ଇଂଟରଭିୟୁ ସମୟରେ ସବୁଠାରୁ ଅଧିକ ପଚରାଯାଇଥାଏ ଏହି ୫ଟି ପ୍ରଶ୍ନ ? କିଛି ଏପରି ଢଙ୍ଗରେ ଦିଅନ୍ତୁ ଉତ୍ତର

94

କୌଣସି ବି କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ ଗୋଟିଏ କଥା ଉପରେ ନିଶ୍ଚୟ ଧ୍ୟାନ ଦେବା ଜରୁରୀ କି ଆପଣଙ୍କର ଇଂଟରଭିୟୁରେ ପ୍ରମାଣିତ କରିବାର ସାମର୍ଥ୍ୟ ଥିବା ଦରକାର କି ଆପଣ ଉକ୍ତ ଚାକିରି ପାଇଁ ଉପଯୁକ୍ତ କି ନୁହେଁ । ଆପଣଙ୍କଠାରେ ଏଭଳି କି ଗୁଣ ବା ପ୍ରତିଭା ରହିଛି ଯାହାକୁ ଆଧାର କରି ଏହା କୁହାଯାଇ ପାରିବ କି ଆପଣ ହିଁ ଏହି ପଦବୀ ପାଇଁ ବାସ୍ତବରେ ହକଦାର । କିନ୍ତୁ ଇଂଟରଭିୟୁରେ ବହୁତ କମ୍ ହିଁ ଲୋକଥାନ୍ତି ଯେଉଁମାନେ କି ଏପରି କରିବାର ସାମର୍ଥ ରଖିଥାନ୍ତି ।

ଜୀବନରେ ସଫଳତା ହାସଲ କରିବାରେ ଅଛି ତ ତେବେ ସର୍ବ ପ୍ରଥମେ ଇଂଟରଭିୟୁରେ କରାଯାଉଥିବା ପ୍ରଶ୍ନର ଉତ୍ତର ଦେବାର ପ୍ରତିଭାକୁ ଶିଖିନେବା ଉଚିତ । ତେବେ ଜାଣନ୍ତୁ ଇଂଟରଭିୟୁ ସମୟରେ କରାଯାଇଥିବା ପ୍ରଶ୍ନର ଉତ୍ତରକୁ ଆପଣ କିଭଳି ସାମ୍ନା କରିବେ । ତେବେ ଆସନ୍ତୁ ଜାଣିବା ।

ଏହି କ୍ଷେତ୍ରଟିକୁ ଚୟନ କରିବାର ଉଦ୍ଦେଶ୍ୟ ?

ତେବେ ଏହି ପ୍ରଶ୍ନର ଉତ୍ତରରେ କିଛି ଏଣୁତେଣୁ ନ ଗପି ସିଧାସଳଖ ନିଜର ମତ ରଖନ୍ତୁ । ଏବଂ ଯେଉଁ କାରଣରୁ ଆପଣ ଏହି କ୍ଷେତ୍ରଟିକୁ ଚୟନ କରିଛନ୍ତି ।

ଏହି ପଦ ପାଇଁ ନିଜକୁ କିଭଳି ଭାବରେ ସୁଇଟେବୁଲ୍ ଭାବୁଛନ୍ତି ?

ଏହି ପ୍ରଶ୍ନର ଉତ୍ତରରେ ଆପଣ ଆପଣଙ୍କ ପ୍ରତିଭା ସଂପର୍କରେ ତାଙ୍କୁ ଅବଗତ କରାନ୍ତୁ । ଯାହା ଉପରେ ଆପଣଙ୍କର ସଂପୂର୍ଣ୍ଣ କନଫିଡେନ୍ସ ରହିଛି । ଆପଣ ଯେଉଁ ପଦ ପାଇଁ ଆବେଦନ କରିଛନ୍ତି ତାହା ସହ ଜଡିତ ପ୍ରତିଭା ବା ଗୁଣ ସଂପର୍କରେ ଆଲୋଚନା କରନ୍ତୁ । ଯାହା ଆପଣଙ୍କଠାରେ ରହିଛି । ଏଥିସହିତ ମଧ୍ୟ ଆପଣ ଆପଣଙ୍କର ଦୁର୍ବଳତା ସଂପର୍କରେ ସେମାନଙ୍କ ସହିତ ଆଲୋଚନା କରିପାରିବେ ।

ଆପଣ କଂପାନୀ ସଂପର୍କରେ କଣ ଜାଣିଛନ୍ତି ଏବଂ କଂପାନୀ ପାଇଁ କଣ କରିପାରିବେ ?

ଏହି ପ୍ରଶ୍ନର ଉତ୍ତର ଆପଣ ସେତେବେଳ ଦେଇ ପାରିବେ ଯେତେବେଳେ ଆପଣଙ୍କର ଉକ୍ତ କଂପାନୀ ସଂପର୍କରେ କିଛି ଜ୍ଞାନ ଥିବ । ଏଥିପାଇଁ ଇଂଟରଭିୟୁ ପାଇଁ ଯିବା ପୂର୍ବରୁ ପ୍ରଥମେ ଉକ୍ତ କଂପାନୀ ସଂପର୍କରେ ସମସ୍ତ ତଥ୍ୟ ଜାଣିବା ଆବଶ୍ୟକ । ଏଥିସହିତ କଂପାନୀ ପାଇଁ କଣ କରିପାରିବେ ଏହାର ଉତ୍ତର ମଧ୍ୟ ତଥ୍ୟ ଆଧାରରେ ଦେବାକୁ ଚେଷ୍ଟା କରନ୍ତୁ ।

ପ୍ରଥମ କଂପାନୀ ବା ଚାକିରିକୁ ଆପଣ କାହିଁକି ଛାଡିବାକୁ ଚାହୁଁଛନ୍ତି ?

ଇଂଟରଭିୟୁ ସମୟରେ ପଚରା ଯାଉଥିବା ପ୍ରଶ୍ନ ମଧ୍ୟରୁ ଏହା ହେଉଛି ସବୁଠାରୁ ସହଜ ତଥା ସାଧାରଣ ପ୍ରଶ୍ନ ଅଟେ । ଅଧିକାଂଶ ସମୟରେ ଲୋକେ ଏହା ଉପରେ ବହୁତ ଇମୋସନାଲ୍ ହୋଇ ଉତ୍ତର ଦେଇଥାନ୍ତି । ଯେପରିକି ମୋତେ ଟଙ୍କାର ବହୁତ ଆବଶ୍ୟକତା ରହିଛି । ଏହି ଚାକିରିରେ ଅନେକ ଅସୁବିଧା ବା ସମସ୍ୟା ଥିଲା କିମ୍ବା ଏହା ମୋ ପାଇଁ ଠିକ୍ ନଥିଲା ଇତ୍ୟାଦି । ତେବେ ଏପ୍ରକାର ଉତ୍ତର ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଏଥିପାଇଁ ଏଭଳି ଜବାବ୍ ଦେବା ପରିବର୍ତ୍ତେ ଆପଣ କୁôହନ୍ତୁ କି ଆପଣଙ୍କୁ ଚାଲେଞ୍ଜ ପସନ୍ଦ ଅଟେ ଏବଂ ନୁଆ ଚାଲେଞ୍ଜ ସଂଧାନରେ ଥିଲି ବୋଲି ।

ନିଜ ବିଷୟରେ କୌଣସି ୫ଟି କଥା କୁହନ୍ତୁ ?

ଏହି ପ୍ରଶ୍ନ ଜରିଆରେ ଇଂଟରଭିୟୁ ନେଉଥିବା ବ୍ୟକ୍ତି ଆପଣଙ୍କ ସଂପର୍କରେ ଜାଣିବାକୁ ଚାହିଁଥାନ୍ତି । ଏଥିପାଇଁ ଶଦ୍ଦଗୁଡିକର ସଠିକ୍ ଚୟନ ରଖିବାରେ ସାବଧାନୀ ପରଖିବା ଉଚିତ । ଯଦିଓ ଏସଂପର୍କରେ ଉକ୍ତ ବ୍ୟକ୍ତି ଜଣକ ଆପଣଙ୍କ ସହିତ ହସି ହସି କଥା ହୁଅନ୍ତୁ କିନ୍ତୁ ତାଙ୍କ ସହିତ ମଜାଳିଆମୀ ଭଳି କୌଣସି ଭୁଲ୍ କରନ୍ତୁ ନାହିଁ ।

ସୌଜନ୍ୟ: ଆଜତକ୍