ବିନା ଟଙ୍କାରେ ଘରେ ବସି ଆରମ୍ଭ କରନ୍ତୁ ୫ଟି ବ୍ୟବସାୟ ! ପ୍ରତିମାସ ଆପଣଙ୍କ ପକେଟକୁ ଚାଲି ଆସିବ ୩୦ରୁ ୪୦ ଟଙ୍କା

44

ଦେଶରେ ଅହେତୂକ ଭାବରେ ବୃଦ୍ଧି ପାଉଥିବା ସମସ୍ତ ସାମଗ୍ରୀର ଦରଦାମ ସାଙ୍ଗକୁ କମ ରୋଜଗାରରେ ଘର ଚଳାଇବା କୌଣସି ସହଜ କଥା ନୁହେଁ । ଘର ଖର୍ଚ୍ଚଠାରୁ ଆରମ୍ଭ କରି ପିଲାଙ୍କର ପାଠପଢା ବାବଦକୁ ହେଉଥିବା ଖର୍ଚ୍ଚ ପାଇଁ ଅତିରିକ୍ତ ଇନକମ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ବିନା କୌଣସି ଖର୍ଚ୍ଚରେ ନିଜ ଘରେ ବସି ହିଁ ଦୁଇ ପଇସା ରୋଜଗାର କରିପାରିବେ ।

• ଆପଣ ଇ-କମର୍ସ କଂପାନୀମାନଙ୍କର ମାଗଣାରେ ସେଲର ହୋଇ ବି ଟଙ୍କା ରୋଜଗାର କରିପାରିବେ । କାହିଁକି ନା, ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟ, ଆମାଜନ, ସ୍ନାପଡିଲ ଭଳି କଂପାନୀମାନଙ୍କର ବ୍ୟବସାୟ ବଜାରରେ ଏବେ ଚାହିଦା ଅଧିକ ରହିଛି । ତେଣୁ ଆପଣ ଚାହିଁଲେ ଆପଣଙ୍କର ପ୍ରଡକ୍ଟ ଏଠାରେ ସେଲ କରିପାରିବେ ଏବଂ ଟଙ୍କାମଧ୍ୟ ରୋଜଗାର କରିପାରିବେ ।

• ଲୋକେ ଏବେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଗଲେଣି । ଯୋଗ ପ୍ରତି ଲୋକମାନଙ୍କର ଆକର୍ଷଣ ମଧ୍ୟ ବଢିବାରେ ଲାଗିଛି । ତେଣୁ ଆପଣ ଚାହିଁଲେ ଜଣେ ଯୋଗ ଶିକ୍ଷକ ଭାବରେ ବି ନିଜର କ୍ୟାରିୟର ଗଢତୋଳି ପାରିବେ । ବିନା କୌଣସି ଖର୍ଚ୍ଚରେ ଏହାକୁ ଆପଣ ଆରମ୍ଭ ବି କରିପାରିବେ । ଗୋଟିଏ ଲୋକ ପିଛା ୫୦୦ଟଙ୍କା ହିସାବରେ ଏହାକୁ ଆରମ୍ଭ କରି ଆପଣ ଅତି ସହଜରେ ପାଖାପାଖି ୩୦ରୁ ୩୫ ହଜାର ଟଙ୍କା ଇନକମ କରିପାରିବେ ।

• ଟିଫିନ ସେଂଟର ରୂପରେ ମହିଳା ଭଳି ଯଦି ପୁରୁଷମାନେ ବି ସାମିଲ ହୋଇଯାଆନ୍ତି ତେବେ କୌଣସି ବି କମର୍ସିଆଲ ଏରିଆରେ ମୋବାଇ ଟିଫିନ ସେଂଟର ଖୋଲି ଦୁଇ ପଇସା ରୋଜଗାର କରିପାରିବେ । ଯଦିଓ ଏଥିରେ ଆପଣଙ୍କ କିଛି ଟଙ୍କା ନିବେଶ କରିବାକୁ ପଡିପାରେ ମାତ୍ର ଏହା ରୋଜଗାର କରିବାର ଏକ ଭଲ ମାଧ୍ୟମ ଅଟେ ।

• ଯଦି ଆପଣ ଗୁଜୁରାଟ, ମହାରାଷ୍ଟ୍ର କିମ୍ବା ଦକ୍ଷିଣ ଭାରତର କୌଣସି ରାଜ୍ୟରେ ରହୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସ୍ଥାନୀୟ ଭାଷା ପ୍ରତି ଜ୍ଞାନ ରହିବା ନିହାତି ଭଲ । କାରଣ ଆପଣ ଜଣେ ଟ୍ରାନ୍ସଲେଟର ରୂପରେ ନିଜ ଘରେ ବସି ଅନେକ ସାରା କାମ କରିପାରିବେ । ଅନଲାଇନରେ ଏଭଳି ଅନେକ କଂପାନୀ ରହିଛି, ଯେଉଁଥିରେ ରିଜିଓନାଲ କଂଟେଂଟର ଚାହିଦା ବହୁତ ଅଧିକ ରହିଛି । ତେଣୁ ଆପଣ ଏଥିରୁ ୧୫ରୁ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

• ସେହିପରି ଯଦି ଆପଣଙ୍କର ବିଜ୍ଞାନ କିମ୍ବା ଗଣିତ ଉପରେ ଅଧିକ ଜ୍ଞାନ ଥିବ ତେବେ ଆପଣ ଜଣେ ଭଲ ଶିକ୍ଷକ ରୂପରେ ବି ଟଙ୍କା ରୋଜଗାର କରିପାରିବେ ।କାରଣ ଏଥିରୁ ଆପଣ ଘରେ ମାସକୁ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରିପାରିବେ ।