ଫେସବୁକ ନିକଟରେ ଆପଣଙ୍କର କେଉଁ ସବୁ ବ୍ୟକ୍ତିଗତ ତଥ୍ୟ ରହିଛି ତାହା ଜାଣିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ୭ଟି ତରିକା

18

ଫେସବୁକ୍ ଡାଟା ଲିକ୍ ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଏହି ସମୟରେ ସୋମବାର ଫେସବୁକ୍ ସ୍ୱୀକାର କରିଛି କି ସେ ନିଜ ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ଡାଟାକୁ ରେକର୍ଡ କରିଥାଏ । କେବଳ ଏତିକି ନୁହେଁ, ଆପଣଙ୍କ ଏସଏମଏସ୍ ଓ କଲ ରେକର୍ଡ ବି ରଖିଥାଏ । ଏମିତି କଲ୍ ଓ ଏସ୍ଏମଏସ୍ ଯାହା ସହିତ ଫେସବୁକର କୌଣସି ନେଣଦେଣ ନଥାଏ ।

ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ଫେସବୁକ୍ ଆପଣଙ୍କ ସମ୍ପର୍କରେ କ’ଣ କ’ଣ ତଥ୍ୟ ହାସଲ କରିଛି । ତେବେ ଏହି ୭ଟି ଉପାୟରେ ଏହାକୁ ସହଜରେ ଜାଣି ପାରିବେ । ଏହି ପ୍ରକ୍ରିୟା ଦ୍ୱାରା ଆପଣ ନିଜ ଫେସବୁକ ଡାଟା ପାଇ ପାରିବେ । ଏଥିରେ ଫେସବୁକ୍ ସହିତ ଯୋଡ଼ି ହୋଇଥିବା କଣ୍ଟାକ୍ଟ ନମ୍ବର, ଚାଟ୍ ହିଷ୍ଟ୍ରି ଓ ଆପଣ କେଉଁକେଉଁ ଆଇପି ଆଡ୍ରେସରେ ଲଗଇନ୍ କରିଛନ୍ତି ଭଳି ସୂଚନା ପାଇ ପାରିବେ ।

• ପ୍ରଥମେ ଫେସବୁକରେ ନିଜ ଆକାଉଣ୍ଟ ଲଗଇନ୍ କରନ୍ତୁ ।

• ଏହାପରେ ଆପଣ ସେଟିଂର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

• ଯେମିତି ହିଁ ଆପଣ ଏହା ଉପରେ କ୍ଲିକ୍ କରିବେ, ଆପଣଙ୍କ ସାମ୍ନାରେ ସେଟିଂର ପେଜ ଖୋଲିବ।

• ସେଟିଂ ପେଜ ଖୋଲିବା ପରେ ଏହାର ଶେଷ ଆଡକୁ ଯାଆନ୍ତୁ, ଏଠାରେ ଆପଣଙ୍କୁ ‘Download a copy of your Facebook data’ କ୍ଲିକ୍ କରନ୍ତୁ ।

• ଯେମିତି ହିଁ ଆପଣ ଏହା ଉପରେ କ୍ଲିକ୍ କରିବେ ଏକ ନୂଆ ପେଜ ସାମ୍ନାକୁ ଆସିବ । ଏଠାରେ ‘Start my archive’ ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ଫେସବୁକ୍ ଡାଟା ଡାଉନଲୋଡ ହେବା ଆରମ୍ଭ ହୋଇଯିବ।

• ଏହାପରେ ଫେସବୁକ୍ ଆପଣଙ୍କୁ ଏକ ମେଲ ପଠାଇବ। ଯେଉଁଥିରେ ଇମେଲ ବକ୍ସ ଚେକ୍ କରିବା ପାଇଁ ସୂଚିତ ଥିବ। ଯେମିତି ହିଁ ଆପଣଙ୍କ ଡାଟା ଡାଉନଲୋଡ ପୂରା ହୋଇଯିବ, ଏହାକୁ ଦେଖି ପାରିବେ ।

• ଏହାପରେ ଆପଣଙ୍କୁ ଏକ ଜିପ୍ ଫାଇଲ ଆସିବ । ଏଥିରେ ଆପଣଙ୍କୁ INDEX.HTML ଫାଇଲ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଯେମିତି ହିଁ ଆପଣ ଏହା ଉପରେ କ୍ଲିକ୍ କରିବେ ତୁରନ୍ତ ଜାଣି ପାରିବେ ଫେସବୁକ୍ ଆପଣଙ୍କ ସମ୍ପର୍କରେ କ’ଣ ଓ କେତେ ଜାଣିଛି ।