କାର କିଣିବାର ପ୍ଲାନିଂ । ବିନା ଲୋନରେ କିଭଳି ପାଇବେ ମନପସନ୍ଦର କାର, ଜାଣନ୍ତୁ

33

ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ ରହିଥାଏ କି ତାଙ୍କ ପାଖରେ ବି ଗୋଟିଏ ଭଲ ଦାମୀ କାର ହେଉ । ହେଲେ ଏଥିପାଇଁ ଅର୍ଥ ସାଜିଥାଏ ବାଧକ । ଇଚ୍ଛା ଥିଲେ ବି ଆମ ଆମର ମନପସନ୍ଦରର ଗୋଟିଏ ଭଲ କାର କିଣିବାକୁ ସାମର୍ଥ ପାଇନଥାଉ । ମାତ୍ର ଏବେ ଆଉ ଏହା ଆପଣଙ୍କ ପାଇଁ କଠିନ ହୋଇନପାରେ, କାରଣ ଯଦି ଆପଣ କୌଣସି ଉପଯୁକ୍ତ ପ୍ଲାନିଂ କରୁଛନ୍ତି ତେବେ ଆପଣ ଆପଣଙ୍କର ଏହି ସ୍ୱପ୍ନକୁ ସାକାର କରିପାରିବେ । ତେବେ କିପରି ପଢନ୍ତୁ ପୂରା ଖବର ।

କାର କିଣିବା ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଅର୍ଥ ବା ଟଙ୍କା । ଯଦି ଏକାବେଳକେ ଟଙ୍କା ଯୋଗାଡ ନହୁଏ ତେବେ ଆପଣ ଲୋନ କରିବାକୁ ବାଧ୍ୟ ହୋଇଥାନ୍ତି । ତେଣୁ ଯଦି ଆପଣ କାର କାର କିଣିବାକୁ ମନ ବଳାଇଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ପ୍ଲାନିଂ କରିବାକୁ ହେବ କି ଆପଣ କେତେ ଦାମ ଭିତରେ କାର କିଣିବାକୁ ଚାହୁଁଛନ୍ତି ।

ଯଦି ଆପଣ ୫ ଲକ୍ଷ ଟଙ୍କାର କାର କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତିମାସ ୩ ହଜାର ଟଙ୍କାର ସିଷ୍ଟୋମେଟିକ ଇନଭେଷ୍ଟମେଂଟ ପ୍ଲାନ କରିବାକୁ ହେବ । କାରଣ ଯଦି ଆପଣଙ୍କର ଏହି ଟଙ୍କା ଉପରେ ବର୍ଷକୁ ୧୨ ପ୍ରତିଶତର ଇଂଟରେଷ୍ଟ ପାଉଛନ୍ତି ତେବେ ଆପଣଙ୍କ ଫଣ୍ଡ ପାଖାପାଖି ୫ ଲକ୍ଷ ଟଙ୍କା ହୋଇଯିବ ।

ସେହିପରି ୮ଲକ୍ଷ ଟଙ୍କାର ଗାଡି ପାଇଁ ଆପଣଙ୍କୁ ପ୍ରତିମାସ ୫ ହଜାର ଟଙ୍କା ନିବେଶ କରିବାକୁ ହେବ । ଯାହାଦ୍ୱାରା ଆପଣ କାର କିଣିବା ସମୟରେ ଲୋନର ଆବଶ୍ୟକତା ପଡିବ ନାହିଁ ଏବଂ ଆପଣଙ୍କର ପସନ୍ଦ ମୁତାବକ କାର ମଧ୍ୟ କିଣିପାରିବେ ।