କିପରି ଜାଣିବେ ଆପଣଙ୍କ ମୋବାଇଲରେ ଭାଇରସ୍ ଅଛି କି ନାହିଁ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

45

ସାଧାରଣତଃ ଆପଣ ଶୁଣିବାକୁ ପାଇଥିବେ କି ‘ଭାଇରସ୍’ ନାମକ ଏକ ପାଖାପାଖି ୩୬ ଲକ୍ଷରୁ ଅଧିକ ଆଣ୍ଡ୍ରଏଡ ମୋବାଇଲକୁ ତାର ଶିକାର କରିସାରିଲାଣି । ଯାହା ମୋବାଇଲର ଡାଟାକୁ ଲିକ୍ କରିବା ସହିତ ତାକୁ ଅଚଳ କରି ଦେଉଛି । ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ସୂଚନା ସଂପର୍କରେ ଅବଗତ କରାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କ ମୋବାଇଲ କୌଣସି ଭାଇରସର ଶିକାର ହୋଇଛି କି ନାହିଁ । ଆଉ ଯଦି ହୋଇଛି ତେବେ ତାର ଲକ୍ଷଣ ଓ ନିରାକରଣ କିପରି କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ।

ଭାଇରସର ଲକ୍ଷଣ

• ଆପଣଙ୍କ ମୋବାଇଲର ଇଂଟରନେଟ୍ ଅନ୍ କରିବା କ୍ଷଣି ଯଦି ମୋବାଇଲକୁ ବିଭିନ୍ନ ପ୍ରକାରର ବିଜ୍ଞାପନ ଆସିବାରେ ଲାଗେ ତେବେ ଜାଣିଯିବେ କି ଆପଣଙ୍କ ମୋବାଇଲ୍ ଭାଇରସର ଶିକାର ହୋଇଛି ।

• ଯଦି ଆପଣଙ୍କ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଉଛି ତେବେ ତାହା ଭାଇରସର ଲକ୍ଷଣକୁ ଇଙ୍ଗିତ କରିଥାଏ । କାରଣ ଭାଇରସ୍ ସବୁବେଳେ ମୋବାଇଲକୁ କ୍ରିୟାଶୀଳ କରିଥାଏ । ଯାହାଦ୍ୱାରା ମୋବାଇଲର ବ୍ୟାଟ୍ରି ଶୀଘ୍ର ସରିଯାଇଥାଏ ।

• ଯଦି ଆପଣଙ୍କ ମୋବାଇଲ ବହୁତ ଶୀଘ୍ର ଗରମ ହୋଇଯାଇଛି ତେବେ ଜାଣନ୍ତୁ କି ମୋବାଇଲଟି ଭାଇରସର ଇନଫେକସନଦ୍ୱାରା ସଂକ୍ରମିତ ଅଟେ ।

ଭାଇରସଠାରୁ ରକ୍ଷା ପାଇବାର ତରିକା

• ଅନ୍ୟ କୌଣସି ମୋବାଇଲରୁ କୌଣସି ପ୍ରକାରର ଆପ କିମ୍ବା ଅନ୍ୟ କିଛି ସେୟାର କରନ୍ତୁ ନାହିଁ ।

• ସବୁବେଳେ ମୋବାଇଲର ୱାଇଫାଇ ଏବଂ ବ୍ଲୁଟୁଥକୁ ବନ୍ଦ କରି ରଖନ୍ତୁ । ଏଥିସହିତ ମୋବାଇଲ୍ ସେଟିଂକୁ ଯାଇ ସେଥିରେ ଥିବା ‘ଅନନୋନ୍ ସୋର୍ସ’କୁ ମଧ୍ୟ ବନ୍ଦ କରି ଦିଅନ୍ତୁ ।

• କୌଣସି ପ୍ରକାରର ଆପକୁ କୌଣସି ଥାର୍ଡପାର୍ଟିଠାରୁ ଗ୍ରହଣ କରନ୍ତୁ ନାହିଁ । ସର୍ବଦା ଗୁଗଲ୍ ପ୍ଲେଷ୍ଟୋରରେ ହିଁ ଆପକୁ ଡାଉନଲୋଡ୍ କରନ୍ତୁ ।

• ଇଂଟରନେଟରେ ବ୍ରାଉଜିଂ କରିବା ସମୟରେ ଯେକୌଣସି ବିଜ୍ଞାପନ ଆସିଲେ ମଧ୍ୟ ସେଗୁଡିକ ଉପରେ ଆଦୌ କ୍ଲିକ୍ କରନ୍ତୁ ନାହିଁ ।