ସାବଧାନ । ବଜାରରେ ବୁଲୁଛି ନକଲି ନୋଟ୍, ବ୍ରହ୍ମପୁରରୁ ଭୁବନେଶ୍ୱର ଲମ୍ବିଛି ଚେର । ମୋବାଇଲ ଆପରୁ ଜାଣନ୍ତୁ ଆପଣଙ୍କ ପକେଟରେ ଥିବା ନୋଟ ଅସଲି ନା ନକଲି

54

ବ୍ରହ୍ମପୁରରେ ଚାଲିଥିଲା ଜାଲ୍ ନୋଟ୍ କାରଖାନା । ପ୍ରସ୍ତୁତ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍ । ସେସବୁକୁ ରାଜଧାନୀର ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ବଜାର ପର୍ଯ୍ୟନ୍ତ ଆଣି ବଜାରକୁ ଛଡାଯାଉଥିଲା । ଏମିତି ଏକ ଜାଲ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗ୍ କମିଶନରେଟ୍ ପୋଲିସ୍ ହାତରେ ଧରାପଡିଛି । ଏହା ସହିତ ଜାଲ୍ ନୋଟ୍ ପ୍ରସ୍ତୁତ କରୁଥିବା ଏକ ବଡ ର୍ୟାକେଟର ପର୍ଦାଫାସ୍ ହୋଇଛି । କମିସନରେଟ୍ ପୋଲିସ୍ ନକଲି ଟଙ୍କା ପ୍ରସ୍ତୁତ ହେଉଥିବା ଏହି କାରଖାନା ଉପରେ ଚଢ଼ଉ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ୪ଜଣ ସହଯୋଗୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ପାଖାପାଖି ୪ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍ ଓ ବ୍ୟବହୃତ ହେଉଥିବା ସମସ୍ତ ମେସିନକୁ ଜବତ କରିଛି ପୋଲିସ୍ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବ ପୋଲିସ୍ ।

ଅସଲି ଓ ନକଲି ନୋଟ୍ ଭିତରେ ଫରକ୍ ଜାଣିବା କିପରି…

୨୦୦୦ଟଙ୍କିଆ ନୋଟ୍ ଚିହ୍ନିବେ କିପରି

ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୨୦୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ

ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୨୦୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ

ସେହିପରି ଦେବନଗରୀ ଭାଷାରେ ୨୦୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ

ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୨୦୦୦ ଲେଖାଯାଇଥିବ

ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ

ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ

ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ

ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୨୦୦୦ ବାହାରକୁ ନଜର ଆସିବ

ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ

ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ହଜାର ଟଙ୍କା ଲେଖାଯାଇଥିବ

୫୦୦ଟଙ୍କିଆ ନୋଟକୁ ଚିହ୍ନିବେ କିପରି

ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୫୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ

ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୫୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ

ସେହିପରି ଦେବନଗରୀ ଭାଷାରେ ୫୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ

ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୫୦୦ ଲେଖାଯାଇଥିବ

ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ

ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ

ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ

ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୫୦୦ ବାହାରକୁ ନଜର ଆସିବ

ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ

ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ପାଂଚ ଶହ ଟଙ୍କା ଲେଖାଯାଇଥିବ

ନକଲି ନୋଟକୁ କଣ କରିବେ 

ବ୍ୟାଙ୍କ ଏକ୍ସପର୍ଟଙ୍କ ମତାନୁସାରେ, ଯଦି ଆପଣଙ୍କୁ ଏଟିଏମରୁ ନକଲି ନୋଟ ମିଳିଛି ତେବେ ଏହି ନୋଟକୁ ସର୍ବପ୍ରଥମେ ସେଠାରେ ଉପସ୍ଥିତ ଲୋକଙ୍କୁ ଏବଂ ଗାର୍ଡକୁ ଦେଖାନ୍ତୁ

ଏହାପରେ ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ କଲ କରି ଏସଂପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରାନ୍ତୁ

ପୁଲିସକୁ ମଧ୍ୟ ଏସଂପର୍କରେ ଜଣାନ୍ତୁ ଏହାଦ୍ୱାରା ଆପଣ ବିଭିନ୍ନ ଚିନ୍ତାରୁ ରକ୍ଷା ପାଇପାରିବେ

ଯଦି ଆପଣ ଏଭଳି କରନ୍ତି ତେବେ ଏହା ପ୍ରମାଣିତ ହୋଇଯିବ କି ଆପଣଙ୍କୁ ଏଟିଏମରୁ ହିଁ ନକଲି ନୋଟ୍ ମିଳିଛି

