ଜିଓର ୧ଜିବି ଡାଟା ସରିଯାଇଛି କି ? ତେବେ ଆଦୌ ଚିନ୍ତା କରନ୍ତୁନି, ମାଗଣାରେ ଏଭଳି କରନ୍ତୁ ସିନେମା ଡାଉନଲୋଡ

418

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ନିକଟରେ ନିଶ୍ଚିତ ରୂପରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ଜିଓ ସିମ ଥିବ । ସେହିପରି ଅନେକଙ୍କ ପାଖରେ ଏୟାରଟେଲ ଓ ଭୋଡାଫୋନର ସିମ ମଧ୍ୟ ରହିଥିବ । ଆଜିକା ଦିନରେ ବଜାରରେ ଅନେକ ସାରା ଶସ୍ତା ଡାଟା ପ୍ଲାନ ଉପଲବ୍ଧ, ଯେଉଁଥିରେ ପ୍ରତିଦିନ ହିସାବରେ ୧ ଜିବି ଡାଟା ମିଳୁଛି ଏବଂ ପ୍ରତିଦିନ ୧ଜିବି ଡାଟା ଦେଉଥିବା ଅନେକ ପ୍ଲାନଗୁଡିକ ମଧ୍ୟ ଲୋକେ ଗ୍ରହଣ କରୁଛନ୍ତି । ହେଲେ ଯଦି ୧ ଜିବି ଡାଟା ଶେଷ ହୋଉଯାଉଛି, ତେବେ ୪ଜି ସ୍ପିଡରେ ସିନେମା ଡାଉଲଲୋଡ କରିବାର ତରିକ କଣ ହୋଇପାରେ ? ଆସନ୍ତୁ ଜାଣିବା. . .

ସର୍ବପ୍ରଥମେ ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ସୁବିଧା କେବଳ ଜିଓ ୟୁଜର୍ସଙ୍କ ପାଇଁ ହିଁ ପ୍ରଯୁଜ୍ୟ । ଆପଣଙ୍କୁ ତ ଜଣାଥିବ କି ଜିଓ ମଧ୍ୟରାତ୍ର ତଥା ରାତି ୨ଟାରୁ ୫ଟା ପର୍ଯ୍ୟନ୍ତ ୪ଜି ସ୍ପିଡରେ ଅନମିଲିମିଡେଟ ଡାଟା ଦେଉଛି । ଯେଉଁ ସମୟରେ ଆପଣ ୪ଜି ସ୍ପିଡରେ ଅନଲିମିଟେଡ ଡାଉନଲୋଡିଂ କରିପାରିବେ । ହେଲେ ପ୍ରଶ୍ନ ଉଠୁଛି କି, ରାତି ୨ଟାରୁ ୫ଟା ଯାଏଁ କିଏ ନିଜର ନିଦକୁ ଖରାପ କରିବ । ତେବେ ଆସନ୍ତୁ ଆଜି ଆମେ ଆପଣ ଏହାର ମଧ୍ୟ ତରିକା ଜଣାଇବୁ ।

ଯଦି ଆପଣ ମଧ୍ୟ ୧ଜିବି ଡାଟା ଶେଷ ହେବା ପରେ ୪ଜି ସ୍ପିଡରୁ ଡାଉନଲୋଡିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ଏଥିପାଇଁ ଦୁଇଟି ବିକଳ୍ପ ରହିଛି । ପ୍ରଥମଟି ହେଲା ଜିଓ ସିନେମା ଆପ ଏବଂ ଦ୍ୱିତୀୟଟି ହେଲା Advance Download Manager । ଏହି ଦୁଇଟି ଆପ ଜରିଆରେ ଆପଣ ଆପଣଙ୍କର ମନ ପସନ୍ଦର ଭିଡିଓ ଓ ସିନେମାକୁ ରାତି ୨ଟାରୁ ୫ଟା ପର୍ଯ୍ୟନ୍ତ ଡାଉନଲୋଡିଂ ପାଇଁ ସିଡ୍ୟୁଲ କରିପାରିବେ ।

Advance Download Manage ଆପରୁ କିପରି କରିବେ ଡାଉନଲୋଡ . . .

