ବିନା ସିମ କାର୍ଡରେ ବି ହୋଇପାରିବେ କଥାବାର୍ତ୍ତା ଆଉ ସେ ବି ପୂରା ମାଗଣାରେ ! ଜାଣନ୍ତୁ ପୂରା ପ୍ରକ୍ରିୟା

55

ଫୋନ କରିବାକୁ ହେଲେ ସର୍ବପ୍ରଥମେ ସିମ୍ କାର୍ଡର ଆବଶ୍ୟକତା ପଡିଥାଏ । ଏଭଳି ପରିସ୍ଥିତିରେ ଅନେକ ସମୟରେ ଏପରି ହୋଇଥାଏ କି ଆପଣଙ୍କର ସିମକାର୍ଡ କାମ କରିବା ବନ୍ଦ କରିଦେଇଥାଏ କିମ୍ବା ଆପଣଙ୍କ ନିକଟରେ ଆପଣଙ୍କର ଫୋନ ନଥାଏ ତେବେ ଏହି ସମୟରେ ବଡ ପ୍ରଶ୍ନ ହେଲା କି ଆପଣ କୌଣସି ନମ୍ବରକୁ କଲ କରିବେ କିପରି ? ତେବେ ଗୁଗଲ ପ୍ଲେ ଷ୍ଟୋରରେ ଏଭଳି ଅନେକ ଆପ ଉପଲବ୍ଧ ରହିଛି, ଯାହା ଜରିଆରେ ଆପଣ ବିନା ସିମକାର୍ଡରେ ବି ଫୋନ କରିପାରିବେ । ହେଲେ ଯଦି ଆପଣ ଏହି ଆପଗୁଡିକର ବ୍ୟବହାର କରିବାକୁ ଚାହୁଁ ନଥାନ୍ତି ତେବେ ଅନଲାଇନରେ ଏଭଳି ଅନେକ ୱେବସାଇଟ୍ ମଧ୍ୟ ରହିଛି ଯେଉଁଠି ଆପଣ ବିନା ସିମକାର୍ଡରେ କଲ କରିପାରିବେ ଆଉ ସେ ପୁଣି ସଂପୂର୍ଣ୍ଣ ମାଗଣାରେ । ଏପରି ଏକ ଉପାୟ ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିପାରେ ।

• ସର୍ବପ୍ରଥମେ ଆପଣ ଆପଣଙ୍କ ପିସି କିମ୍ବା ସ୍ମାର୍ଟଫୋନର ବ୍ରାଉଜରକୁ ଯାଆନ୍ତୁ ଏବଂ ସେଠାରେ ଗୁଗଲ ପ୍ଲେ ଷ୍ଟୋରରେ ‘ରିଭେଲ୍ ନେମ’ ଟାଇପ୍ କରନ୍ତୁ ।

• ଟାଇପ୍ କରିବା ପରେ ଯେଉଁ ଅପସନ ସବା ଉପରେ ନଜର ଆସିବ ତା ଉପରେ କ୍ଲିକ୍ କରନ୍ତୁ ।

• ଏଠାରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କ ଏକ ୱେବସାଇଟ୍ ନଜର ଆସିବ । ଏହି ୱେବସାଇଟ୍ ଏକ ଫୋନର ସିମ୍ବଲ ଥିବା ନଜର ଆସିବ, ଏଥିରେ ଏକ ‘ଲୁକ୍ ଅପ’ର ଅପସନ ନଜର ଆସିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ଏଠାରେ ଅନେକ ସାରା ଦେଶ ଏବଂ ସେମାନଙ୍କ କୋଡ ନଜର ଆସିବ, ଏଥିମଧ୍ୟରୁ ଆପଣଙ୍କୁ ଆପଣଙ୍କ ଦେଶର ନାଁ ଚୟନ କରିବାକୁ ହେବ ।

• ଦେଶ ଚୟନ କରିବା ପରେ ସର୍ଚ୍ଚ ଅପସନରେ ସେହି ନମ୍ବରକୁ ଟାଇପ କରନ୍ତୁ ଯେଉଁଥିରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ନମ୍ବର ଟାଇପ କରିବା ପରେ ନିମ୍ନ ଭାଗରେ ନୀଳ ରଙ୍ଗରେ ଏକ ‘କଲ’ର ବଟନ ନଜର ଆସିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ତେବେ ଏହି କଲ ବଟନରେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କ ‘ଫୋନ କନେକ୍ଟ’ ହୋଇଯିବ । ଏହାର ଗୋଟିଏ ବିଶେଷତ୍ୱ ହେଲା କି ଆପଣଙ୍କର ନମ୍ବର ଆପଣ କରୁଥିବା ବ୍ୟକ୍ତିଙ୍କୁ ନଜର ଆସିବ ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଏଭଳି ପ୍ରକାରର ଅନେକ ସାରା ଅନଲାଇନ ୱେବସାଇଟ ରହିଛି, ଯେଉଁଥିରେ ଆପଣ ମାଗଣାରେ କଲ କରିପାରିବେ । ଆଉ ସେବ ବି ବିନା କୌଣସି ସିମକାର୍ଡରେ । ଏହାବ୍ୟତୀତ ଗୁଗଲ ପ୍ଲେ ଷ୍ଟୋରରେ ମଧ୍ୟ ଅନେକ ଆପ ଉପଲବ୍ଧ ରହିଛି, ଯାହାକୁ ଆପଣ ଡାଉନ ଲୋଟ କରି କଥା ହୋଇପାରିବେ ।