ଆପଣ କିଣିଥିବା ଔଷଧ ଅସଲି ନା ନକଲି ? ମୋବାଇଲ ଆପରୁ ମୁହୂର୍ତ୍ତକ ଭିତରେ ଜାଣନ୍ତୁ ଅସଲି-ନକଲି ମଧ୍ୟରେ ଫରକ୍

79

ରୋଗରେ ପଡିବା କ୍ଷଣି ଆମକୁ ଔଷଧ କିଣିବାକୁ ପଡିଥାଏ । ହେଲେ ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ ହେଉଛି କି, ବର୍ତ୍ତମାନ ବଜାରରେ ମିଳୁଥିବା ଔଷଧ କଣ ବାସ୍ତବରେ ଅସଲି ? ତେବେ ଆପଣଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ ଏଭଳି କିଛି ବିଶେଷ ସୂଚନା ଜଣାଇବୁ ଯାହାଦ୍ୱାରା ଆପଣ ଅତି ସହଜରେ ଅସଲି ଓ ନକଲି ଔଷଧ ମଧ୍ୟରେ ଫରକ କଣ ଜାଣିପାରିବେ ।

ଗୁଗଲ ପ୍ଲେ ଷ୍ଟୋରରେ ଏଭଳି ଏକ ଆପ ଉପଲବ୍ଧ, ଯାହାଦ୍ୱାରା ଆପଣ ଅସଲି ଓ ନକଲି ଔଷଧ ମଧ୍ୟରେ ଫରକ କଣ ଜାଣିପାରିବେ । ତେବେ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଏହି ଆପରଟି ନାଁ ରହିଛି drug-safe-communities & client portal। ଯାହାକୁ ଆରବି କଲେଜ ଅଫ ଇଂଜିନିୟରିଂର ତୃତୀୟ ବର୍ଷର ଛାତ୍ରାଛାତ୍ରୀମାନେ ମିଶି ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ମାଇକ୍ରୋସଫ୍ଟ ଏହି ଛାତ୍ରଛାତ୍ରୀମାନଙ୍କୁ ୧୫ ହଜାର ଡଲାରର ପୁରସ୍କାର ମଧ୍ୟ ଦେଇଛି ।

ଏହି ଆପକୁ ୧୨ ଡିସେମ୍ବର ୨୦୧୭ରେ ଅପଡେଟ କରାଯାଇଥିଲା । ଏହି ଆପର କରେଂଟ ଭର୍ସନ ୧.୦.୦ । ଏହି ଆପ ଆଣ୍ଡ୍ରଏଡର ୪.୧ କିମ୍ବା ଏହାଠୁ ଅଧିକ ଭର୍ସନରେ କାମ କରିଥାଏ । ଏହାକୁ ଗୁଗଲରେ ଭଲ ଷ୍ଟାର ରେଟିଂ ମଧ୍ୟ ମିଳିସାରିଛି । ଏହାକୁ ଡ୍ରଗ-ସେଫ କମ୍ୟୁନିଟିଜ ଅଫର କରିଛି । ଯଦି ଏହା ଡ୍ରଗସେଫ କମ୍ୟୁନିଟି client porta ସହିତ ମିଶିଯାଏ ତେବେ , ଏହାପରେ ଗ୍ରାହକମାନେ ଏହାକୁ ଅତି ସହଜରେ ଲଗଇନ କରିପାରିବେ ଆଉ ଥରେ ସେଟଅପ କରିବା ପରେ କଂପାନୀର ଡେଟାକୁ ଏକ ସୁରକ୍ଷିତ ପୋଟାଲ ଜରିଆରେ ଦେଖିପାରିବେ ।

ଏହି ଆପରେ ଅପ୍ଟିକାଲ କ୍ୟାରେକ୍ଟର ରିକଗନିସନ ତଥା ଓସିଆର ଭଳି ଟେକନିକର ବ୍ୟବହାର କରାଯାଇଛି । ଡ୍ରଗସେଫ ଜରିଆରେ ଆପଣ ନକଲି ଔଷଧ ଉପରେ ଅଭିଯୋଗ ମଧ୍ୟ କରିପାରିବେ । ଡ୍ରଗସେଫ ଆପ ଔଷଧଗୁଡିକର କଂପୋଜିସନର ଯାଂଚ କରିଥାଏ ଏବଂ ମୁହୂର୍ତ୍ତକ ମଧ୍ୟରେ ଜଣାଇଦେଇଥାଏ କି, ଆପଣ କିଣିଥିବା ଔଷଧଟି ଅସଲି ନା ନକଲି । ଏହି ଆପ ଜରିଆରେ ଆପଣ ଜାଣିପାରିବେ କି କୌଣସି ଖାସ୍ ଔଷଧ କେଉଁ କଂପାନୀ ପ୍ରସ୍ତୁତ କରିଥାଏ ।