ସରକାରଙ୍କ ନୂଆ ବ୍ୟବସ୍ଥା ! ଏଣିକି ତୁରନ୍ତ ମିଳିବ ଚୋରି ହୋଇଯାଇଥିବା ମୋବାଇଲ ଫୋନ

47

ଆଜିକା ଦିନରେ ମୋବାଇଲ ଫୋନ ଏକ ଅତ୍ୟାବଶ୍ୟକୀୟ ବସ୍ତୁ ପାଲଟିଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଏହାକୁ ଖାଲି କଲ କିମ୍ବା ମନୋରଂଜନ ପାଇଁ ବ୍ୟବହାର କରାଯାଉନାହିଁ ବରଂ ଏହା ଏକ ପିସି ଭଳି ବି କାମ କରୁଛି । ଯଦି ଫୋନଟି ଚୋରି ହୋଇଯାଉଛି ତେବେ ଗୋଟିଏ ଝଟକାରେ ମହଙ୍ଗା ମୋବାଇଲ ସହିତ ମୋବଇଲରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଆପଣଙ୍କ ହାତରୁ ଚାଲି ଯାଉଛି । କିନ୍ତୁ ଏବେ ବୋଧହୁଏ ଏହି ସମସ୍ୟା ରହି ନପାରେ । କାରଣ ଏବେ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ ଫୋନକୁ ଖୋଜିବା ସହଜ ହେବାକୁ ଯାଉଛି । ସରକାରଙ୍କ ଦ୍ୱାରା ପ୍ରଣିତ ସେଂଟ୍ରାଲ ମୋବାଇଲ ଆଇଡିଂଟିଟି ଇକ୍ୱିପମେଂଟ ରେଜିଷ୍ଟର ଆସନ୍ତା ମାସ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି । ଯାହାକି ଚୋରି କିମ୍ବା ହଜି ଯାଇଥିବା ମୋବାଇଲ ଫୋନକୁ ଖୋଜିବାରେ ସହାୟତା କରିବ । ଅର୍ଥାତ୍ ହଜିଯାଇଥିବା ମୋବାଇଲ (ଯେଉଁଥିରେ ଡାଟା ରହିଥିବ) ଜରିଆରେ ଆପରେଟର୍ସ ଅତି ସହଜରେଏଭଳି ହ୍ୟାଣ୍ଡସେଟକୁ ନେଟୱର୍କ ଆଧାରରେ ବ୍ଲକ୍ କରିବା ସହ ଫେରି ମଧ୍ୟ ପାଇବେ । ତେବେ ଏହା କିପରି ସମ୍ଭବ ପଢନ୍ତୁ ଏହି ରିପୋର୍ଟ ।

ନୂଆ ଏଜେନ୍ସି କରିବେ ସହାୟତା

ମୋବାଇଲ ଚୋରି କିମ୍ବା ହଜିବା ଏକ ସାଧାରଣ କଥା ଅଟେ । ଯଦି ହଜିଯାଇଥିବା ଫୋନଟି କୌଣସି ମହଙ୍ଗା ମୋବାଇଲ ହୋଇଥିବ ତେବେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ହେଲେ ସରକାରଙ୍କ ଏହି ବ୍ୟବସ୍ଥା ଜରିଆରେ ଲୋକମାନଙ୍କର ଏଭଳି ସମସ୍ୟା କିଛି ମାତ୍ରାରେ ଦୂର ହେବାକୁଯାଉଛି ।

ଫେରି ପାଇବେ କିପରି

ଏହି ରେଜିଷ୍ଟରରୁ ନକଲି ହ୍ୟାଣ୍ଡସେଟକୁ ଅତି ସହଜରେ ଠାବ କରାଯାଇପାରିବ । ଏବଂ ହଜି ବା ଚୋରି ହୋଇଥିବା ମୋବାଇଲ ନେଟୱର୍କ ଉପରେ ଆକ୍ସେସ ମଧ୍ୟ ବନ୍ଦ କରିଦିଆଯିବ । ଯାହାଦ୍ୱାରା ଟେଲିକମ କଂପାନୀମାନଙ୍କୁ ନିଜ ଉପକରଣର ଡାଟା ମିଳି ପାରିବ ଏବଂ ଗ୍ରାହକଙ୍କୁ କ୍ଲେମ ମୋବାଇଲର ଠିକଣା ମଧ୍ୟ ମିଳିଯିବ । ଖାଲି ସେତିକି ନୁହେଁ ସୁରକ୍ଷା ଏଜେନ୍ସିମାନେ ମୋବାଇଲକୁ ଟ୍ରାକ ମଧ୍ୟ କରିପାରିବେ ।

