କିଭଳି ଜାଣିବେ ପ୍ଲାଷ୍ଟିକ ତଥା ନକଲି ଅଣ୍ଡା ଭିତରେ ଫରକ୍? ଖାଦ୍ୟସୁରକ୍ଷା ବିଭାଗ ତରଫରୁ ଜାରି ହେଲା ଗାଇଡଲାଇନ୍ସ

49

ପ୍ଲାଷ୍ଟିକ ତଥା ନକଲି ଅଣ୍ଡାକୁ ନେଇ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭ୍ରମକୁ ଦୃଷ୍ଟିରେ ରଖି ଜାତୀୟ ଖାଦ୍ୟ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ସ । ଏଫଏସଏସଏଆଇ ତରଫରୁ ଜାରି କରାଯାଇଥିବା ଏହି ଗାଇଡଲାଇନ୍ସରେ ନିର୍ଦ୍ଦିଷ୍ଟ ଦିଗ ଉପରେ ଆଲୋକପାତ କରାଯାଇଛି । ଏଥିସହିତ ହିଁ ନକଲି ତଥା ପ୍ଲାଷ୍ଟିକ ଅଣ୍ଡାକୁ ନେଇ ପ୍ରଚାର ହୋଉଥିବା ଖବର ସଂପୂର୍ଣ୍ଣ ଭାବରେ ଗୁଜବ ବୋଲି ଏଫଏସଏସଆଇ ପକ୍ଷରୁ କୁହାଯାଇଛି ।
ଭାରତୀୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଣ୍ଡାକୁ ନେଇ ଜନତାଙ୍କ ମଧ୍ୟରେ ବ୍ୟାପିଥିବା ଗୁଜବକୁ ବନ୍ଦ କରିବା ପାଇଁ କିଛି ଗାଇଡଲାଇନ ଜାରି କରିଛି । ଏଫଏସଏସଆଇ ମୁତାବକ, ଗତ କିଛି ମାସ ହେଲା ଅଣ୍ଡାର ଗୁଣବତ୍ତା ଏବଂ ସୁରକ୍ଷା ମାନକକୁ ନେଇ ଉଭୟ ଗ୍ରାହକ ଏବଂ ବେପାରୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଏଥିସହିତ ହିଁ ଅନେକ ସମୟରେ ଗ୍ରାହକମାନେ ବି ନକଲି ତଥା ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

• ଲୋକଙ୍କ ଏହି ଶଙ୍କାକୁ ଦୃଷ୍ଟିରେ ରଖି ଏଫଏସଏସଆଇ ସ୍ପଷ୍ଟ କରି କହିଛି କି, ପ୍ଲାଷ୍ଟିକରୁ ଅଣ୍ଡା ତିଆରି ହେବା ଖବରଟି ପୂରାପୂରି ମିଥ୍ୟା । ଏଫଏସଏସଆଇ କହିଛି କି, କୃତ୍ରିମ ତଥା ନକଲି ଅଣ୍ଡା ତିଆରି କରିବା ଅସମ୍ଭବ ଏବଂ ଏହା କେବଳ ମାତ୍ର ଭ୍ରମ । କାରଣ ଏଯାବତ ଏଭଳି କୌଣସିବି ଟେକନିକ୍ ବିକଶିତ ହୋଇପାରିନି, ଯେଉଁଥିରେ ଅବିକଳ ଅସଲି ଅଣ୍ଡା ଭଳି ପ୍ଲାଷ୍ଟିକ ତଥା ନକଲି ଅଣ୍ଡା ତିଆରି କରାଯାଇପାରିବ ।

• ଏଫଏସଏସଆଇ କହିବା ଅନୁସାରେ, ଗୋଟିଏ ଅଣ୍ଡାର ଦାମ ରହିଛି ମାତ୍ର ୫ ଟଙ୍କା । ଯେବେକି ୧୦୦ପିସର ଥ୍ରିଡିପ୍ରିଂଟିଂ ଦାମ ୫ ହଜାର ଟଙ୍କା ରହିଛି । ଯଦି ଏହି ଦାମକୁ ଦୃଷ୍ଟିରେ ରଖାଯାଏ ତେବେ ଗୋଟିଏ ଅଣ୍ଡାରର ଦାମ ୫ ହଜାର ଟଙ୍କା ହେବ । ସେହିପରି ଯଦି ଉଭୟ ସାମଗ୍ରୀ ଏବଂ ପାରଶ୍ରମିକର ମୂଲ୍ୟକୁ ବି ଯୋଡିଦିଆଯାଏ ତେବେ ଏହାର ଦାମ ଆହୁରୀ ବଢିଯିବ । ଏଥିପାଇଁ ୪ରୁ ୫ ଟଙ୍କା ଦାମ ବାଲା ପ୍ରାକୃତିକ ଅଣ୍ଡାର କୃତ୍ରିମ ଉତ୍ପାଦନ ସମ୍ଭବ ହିଁ ନହେଁ ।

