଏହି ଆପରେ ଆପଣ ଟାଇମ ବି ସେଟ୍ କରିପାରିବେ । ଯାହାଦ୍ୱାରା କିଛିଦିନ ପରେ ଏଥିରୁ ପୁରୁଣା ଫାଇଲ ଆପଣାଛାଏଁ ଡିଲିଟ୍ ହୋଇଯିବ । ଆପଣ ଚାହିଁଲେ ଏହି ଆପରେ ପାସୱାର୍ଡ ମଧ୍ୟ ସେଟ୍ କରିପାରିବେ ଯାହାଦ୍ୱାରା ଡିଲିଟ ହୋଇଯାଇଥିବା ଫାଇଲ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଦେଖି ପାରିବେ ନାହିଁ ।