ଜାଣନ୍ତୁ, କିପରି କରିବେ ଆଧାର କାର୍ଡ ନମ୍ବରକୁ ପାନ୍ କାର୍ଡ ସହିତ ସଂଯୋଗ?

87

ଇନକମ୍ ଟ୍ୟାକ୍ସ ଫାଇଲ କରିବା ପାଇଁ ଏବେ ପାନ୍ କାର୍ଡକୁ ଆଧାର ନମ୍ବର ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରିଦିଆଯାଇଛି । ଯଦି ଆପଣ ଆପଣଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହିଁନ୍ତି ତେବେ ଆପଣ ମଧ୍ୟ ଘରେ ବସି ଆପଣଙ୍କର ପାନ୍ ନମ୍ବରକୁ ଆଧାର ନମ୍ବର ସହିତ ସଂଯୋଗ କରିପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

• ଏଥିପାଇଁ ପ୍ରଥମେ ଆପଣ ଗୁଗଲକୁ ଯାଇ ଇନକମ୍ ଟ୍ୟାକ୍ସ ଲେଖି ଏକ ବ୍ରାଉଜର ଖୋଲନ୍ତୁ । ଏହାପରେ ଏକ ବ୍ଲାଙ୍କ ପେଜ୍ ଓପନ୍ ହୋଇଯିବ । ତେବେ ଉକ୍ତ ପେଜରେ ଦର୍ଶାଯାଇଥିବା ‘ରେଜିଷ୍ଟର ହିୟର’ ଉପରେ କ୍ଲିକ୍ କରନ୍ତୁ । ଏହାପରେ ବ୍ୟୁରୋ ଦେଇ ‘ଓଟିପି ଭେରିଫିକେସନ’ ଉପରେ ‘ପାସୱାର୍ଡ’ ତିଆରି କରନ୍ତୁ । ଏହାପରେ ‘ଲଗଇନ୍’ କରନ୍ତୁ ।

• ଯଦି ଆପଣଙ୍କର ପୂବରୁ ହିଁ ଆକାଉଂଟ ରହିଛି ତେବେ ଆପଣଙ୍କୁ କେବଳ ‘ଲଗଇନ୍’ କରିବାକୁ ପଡିବ । ଏହାପରେ ସେଠାରେ ଦର୍ଶାଯାଇଥିବା ‘ୟୁଜର୍ସ ଆଇଡି’ରେ ନିଜର ପାନ୍ ନମ୍ବର ଟାଇପ୍ କରନ୍ତ ଦିଅନ୍ତୁ ଓ ପରେ ପାସୱାର୍ଡ ଏବଂ ସେଥିରେ ପୂର୍ବରୁ ଦର୍ଶା ଯାଇଥିବା ‘କ୍ୟାପଚା କୋଡ’ ଦିଅନ୍ତୁ ଏବଂ ଶେଷରେ ‘ଲଗଇନ୍’ କରନ୍ତୁ ।

• ଏହାପରେ ସେଠାରେ ଏକ ‘ପପ୍ ଅପ୍ ୱିନଡୋ’ ନଜର ଆସିବ ଯେଉଁଥିରେ ଆପଣଙ୍କୁ ନିଜ ଆଧାର ନମ୍ବରକୁ ଲିଙ୍କ୍ କରିବାକୁ କୁହାଯିବ । ଏହାପରେ ଆଧାର ନମ୍ବର ଦିଅନ୍ତୁ ଏବଂ ପୁଣି ଥରେ ସେଠାରେ ଦର୍ଶାଯାଇଥିବା ‘କ୍ୟାପଚା କୋଡ’କୁ ଲେଖନ୍ତୁ ଏବଂ ଶେଷରେ ‘ଲିଙ୍କ୍ ନାଓ’ ଉପରେ କ୍ଲିକ୍ କରନ୍ତୁ ।

• ଯଦି ଆପଣଙ୍କୁ ପପ୍ ଅପ୍ ୱିନଡୋ ନଜର ଆସୁନାହିଁ ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଅନ୍ୟ ଉପାୟରେ ମଧ୍ୟ ଆପଣ ଦୁଇଟି ଯାକ ନମ୍ବରକୁ ଅତି ସହଜରେ ଲିଙ୍କ କରିପାରିବେ । ତେଣୁ ଏଥିପାଇଁ ଆପଣଙ୍କୁ ସେଠାରେ ଥିବା ‘ଟପ୍ ମେନ୍ୟୁ’ରେ ଲେଖାଯାଇଥିବା ‘ପ୍ରୋଫାଇଲ୍ ସେଟିଂ’କୁ ଯାଇ ଲିଙ୍କ୍ ଆଧାର ଲେଖାଯାଇଥିବା ବିକଳ୍ପ ଉପରେ କ୍ଲିକ୍ କରି ନିଜର ଆଧାର ନମ୍ବର ଏବଂ ପୁଣି ଥରେ ‘ସେଭ୍’ କରି ଦିଅନ୍ତୁ ।

ସୌଜନ୍ୟ: ଏନଡିିଟିଭି ନ୍ୟୁଜ୍

ଏହାସହ ମଧ୍ୟ ପଢନ୍ତୁ- ମୋଦି ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା ! ଏଣିକି ବିନା ଆଧାର କାର୍ଡରେ ସରକାରୀ ସୁବିଧାର ଲାଭ ଉଠାଇ ପାରିବେ ଜନତା