ଆପଣ ଜାଣିଛନ୍ତି କି, ପୁଲିସକୁ କାହିଁକି ମିଳିପାରି ନଥାଏ ଚୋରି ହୋଇଯାଇଥିବା ମୋବାଇଲ ଫୋନ୍ ? ଆପଣ କରୁନାହାଁନ୍ତି ତ ଏହି ଭୁଲ୍

49

ଆପଣ ଜାଣିଛନ୍ତି କି, ଆପଣଙ୍କର ଚୋରି କିମ୍ବା ହଜି ଯାଇଥିବା ମୋବାଇଲ ଫୋନକୁ ପୁଲିସ କାହିଁକି ଖୋଜିବେ ଅସଫଳ ହୋଇଥାଏ? ଲୋକେସନ ଟ୍ରେସ୍ କରିବା ପରେ ମଧ୍ୟ ପୁଲିସ କାହିଁକି ମୋବାଇଲ ପାଖରେ ପହଂଚି ପାରିନଥାଏ ? କିଭଳି ହ୍ୟାକର୍ସ କିମ୍ବା ଚୋର ଆପଣଙ୍କର ସ୍ମାର୍ଟଫୋନକୁ ସହଜରେ ବଜାରରେ ପୁଣି ଥରେ ବିକ୍ରି କରିଦେଇଥାଏ ଏବଂ ଏବିଷୟ କାହାକୁ ତିଳେ ମାତ୍ର ସନ୍ଦେହ ବି ହୋଇନଥାଏ କାହିଁକି ? ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ଯାହାଦ୍ୱାରା ଆପଣ ସତର୍କ ହେବା ସହିତ ଚୋରି ହୋଇଯାଇଥିବା ଫୋନକ କାହିଁକି ମିଳିବାରେ ସମସ୍ୟା ସୃଷ୍ଟି ହୋଇଥାଏ ସେସଂପର୍କରେ ବି ଜାଣିପାରିବେ । ତେବେ ପଢନ୍ତୁ ଏହି ରିପୋର୍ଟ ।

ଚୋରି ହୋଇଯାଇଥିବା ଫୋନକୁ ନେଇ ସର୍ବପ୍ରଥମେ ଚୋର ଅତି ସହଜରେ ଫୋନର ଆଇଏମଇଆଇ ନମ୍ବରକୁ ବଦଳାଇ ଦେଇଥାଏ । ଆଉ ଏହି କାମ କରିବାକୁ ଚୋରକୁ ମାତ୍ର କେଇ ମୁହୂର୍ତ୍ତ ଲାଗିଥାଏ । ଯେଉଁଥିପାଇଁ ହିଁ ଆପଣଙ୍କର ଚୋରି ହୋଇଯାଇଥିବା ମୋବାଇଲ ଫୋନ ଅତି ସହଜରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ ବଜାରରେ ବିକ୍ରି ହୋଇଯାଇଥାଏ ।

ଆଇଟି ଇଂଜିନିୟର୍ସ ଏବଂ ହ୍ୟାକର୍ସ ସଫ୍ଟଓୟାର ଜରିଆରେ କୌଣସି ବି ସ୍ମାର୍ଟଫୋନର ଇଂଟରନ୍ୟାସନାଲ ଇକ୍ୱିଇଟମେଂଟ ଆଇଡେଂଟିଟି ତଥା ଆଇଏମଇଆଇ ନମ୍ବର ବଦଳାଇ ଦେଇଥାନ୍ତି । ଏହାପରେ ମୋବାଇଲକୁ ଟ୍ରେସ କରିବା କଷ୍ଟକର ହୋଇପଡେ । ତେବେ ଚୋରା ମୋବାଇଲର ପୂରା କାରବାର ଏହା ଉପରେ ହିଁ ଟିକି ରହିଥାଏ । ଏବେ ଯେତେବେଳେ ବି କାହାର ସ୍ମାର୍ଟଫୋନ ଚୋରି ହୋଇଯାଏ ତେବେ ପୁଲିସ ତାକୁ ଟ୍ରେସ କରିପାରି ନଥାଏ । କାହିଁକି ନା ତାର ନମ୍ବର ହ୍ୟାକର୍ସ ପରିବର୍ତ୍ତନ କରିଦେଇଥାନ୍ତି ।

ଦୂର ହେବ ସମସ୍ୟା

ସି-ଡଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କୌଣସି ମୋବାଇଲ ଚୋରି କିମ୍ବା ଭାଙ୍ଗି ଯିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏମଇଆରକୁ ଚଳିତ ବର୍ଷ ଜୁଲାଇ ମାସରୁ ଲାଗୁ କରାଯିବ । ଯାହାକୁ ପ୍ରଥମେ ମହାରାଷ୍ଟ୍ରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ । ଆଉ ଏହା ସଫଳ ହେବା ପରେ ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁ କରିଦିଆଯିବ ।ଏ ଠାରେ ଆମେ କହି ରଖୁଛୁ କି, ପ୍ରତିଦିନ ହଜାର ହଜାର ସଂଖ୍ୟକ ମୋବାଇଲ ଫୋନ ଚୋରି ହେଉଥିବାର ଅଭିଯୋଗ ଆସୁଛି । ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟ ଚୋରିକୁ ରୋକିବା ଏବଂ ଚୋରକୁ ଧରିବା ଉଦ୍ଦେଶ୍ୟରେ ପୁଲିସ୍ ଏହାର ଦାୟିତ୍ୱ ସି-ଡଟକୁ ଦେଇଛି । କାରଣ ଦେଶରେ ଗୋଟିଏ ହିଁ ଆଇଏମଇଆଇ ନମ୍ବରରେ ୧୮ ହଜାର ହ୍ୟାଣ୍ଡସେଟ ଚାଲୁଛି । ଏମଇଆର ବ୍ୟବସ୍ଥାରେ ବୈଶିକ ବ୍ୟବସ୍ଥା ମୋବାଇଲ ସଂଘ ତଥା ଜିଏସଏମଏତରଫରୁ ଜାରି ହୋଇଥିବା ଆଇଏମଇଆଇର ହିଁ ବ୍ୟବହାର କରାଯିବ ।