ବିନା ଲଗଇନରେ କରନ୍ତୁ ଆଧାର ସହ ପିଏଫ ଆକାଉଂଟକୁ ଲିଙ୍କ ! ଏ ହେଉଛି ସଂଯୋଗ କରିବାର ୫ଟି ସୋପାନ

64

ସରକାର ଗୋଟିଏ ପରେ ଗୋଟିଏ ସମସ୍ତ ଯୋଜନାଗୁଡିକୁ ଆଧାର ସହ ଲିଙ୍କ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫୋନ, ରାସନ କାର୍ଡ, ବ୍ୟାଙ୍କ ଖାତାଠାରୁ ଆରମ୍ଭ କରି ଏବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫ ଆକାଉଂଟକୁ ବି ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଏବେ ଏହି ଖାତାରେ ଆପଣ ବିନା ଲଗଇନରେ ବି ଘରେ ବସି ମାତ୍ର  ୫ଟି ଷ୍ଟେପରେ ଆଧାର ସହ ଲିଙ୍କ କରିପାରିବେ । ତେବେ କିପରି ଜାଣନ୍ତୁ ।

• ସର୍ବପ୍ରଥମେ ଆପଣ ଇପିଏଫଓର ୱେବସାଇଟ ତଥା epfindia.gov.in କୁ ଯାଆନ୍ତୁ । ୱେବସାଇଟର ହୋମପେଜରେ ହିଁ ଆପଣଙ୍କୁ ବାମ ପାଶ୍ୱରେ Online Services ନାମକ ଟ୍ୟାବ ନଜର ଆସିବ ଯାହାର ତଳ ଭାଗକୁ ଅନେକ ଅପସନ ନଜର ଆସିବ । ସେହିପରି ସବୁଠାରୁ ନିମ୍ନ ଭାଗରେ eKYC Portal ନାମକ ଅପସନ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ଏହାପରେ ଏଠାରେ ଏକ ପେଜ ଖୋଲିବ ଯାହାର ଉପର ଭାଗରେ ଲଗଇନର ଅପସନ ନଜର ଆସିବ । ଏବଂ ଏହାର ଠିକ୍ ତଳ ଭାଗରେ TRACK EKYC ଏବଂ LINK UAN AADHAAR ଅପସନ ନଜର ଆସିବ । ଦୁଇଟି ଯାକ ମଧ୍ୟରୁ ସେକେଣ୍ଡ ଅପସନ ତଥା ଲିଙ୍କ ୟୁଏଏନ ଆଧାର ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଯେଉଁ ପେଜ ଏଠାରେ ଖୋଲିବ ସେଥିରେ କିଛି ତଥ୍ୟ ଆପଣଙ୍କୁ ଦେବାକୁ ପଡିବ । ଏହି ଫର୍ମରେ ୟୁଏଏନ ନମ୍ବର, ଏବଂ ଇପିଏଫରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବର ଦେଇ ଜେନରେଟ୍ ଓଟିପି ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ପୁଣି ଆପଣ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଓଟିପି ପ୍ରାପ୍ତ ହେବ, ଯାହାକୁ ଓଟିପି ଥିବା କଲମରେ ଦାଖଲ କରନ୍ତୁ । ପୁଣି ଆଧାର ନମ୍ବର ମଧ୍ୟ ଦିଅନ୍ତୁ ଏବଂ ଏଠାରେ ନଜର ଆସୁଥିବା ସବମିଟ୍ ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ  ଆପଣଙ୍କର ଆଧାର ସହ ଲିଙ୍କ ହୋଇଥିବା ନମ୍ବରକୁ ଓଟିପି କୋଡ ଆସିବ ।

• ଏହି ଓଟିପି କୋଡକୁ ଏଠାରେ ଦାଖଲ କରନ୍ତୁ । ଆପଣଙ୍କର ୟୁଏଏନ ଆଧାର ସହିତ ଲିଙ୍କ ହୋଇଯିବ । ହେଲେ ଏଥିପାଇଁ ଜରୁରୀ ଅଟେ କି ଆପଣଙ୍କର ଆଧାର ଏବଂ ଇପିଏଫ ଖାତା ପାଇଁ ଦିଆଯାଇଥିବା ସମସ୍ତ ଡିଟେଲ୍ସ ସମାନ କି ନୁହେଁ । ଯଦି ଉଭୟଙ୍କ ମଧ୍ୟରେ ସାମାନତା ନହୁଏ ତେବେ ପିଏଫ ଖାତା ଲିଙ୍କ ହେବ ନାହିଁ । ଯଦି ଦୁଇଟି ଡିଟେଲ ସମାନ ହୋଇଥିବ ତେବେ ଇପିଏଫ ଆକାଉଂଟ ହୋଲଡର ଆଧାର ଲିଙ୍କ ହେବା ପରେ ଆଧାର ଲିଙ୍କ ଜନିତ ସମସ୍ତ ସେବାର ଲାଭ ମଧ୍ୟ ଉଠାଇପାରିବେ ।