• ଗାଇଡଲାଇନ୍ସରେ କୁହାଯାଇଛି କି, ଅଣ୍ଡାର ସଂରକ୍ଷଣ ତାର ଗୁଣବତା ଏବଂ ରଙ୍ଗକୁ ପ୍ରଭାବିତ କରିଥାଏ । ଉଚ୍ଚ ଗୁଣବତା ପାଇଁ ଅଣ୍ଡାକୁ ରେଫ୍ରିଜରେଟରରେ ରଖାଯାଇଥାଏ । ଯାହାକୁ ୨ରୁ ୩ ଦିନ ଭିତରେ ହିଁ ବ୍ୟବହାର କରିବା ଉଚିତ । ଅଣ୍ଡାକୁ ୪ରୁ ୫ ଦିନ ରେଫ୍ରିରେଟରରେ ରଖିବା ପରିବର୍ତ୍ତେ କେବଳ ଗୋଟିଏ ଦିନ ପାଇଁ ବି ଯଦି ରୁମ ଟେମ୍ପରେଚରରେ ରଖିଦିଆଯାଏ ତେବେ ତାର ଗୁଣବତା ଉପରେ ବିପରିତ ପ୍ରଭାବ ପଡିଥାଏ । ଯଦି ଅଣ୍ଡାକୁ ସଠିକ୍ ଭାବରେ ଷ୍ଟୋରେଜ କରାନଯାଏ ତେବେ ତାହା ପ୍ଲାଷ୍ଟିକ ଭଳି ହୋଇଯାଇଥାଏ ।

• ସେହିପରି ଏଫଏସଏସଆଇ କହିଛି କି, ଗ୍ରାହକଙ୍କୁ ସେହି ସବୁ ଦୋକାନ କିମ୍ବା ବେପାରୀଙ୍କଠାରୁ କିଣିବା ଦରକାର, ଯେଉଁଠି ଥଣ୍ଡାକୁ ପରିବେଶରେ ରଖାଯାଉଥିବ । ଯଦି ଅଣ୍ଡାରୁ ଦୁର୍ଗନ୍ଧ ବାହାରୁଛି କିମ୍ବା ବହୁତ ଅଧିକ ଖରାପ ଦେଖାଯାଉଛି । ତେବେ ସେଭଳି ଦୋକାନରୁ ଆଦୌ ଅଣ୍ଡା କିଣନ୍ତୁ ନାହିଁ । ଏଥିସହିତ ହିଁ ଖରାପ ଅଣ୍ଡାକୁ ଧୋଇବା ପରେ ତାକୁ କିଛି ସମୟ ପାଇଁ ଶୁଖିବା ପାଇଁ ବାହାରେ ରହିଦିଅନ୍ତୁ, ତା ପରେ ଯାଇ ରେଫ୍ରିରେଟରରେ ରଖନ୍ତୁ ।

• ଅଣ୍ଡାରର ସତେଜତା ଯାଂଚ କରିବା ମଧ୍ୟ ଖୁବ୍ ସହଜ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି, ଆପଣ ଯେଉଁ ଅଣ୍ଡା ଆଣିଛନ୍ତି ତାହା ବାସ୍ତବରେ ଭଲ କି ନୁହେଁ ,ଅର୍ଥାତ୍ ଫ୍ରେସ ଅଣ୍ଡାର ଯାଂଚ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଗୋଟିଏ ଗ୍ଲାସ ପାଣିରେ ଅଣ୍ଡାକୁ ପକାଇ ଦିଅନ୍ତୁ, ଯଦି ଅଣ୍ଡାଟି ପାଣି ଗ୍ଲାସର ତଳ ଭାଗରେ ବସିଯାଏ । ତେବେ ତାହା ଫ୍ରେସ ଅଟେ । ସେହିପରି ଯଦି ତାହା ପକାଇବା ମାତ୍ରକେ ପାଣିରେ ସିଧା ଭାସିବାକୁ ଲାଗିଥାଏ ତେବେ ତାହା ଖରାପ ଅଣ୍ଡା ହୋଇପାରେ ।