ନକଲି ନୋଟ୍ ଧରିବ ମୋବାଇଲ ଫୋନ

ନକଲି ନୋଟ କାରବାର ଦିନକୁ ଦିନ ବୃଦ୍ଧି ପାଇବା ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଆରବିଆଇ ତରଫରୁ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏଭଳି ଏକ ଆପ ଲଂଚ କରିବାକୁ ଯାଉଛି ଯାହାକି ଖୁବ୍ ଶୀଘ୍ର ଲୋକଙ୍କ ନିକଟରେ ପହଂଚିଯିବ କେନ୍ଦ୍ରୀୟ ବ୍ୟାଙ୍କ କଥା ଅନୁସାରେ, ସାଧାରଣ ଜନତା ନକଲି ଅସଲି ନୋଟ୍ ଭିତରେ ଫରକ୍ କଣ ତାହା ସହଜରେ ଜାଣିପାରିବେ ଏବଂ ଏହାଦ୍ୱାରା ନକଲି ନୋଟ୍ କାରବାର ଉପରେ ଅଙ୍କୁଶ ଲଗାଯାଇପାରିବ ଏଥିପାଇଁ ଆରବିଆଇ ଆଣ୍ଡ୍ରଏଡ ବେସ ସ୍କାନର ଆପ୍ଲିକେସନ ପ୍ରସ୍ତୁତ କରୁଛି ଏହି ସ୍କାନର ଆପ ନୋଟକୁ ସ୍କାନ କରିବ ଏବଂ ତାର ଫିଚର ପଢିବା ପରେ ଜଚ୍ଚାଇଦେବ କି ନୋଟଟି ଅସଲି ନା ନକଲି

ବର୍ତ୍ତମାନ ଏହି ସ୍କାନର ଆପର ପରୀକ୍ଷଣ ଚାଲିଛି ଏବଂ ପାର୍ୟ ୯୫ ପ୍ରତିଶତରୁ ଅଧିକ ଆକ୍ୟୁରେସି ଲେବୁଲରେ ପହଂଚିସାରିଛି ତେବେ ଯେଉଁଦିନ ଏହି ଆପଟି ୧୦୦ ପ୍ରତିଶତ ଆକ୍ୟୁରେସିରେ ନୋଟକୁ ଚିହ୍ନିବାରେଲାଗିବ, ଏହାକୁ ସାଧାରଣ ଜନତାଙ୍କ ପାଇଁ ଲଂଚ କରିଦିଆଯିବ ଏହି ଆପ୍ଲିକେସନରେ ୧୦ ଟଙ୍କାରୁ ଆରମ୍ଙ କରି ୨୦୦୦ଟଙ୍କା ପର୍ଯ୍ୟନ୍ତ ସମସ୍ତ ନୋଟ୍ ଉଭୟ ନୂଆ ଏବଂ ପୁରୁଣା ନୋଟର ଫିଚର ସାମିଲ ରହିଛି ଆରବିଆଇ ବିଭିନ୍ନ ନୋଟର ୧୪ରୁ୧୭ ଫିଚର ସାଧାରଣ ଜନତାଙ୍କ ପାଇଁ ଜାରି କରିଛି କିନ୍ତୁ ଏହି ସ୍କାନର ଆପରେ ଏଭଳି ସିକ୍ୟୁରିଟି ଫିଚର ବି ସାମିଲ ରହିଛି ଯାହାକି ବିନା କୌଣସି ଉପକରଣ ସହାୟତାରେ ଦେଖିପାରିବେ ନାହିାଁ କାରଣ କୌଣସି ବି ଆପ୍ଲିକେସନର ସୁରକ୍ଷା ଚକ୍ର ଏହାକୁ ଯେପରି ଭାଙ୍ଗି ପାରିବ ନାହିଁ ତେଣୁ ଏଥିପାଇଁ ଏହି ସ୍କାନର ଆପ୍ଲିକେସନର ନାଁ ଏବଂ ଫିଚର ବର୍ତ୍ତମାନ ଗୋପନୀୟ ରଖାଯାଇଛି