• Advance Download Manager (ADM) ଆପକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ ।

• ଏବେ Browserକୁ ଯାଇ ଆପଣ ଯେଉଁ ସିନେମା କିମ୍ବା ଭିଡିଓଟିକୁ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତାକୁ ସର୍ଚ୍ଚ କରନ୍ତୁ ଏବଂ ଡାଉନଲୋଡ ଉପରେ କ୍ଲିକ୍ କରି ADM ଅପସନକୁ ଚୟନ କରନ୍ତୁ ।

• ଏବେ ଯେପରି ହିଁ ADM ଆପରେ ଥିବା Add ଅପସନ ନଜର ଆସିବ ତା ଉପରେ କ୍ଲିକ କରି ସିଡ୍ୟୁଲ କରନ୍ତୁ ।

• Add କରିବା ପରେ ଆପ ଉପରି ଭାଗର ବାମ ପାଖରେ ନଜର ଆସୁଥିବା ୩ ଡଟ ଉପରେ କ୍ଲିକ୍ କରନ୍ତୁ ।

• ଏବେ ତଳେ ନଜର ଆସୁଥିବା ସେଟିଂ ବଟନ ଉପରେ କ୍ଲିକ କରନ୍ତୁ । ଏଥିରେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କୁ  Planningର ବିକଳ୍ପ ମିଳିବ । ଏଠାରେ ୨ରୁ ୫ଟା ପର୍ଯ୍ୟନ୍ତ ଆପଣ ଟାଇମ ସିଡ୍ୟୁଲ ଦେଇଦିଅନ୍ତୁ ।

• ଏହାପରେ ୨ରୁ ୫ଟା ସମୟ ମଧ୍ୟରେ ଆପଣଙ୍କର ସିନେମା ଡାଉନଲୋଡ ହୋଇଯିବ । ଏବଂ ଡାଟା ଆପଣା ଛାଏଁ ବନ୍ଦ ହୋଇଯିବ ।

ଜିଓ ସିନେମା ଆପରୁ କିପରି କରିବେ ଡାଉନଲୋଡ . . .

• ସେହିପରି ଜିଓ ସିନେମା ଆପରୁ ସିଡ୍ୟୁଲ କରି ବି ଆପଣ ଡାଉନଲୋଡିଂ କରିପାରିବେ । ଏଥିପାଇଁ ଜିଓ ସିନେମା ଆପକୁ ଯାଆନ୍ତୁ ।

• ଏବେ ଯେଉଁ ସିନେମାକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତା ଉପରେ କ୍ଲିକ କରନ୍ତୁ । ଏବେ ଡାଉନଲୋଡର ବଟନ ଉପରେ କ୍ଲିକ କରନ୍ତୁ ।

• ଏଠାରେ ଆପଣଙ୍କୁ ଡାଉନଲୋଡ ଏବଂ ସ୍ମାର୍ଟ ଡାଉନଲୋଡ ଦୁଇଟି ଅପସନ ନଜର ।ସିବ । େ

• ଯଉଁଥିରୁ ଆପଣଙ୍କୁ ସ୍ମାର୍ଟ ଡାଉନଲୋଡ ଅପସନ ଉପରେ କ୍ଲିକ କରି ଆପଣ ସିନେମାକୁ ରାତି ୨ଟାରୁ ୫ଟା ସମୟ ମଧ୍ୟରେ ସିଡ୍ୟୁଲ କରିପାରିବେ ।

• ତେବେ ସ୍ମାର୍ଟ ଡାଉନଲୋଡର ଅପସନ ସବୁ ସିନେମା ପାଇଁ ପ୍ରଯୁଜ୍ୟ ନଥାଏ ।