ମୋବାଇଲ ଜରିଆରେ ଆଧାର ଲିଙ୍କ କରୁଛନ୍ତି କି ? ତେବେ କରନ୍ତୁ ନାହିଁ ଏହି ଦୁଇଟି ଭୁଲ , ନଚେତ୍ ଅସୁବିଧାରେ ପଡିପାରନ୍ତି ଆପଣ

29

ବର୍ତ୍ତମାନ ସମୟରେ ଆଧାର ନା ହିଁ କେବଳ ଜଣେ ବ୍ୟକ୍ତି ପାଇଁ ପରିଚୟ ପତ୍ର ପାଲଟିଛି ବରଂ ସୋସିଆଲ ସୁକ୍ୟୁରିଟି ସ୍କିମମାନଙ୍କର ଲାଭ ଉଠାଇବା ପାଇଁ ବି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । କେନ୍ଦ୍ରସରକାରଙ୍କ ଦ୍ୱାରା ଚଳିତ ବର୍ଷ ଆରମ୍ଭରେ ଘୋଷଣା କରାଯାଇଥିଲା କି ଗ୍ରାହକମାନେ ନିଜ ନିଜର ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବାକୁ । ଖାଲି ସେତିକି ନୁହେଁ ଏଥିପାଇଁ ମଧ୍ୟ ଏକ ନିର୍ଦ୍ଦଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ପ୍ରଥମେ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ୬ ଫେବୃଆରୀ ୨୦୧୮ ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ୩୧ ମାର୍ଚ୍ଚ ୨୦୧୮ଯାଏଁ ବଢାଇଦିଆଯାଇଛି ।

ତେବେ ମୋବାଇଲ ଏବଂ ଆଧାର ଲିଙ୍କ କରିବାଦ୍ୱାରା ଅନେକ ଲାଭ ରହିଛି । ଅର୍ଥାତ୍ ଏହାଦ୍ୱାରା ଆପଣ ଆଧାରର ବ୍ୟବହାର କରିବା ସହିତ ନିଜର ଆଇଟିଆରକୁ ଭେରିଫାଏ କରିପାରିବେ । ଏହାବ୍ୟତୀତ ଇ-ଆଧାର ଡାଉନଲୋଡ କରିବା ପାଇଁ ମଧ୍ୟ ଓଟିପି ଜରୁରୀ ରହିଛି । ଯାହାକୁ ଆପଣଙ୍କ ମୋବାଇଲ ନମ୍ବରକୁ ହିଁ ପଠାଯାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଆପଣ ଆପଣଙ୍କ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବେ । ତେବେ ଆସନ୍ତୁ ଜାଣିବା ସେସଂପର୍କରେ ।

ଏଠାରେ ଆମେ କହିରଖୁଛୁ କି, ଆଧାର-ମୋବାଇଲ ଲିଙ୍କ କରିବା ସମୟରେ ଆପଣଙ୍କ ସାମ୍ନାରେ ଦୁଇଟି ସ୍ଥିତି ରହିଥାଏ । ଯାହା ସଂପର୍କରେ ଆପଣଙ୍କର ଜ୍ଞାନ ଥିବା ନିଶ୍ଚୟ ଆବଶ୍ୟକ । ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ପ୍ରଥମଟି ହେଲା, ଆଧାର-ମୋବାଇଲକୁ ପ୍ରଥମ ଥର ପାଇଁ ଲିଙ୍କ କରିବା ଏବଂ ଅନ୍ୟଟି ହେଲା, ଯଦି ଆପଣ ଆପଣଙ୍କର ମୋବାଇଲ ନମ୍ବର ବଦଳାଇଛନ୍ତି ଏବଂ ଆପଣ ପୁରୁଣା ନମ୍ବର ସ୍ଥାନରେ ନୂଆ ନମ୍ବର ଅପଡେଟ୍ କରିବାକୁ ଚାହୁଁଛନ୍ତି ।

ନିଜ ମୋବାଇଲ ନମ୍ବର ଏବଂ ଆଧାରକୁ ପ୍ରଥମ ଥର ଲିଙ୍କ କରିବା

ଏହି ପ୍ରକ୍ରିୟା ଆପଣଙ୍କୁ ଅଫଲାଇନରେ ହିଁ କରିବାକୁ ପଡିବ । ଅଧିକ ଅନଲାଇନ ଟ୍ରାଂନଜାକସନ ଓଟିପି ଅଥନ୍ଟେିକେଟେଡ ହୋଇଥାଏ । ଏଥିରେ ଆପଣଙ୍କୁ ରେଜିଷ୍ଟର୍ଡ ନମ୍ବରରେ ପାସୱାର୍ଡ ପଠାଯାଇଥାଏ । ଯଦି ଆପଣ ଆପଣଙ୍କର ମୋବାଇଲ ନମ୍ବର ପ୍ରଥମ ଥର ଆଧାର ସହ ଲିଙ୍କ କରୁଛନ୍ତି ତେବେ ଏହା ଅନଲାଇନରେ ଅସମ୍ଭବ । ଆପଣଙ୍କୁ ଏଥିପାଇଁ ଅଫଲାଇନରେ ହିଁ ନିଜର ଟେଲିକମ ଅପରେଟରଙ୍କ ନିକଟକୁ ଯାଇ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ହେବ ।

ଆଧାରରେ ନିଜର ମୋବାଇଲ ନମ୍ବର ଅପଡେଟ କରିବା

ଆଧାରରେ ନିଜର ମୋବାଇଲ ନମ୍ବର ଆପଣ ଅନଲାଇନରେ ବି ଅପଡେଟ କରିପାରିବେ । ହେଲେ ଏଥିପାଇଁ ଜରୁରୀ ଅଟେ କି ଆପଣ ଚାଲୁ କରୁଥିବା ନମ୍ବରଟି ଆଧାର ସହିତ ଲିଙ୍କ ହୋଇଛି କି ନାହିଁ । କାରଣ ଆପଣ ଆପଣଙ୍କର ପୁରୁଣା ନମ୍ବରରେ ଆସିଥିବା ଓଟିପିକୁ ସବମିଟ୍ କରି ହିଁ ନୂଆ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିପାରିବେ । ମୋବାଇଲ ନମ୍ବରକୁ ଅପଡେଟ କରିବା ପାଇଁ ଆପଣଙ୍କୁ ଆଧାର ନମ୍ବର କ୍ୟାପଟା ଟେକ୍ସଟ ଏବଂ ପୁରୁଣା ନମ୍ବରରେ ଆସିଥିବା ଓଟିପିକୁ ଦେବାକୁ ହେବ । ଏହାପରେ ଆପଣଙ୍କୁ ଅପଡେଟ ମୋବାଇଲ ନମ୍ବରକୁ ସିଲେକ୍ଟ କରିବାକୁ ହେବ । ଏହାପରେ ଆପଣଙ୍କୁ ମାବାଇଲ ନମ୍ବର ଦେଇ ତାକୁ ସେଠାରେ ସବମିଟ କରିବାକୁ ହେବ ।