ଜିଓ ଇଂଟରନେଟର ବେଗ ଦୁର୍ବଳ ହୋଇଯାଉଛି କି ? ତେବେ ଆପଣାନ୍ତୁ କିଛି ଟିପ୍ସ, ବଢିଯିବ ସ୍ପିଡ 

45

ଆପଣ ବି ରିଲାଏନ୍ସ ଜିଓ ବ୍ୟବହାର କରୁଥିବେ ଏବଂ ଇଂଟରନେଟର ସ୍ପିଡ ସ୍ଲୋ କୁ ନେଇ ମଧ୍ୟ ଆପଣ ଅନେକ ସମୟରେ ଅସ୍ତବ୍ୟସ୍ତ ହୋଇପଡୁଥିବେ । ତେବେ ଏଭଳି ହେବା ସ୍ୱାଭାବିକ କାରଣ, ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ଏବଂ ଠିକ୍ ଏହି ସମୟରେ ଆପଣଙ୍କର ନେଟ୍ ଆପଣଙ୍କର ସାଥ୍ ଦେଉନଥିବ ତାହା ହେଲେ ରାଗ ତ ନିଶ୍ଚୟ ଆସିବ ନା । ତେବେ ଏଭଳି ସମସ୍ୟାକୁ  ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସଂପର୍କରେ ଜଣାଇବୁ ଯାହା ଦ୍ୱାରା ଆପଣଙ୍କର ନେଟ ଖାଲି ଚାଲିବନାହିଁ ବରଂ ଦୌଡିବ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .

APN settings

ସାଧାରଣତଃ ଆପଣ ଏପିଏନ ସେଟିଂକୁ ଚେଂଜ କରି ଆପଣ ଆପଣଙ୍କର ଜିଓର ସ୍ପିଡକୁ ବଢାଇ ପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲ ସେଟିଂକୁ ଯିବାକୁ ହେବ । ଏଠାରେ ମୋବାଇଲ ନେଟୱର୍କକୁ ଯାଇ Preferred Networks ଟାଇପକୁ ଏଲଟିଇ ସିଲେକ୍ଟ କରିଦିଅନ୍ତୁ ।

APN protocol

ଏବେ ସେଟିଂକୁ ପୁଣି ଥରେ ଯାଇ ଆକସେସ୍ ପଏଂଟ ନେମସକୁ ସିଲେକ୍ଟ କରିବାକୁ ହେବ । ଏଥିରେ ଏପିଏନ ପ୍ରୋଟୋକଲ ଥିବା ଅପସନକୁ ଚୟନ କରନ୍ତୁ । ଏଥିରେ ନଜର ଆସୁଥିବା ଏଲପିବି୪ କିମ୍ବା ଏଲପିବି ୬ ଉପରେ କ୍ଲିକ୍ କରିବାକୁ ହେବ ।

Barr settings

ଏପିଏନ ସେଟିଂ ପରେ ବାରର ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ ବି ଆପଣଙ୍କୁ ଏଲଟିଇ ସିଲେକ୍ଟ କରିବାକୁ ହେବ ।

କେଚୋ ଫାଇଲ ଡିଲିଟ

ଆଣ୍ଡ୍ରଏଡ ସିଷ୍ଟମ ରାଣ୍ଡମଲି କିଛି ଫାଇଲକୁ ବ୍ୟବହାର କରିଥାଏ । ଏଥିସହିତ ସେସବୁକୁ ସେଭ ମଧ୍ୟ କରିଥାଏ । ଯାହାକୁ ଆପଣଙ୍କୁ ଡିଲିଟ୍ କରିବାକୁ ହେବ । କାରଣ ଏହାଦ୍ୱାରା ଇଂଟରନେଟର ବେଗ ଆହୁରୀ ଅଧିକ ବଢିଯାଇଥାଏ ।