ନଷ୍ଟ ହୋଇଯାଇଛି କି ମେମୋରି କାର୍ଡ? ତେବେ ମୁହୂର୍ତ୍ତକ ମଧ୍ୟରେ ଏଭଳି କରନ୍ତୁ ଠିକ୍

108

ଆପଣ ସ୍ମାର୍ଟଫୋନ ବ୍ୟବହାର ନିଶ୍ଚୟ କରୁଥିବେ ଏବଂ ସେଥିରେ ମେମୋରିକାର୍ଡ ବି ବ୍ୟବହାର କରୁଥିବେ । ଏହି ମେମୋରିକାର୍ଡରେ ଆପଣ ଆପଣଙ୍କ ଫୋନରେ ଉପଲବ୍ଧ ଥିବା ସମସ୍ତ ବ୍ୟକ୍ତିଗତ ଫଟୋ, ଭିଡିଓ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗଚ୍ଛିତ କରି ରଖିଥାନ୍ତି । ହେଲେ ଯଦି କୌଣସି କାରଣରୁ ଆପଣଙ୍କର ଏହି ମେମୋରିକାର୍ଡ ନଷ୍ଟ କିମ୍ବା ଖରାପ ହୋଇଯାଏ ତେବେ କଣ କରିବେ? ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ଖରାପ ହୋଇଯାଇଥିବା ମେମୋରିକାର୍ଡକୁ ନିଜେ ହିଁ ଠିକ୍ କରିପାରିବେ । ହେଲେ ତାପୂର୍ବରୁ ଆପଣ ଜାଣି ରଖିବା ଦରକାର କି କେଉଁ କାରଣରୁ ମେମୋରିକାର୍ଡ ଖରାପ ହୋଇଥାଏ ।

ମେମୋରିକାର୍ଡ ଖରାପ ହେବାର ମୁଖ୍ୟ କାରଣ ହେଲା ସ୍ମାର୍ଟଫୋନ । ଫୋନରେ ଇଂଟରନେଟରେ ବ୍ରାଉଜିଂ କରିବା ସମୟରେ କିମ୍ବା କୌଣସି ଥାର୍ଡପାର୍ଟି ଆପକୁ ଡାଉନଲୋଡ କରିବା ସମୟରେ ଫୋନରେ ଭାଇରସ ଚାଲିଆସିଥାଏ । ଆଉ ଏହି ଭାଇରସ ଫୋନ ସହ ମେମୋରିକାର୍ଡକୁ ବି ପ୍ରଭାବିତ କରିଥାଏ । ତେବେ ଆଣ୍ଡ୍ରଏଡରେ ଭାଇରସ ଆସିବାର ସମ୍ଭାବନା ବହୁତ ଅଧିକ ତେଣୁ ଏଭଳି ପରିସ୍ଥିତିରେ ଆଣ୍ଡ୍ରଏଡ ଡିଭାଇସରେ ବ୍ୟବହୃତ ହୋଇଥିବା ମେମୋରିକାର୍ଡ ଶୀଘ୍ର ଖରାପ ହୋଇଯାଇଥାଏ ।

କିଭଳି କରିବେ ଠିକ୍?

• ସର୍ବପ୍ରଥମେ ନିଜ ଖରାପ ହୋଇଯାଇଥିବା ମେମୋରିକାର୍ଡକୁ କମ୍ପ୍ୟୁଟର କିମ୍ବା ଲାପଟପରେ କନେକ୍ଟ କରନ୍ତୁ । ଏଥିପାଇଁ ଆପଣ କାର୍ଡ ରିଡର ବ୍ୟବହାର କରିପାରିବେ ।

• ଏହାପରେ Ctrl+R  ପ୍ରେସ୍ କରନ୍ତୁ । ଏବେ ଏକ ନୂଆ ୱିଣ୍ଡୋ ଓପନ ହେବ , ଯେଉଁଥିରେ ଆପଣ ସିଏମଡି ଲେଖି ଏଟଂର କରନ୍ତୁ ।ଏବେ ଏଠାରେ ଆପଣଙ୍କୁ ଆପଣଙ୍କର ମେମୋରିକାର୍ଡର ନାଁ ଏଟଂର କରିବାକୁ ହେବ । ଉଦାହରଣସ୍ୱରୂପ, ଯଦି ଆପଣଙ୍କ ମେମୋରିକାର୍ଡର ନାଁ L:  ତେବେ L: ଟାଇପ କରି ଏଂଟର କରନ୍ତୁ । ଏହାପରେ ଫର୍ମାଟ L:  ଟାଇପ୍ କରି ଏଂଟର କରନ୍ତୁ ।

• ଏହାପରେ ଆପଣଙ୍କ ପାଖକୁ ଏକ କନଫର୍ମେସନ ମେସେଜ ଆସିବ । ଏଥିରେ ହଁ ପାଇଁ Y ଏବଂ ନା ପାଇଁ N ଏଂଟର କରନ୍ତୁ । ଯଦି ଆପଣ Y ଉପରେ କ୍ଲିକ୍ କରନ୍ତି ତେବେ ଆପଣଙ୍କ ମେମୋରିକାର୍ଡ ଫର୍ମାଟ ହେବା ଆରମ୍ଭ କରିବ ।