ଫୋନ ଚୋରି ହୋଇଗଲେ ବି ରହିବ ନାହିଁ ଟେନସନ୍ । ଆପଣାନ୍ତୁ ଏକ ସରଳ ଟ୍ରିକ୍, ଥରକରେ ହିଁ ବନ୍ଦ ହୋଇଯିବ ସମସ୍ତ ଡିଭାଇସରୁ ଫେସବୁକ୍ 

43

ସାଧାରତଃ ଅଧିକାଂଶ ଲୋକେ ନିଜର ସ୍ମାର୍ଟଫୋନରେ ଫେସବୁକ ବ୍ୟବହାର କରୁଥିବେ ।  ହେଲେ ଥରେ ଚିନ୍ତା କରନ୍ତୁ ତ ଯଦି ଆଣପଣଙ୍କ ଫୋନଟି ଚୋରି କିମ୍ବା ହଜି ଯାଏ ତେବେ  ଫୋନରେ ଓପନ ରହିଥିବା ସମସ୍ତ ସାଇଟ୍ କିମ୍ବା ଆକାଉଂଟଗୁଡିକର କଣ ହେବ ? ଏହାଦ୍ୱାରା ଆପଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏପରିକି ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ଲିକ୍ ମଧ୍ୟ ହୋଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଏକ ଟ୍ରିକ୍ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିବ । ଆମେ ଆଜି ଆପଣଙ୍କୁ ଜଣାଇବୁ କି କିଭଳି ଆପଣ ଆପଣଙ୍କର କମ୍ପ୍ୟୁଟରରୁ ନିଜ ଫେସବୁକ୍ ଆକାଉଂଟକୁ ହଜି ଯାଇଥିବା ଫୋନରୁ ଲଗଆଉଟ୍ କରିପାରିବେ ।

• ସର୍ବପ୍ରଥମେ ନିଜ କମ୍ପ୍ୟୁଟର କିମ୍ବା ଲାପଟପରୁ ନିଜର ଫେସବୁକ୍ ଆକାଉଂଟରେ ଲଗଇନ  କରିବାକୁ ହେବ । ଏହାପରେ ଫେସବୁକର ସେଟିଂକୁ ଯାଆନ୍ତୁ ।

• ଏହାପରେ ଏହାର ଠିକ୍ ଉପରି ଭାଗର ଠିକ୍ ଡାହାଣ ପଟରେ ଥିବା ତୀର ମାର୍କ ଉପରେ କ୍ଲିକ୍ କରିବାକୁ ପଡିବ ।

• ଏହା ଉପରେ କ୍ଲିକ କରିବା କ୍ଷଣି ହିଁ ଏଠାରେ ଏକ ନୂଆ ପେଜ ଖୋଲିଯିବ । ଯାହାର ଠିକ୍ ବାମ ପାଶ୍ୱରେ ଲେଖାଯାଇଥିବା ଫସବୁକ୍ ତଳେ ଅନେକ ଅପସନ ନଜର ଆସିବ । ତେବେ ଏହି ସମସ୍ତ ଅପସନ ମଧ୍ୟରୁ ଦ୍ୱିତୀୟ ନମ୍ବରରେ ଥିବା ସିକ୍ୟୁରିଟି ଆଣ୍ଡ ଲଗଇନ ଉପରେ କ୍ଲିକ୍ କରିବାକୁ ହେବ । କ୍ଲିକ୍ କରିବା  ପରେ ଏଠାରେ ଏକ ନୂଆ ପେଜ ଖୋଲି ଯିବ ।

• ଏହାପରେ ଏହାର ତୃତୀୟ ନମ୍ବର ଉପରେ ଲଗଇନର ବକ୍ସ ନଜର ଆସିବ । ଏଥି ମଧ୍ୟରୁ  ଏଥିରେ ପାସୱାର୍ଡ ବଦଳାଇବାର ଏକ ଅପସନ ନଜର ଆସିବ । ଏବେ ଏହି ଅପସନ ଉପରେ କ୍ଲିକ୍ କରନ୍ତୁ ।

• କ୍ଲିକ କରିବା କ୍ଷଣି ହିଁ  ଏହାର ଠିକ୍ ତଳେ ନୂଆ ପାସୱାର୍ଡ ଦେବାର ଅପସନ ନଜର ଆସିବ । ଯେଉଁଠାରେ ଆପଣଙ୍କର ପୁରୁଣା ପାସୱାର୍ଡ ପୂର୍ବରୁ ହିଁ ରହିଥିବ ଆଉ ଯାହାକୁ ଆପଣ ହଟାଇ ଏକ ନୂଆ ପାସୱାର୍ଡ ଦେବାକୁ ପଡିବ ।

• ଏହାପରେ ଏଠାରେ ନଜର ଆସୁଥିବା ସେଭ ଚେନଜେସ ଉପରେ କ୍ଲିକ  କରିବାକୁ ହେବ । ଏଭଳି କରିବା ପରେ ଆପଣଙ୍କର ଫେସବୁକ ଆକାଉଂଟର ପାସୱାର୍ଡ ବଦଳିଯିବ ।

• ଏବେ ଏକ ପପ ଅପ ୱିଣ୍ଡୋ ଖୋଲି ଯିବ । ଏହାପରେ ଏଠାରେ ପୁଣି ଦୁଇଟି ଅପସନ ନଜର ଆସିବ । ପ୍ରଥମ ଅପସନଟିରେ ସମସ୍ତ ଡିଭାଇସରେ ପୂର୍ବରୁ ଲଗଇନ ହୋଇଥିବା ଆପଣଙ୍କର ଫେସବୁକ୍ ଆକାଉଂଟକୁ ଲଗଆଉଟ କରିବାକୁ ହେବ ।

• ଏହା ଉପରେ କ୍ଲିକ କରି ଏହାକୁ କଂଟିନ୍ୟୁ କରିବା ଦ୍ୱାରା ସବୁଜାଗାରେ ରହିଥିବା ଆପଣଙ୍କର ଫେସବୁକ୍ ଆକାଉଂଟ ଲଗଆଉଟ ହୋଇଯିବ ।

• ସେହିପରି ଯଦି ଆପଣ ଅନ୍ୟ ଅପସନଟିକୁ ସିଲେକ୍ଟ କରିବେ ତେବେ ଯେଉଁ ଯେଉଁ  ଡିଭାଇସରେ ବି ଫେସବୁକ୍ ବ୍ୟବହାର କରୁଥିଲେ ସେଥିରେ ଚାଲୁ ରହିଥିବ ।