ଡିସେମ୍ବର ମାସ ଶେଷ ସୁଦ୍ଧା ହୋଇପାରେ ଆରମ୍ଭ

ସରକାର ଏହାକୁ ପ୍ରସ୍ତୁତ କରିବାର ଦାୟିତ୍ୱ ଗତ ଜୁଲାଇ ମାସରେ ବିଏସଏନଏଲକୁ ନ୍ୟସ୍ତ କରିଥିଲେ । ଯେଉଁଥି ପାଇଁ ସି-ଡଟ୍ ନାମକ ଏକ ସରକାରୀ ସଂସ୍ଥା ଏହାର ଉପକରଣ ଏବଂ ସଫ୍ଟଓୟାର ଉପଲବ୍ଧ କରାଇଛନ୍ତି । ଏବଂ ବିଏସଏନଏଲ ଏଥିପାଇଁ ଇଂଟିଗ୍ରେସନ ପାଇଁ କାମ କରୁଛି । ଯାହାର ପାୟଲଟ୍ ପ୍ରଜେକ୍ଟ ବର୍ତ୍ତମାନ ସଫଳ ରହିଛି । ଓ ଆସନ୍ତା ମାସ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବାକୁ ଯାଉଛି ।

ରେଜିଷ୍ଟରରେ ରହିବ ସମସ୍ତ ତଥ୍ୟ

ବର୍ତ୍ତମାନ ପରିସ୍ଥିତିରେ ଏଭଳି କୌଣସି ସେଂଟ୍ରେଲାଇଜଡ ରେଜିଷ୍ଟର ନାହିଁ ଯେଉଁଥିରେ ପୁଲିସ ନିଜ ରିପୋର୍ଟ ପଠାଇ ପାରିବେ କି ମୋବାଇଲ ଚୋରା କି ନୁହେଁ । ହେଲେ ଏବେ ଏହି ରେଜିଷ୍ଟରରେ ସସସ୍ତ ମୋବାଇଲ ଫୋନର ଆଇଏମଇଆଏ ନମ୍ବର ରହିବ ଯେଉଁଥିରେ ସବୁ ଅପରେଟର୍ସ ଦେଖି ପାରିବେ ଏବଂ ଏଭଳି ମୋବାଇଲକୁ ବ୍ଲକ ବି କରାଯାଇପାରିବ ।

୩ବର୍ଷ କାଳ ରହିଛି ଜେଲଦଣ୍ଡ

ମୋବାଇଲ ଫେରି ନପାଇବାର ମୁଖ୍ୟ କାରଣ ହେଉଛି ଆଇଏମଇଆଇର ବଦଳିଯିବା । ଗତ ମାସରେ ହିଁ ସରକାର ନିୟମରେ ପରିବର୍ତ୍ତନ କରିବାକୁ ଯାଇ କହିଛନ୍ତି କି, ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିବା ଦ୍ୱାରା ଉକ୍ତ ବ୍ୟକ୍ତିବିଶେଷଙ୍କୁ ଜରିମାନା ଏବଂ ୩ ବର୍ଷ କାଳ ଜେଲଦଣ୍ଡରେ ଦଣ୍ଡିତ କରାଯିବ । ଯାହାଦ୍ୱାରା ଲୋକମାନଙ୍କର ଚୋରି ହୋଇଯାଇଥିବା ମୋବାଇଲ ଫୋନ ଫେରି ପାଇବାର ବହୁତ ସମ୍ଭାବନା ରହିଛି ।