ହୁସିଆର୍ ! ବଜାରରେ ବିକ୍ରି ହେଉଛି ଅସଲିଠୁ ଅଧିକ ନକଲି ଅଣ୍ଡା, କେବଳ ଛୁଇଁ କରି ଜାଣନ୍ତୁ ଅସଲି-ନକଲି ମଧ୍ୟରେ ଫରକ୍

35

ବଜାରରେ ନକଲି ତଥା ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ହେବା ନେଇ ଖବର ସାମ୍ନାକୁ ଆସିଛି । ପୂର୍ବରୁ ଅକ୍ଟୋବର ୨୦୧୬ରେ ମଧ୍ୟ ଖବର ଆସିଥିଲା କି, କେରଳ ବଜାରରେ ଏହି ନକଲି ଅଣ୍ଡା ବିକ୍ରି କରାଯାଉଛି । କେହି କେହି ଏହି ଅଣ୍ଡାକୁ ଚାଇନିଜ୍ ଅଣ୍ଡା ମଧ୍ୟ କୁହନ୍ତି । ଏହି ଅଣ୍ଡାକୁ ଖାଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଥିବା ଅଭିଯୋଗ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଅସଲି ଓ ନକଲି ଅଣ୍ଡା ମଧ୍ୟରେ ଅନ୍ତର ….

ଅସଲି ଓ ନକଲି ଅଣ୍ଡା ଦେଖିବାକୁ ପ୍ରାୟତଃ ଏକାଭଳି । ଯାହାକୁ ଆପଣ ଦେଖି ଅସଲି-ନକଲି ଭିତରେ ଫରକ କଣ ଜାଣିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ସଙ୍କେତ ଜଣାଇବୁ , ଯାହାଦ୍ୱାରା ଅତି ସହଜରେ ଆପଣ ନକଲି ଅଣ୍ଡାକୁ ଚିହ୍ନଟ କରିପାରିବେ ।ତେବେ ଆସନ୍ତୁ ଜାଣିବା….

• ନକଲି ଅଣ୍ଡାର ଉପରି ସ୍ତର ସାଧାରଣତଃ ଶକ୍ତ ହୋଇଥାଏ । ଯାହାକି ଅସଲି ଅଣ୍ଡା ତୁଳନାରେ ସାମାନ୍ୟ ଆବୁଡାଖାବୁଡା ମଧ୍ୟ ହୋଇଥାଏ । ଏହାବ୍ୟତୀତ ଏହି ଅଣ୍ଡାର ଭିତର ଭାଗ ଅଂଶରେ ରବର ଭଳି ହୋଇଥାଏ ।

• ଯଦି ଆପଣ ଏକ ନକଲି ଅଣ୍ଡାକୁ ହାଲକା ଠକ୍ ଠକ କରନ୍ତି ତେବେ ଏଥିରୁ ଯେଉଁ ଶଦ୍ଦ ଆପଣଙ୍କୁ ଶୁଣାଯିବ, ତାହା ଅସଲି ଅଣ୍ଡା ତୁଳନାରେ ଟିକିଏ କମ ସାଉଣ୍ଡ ହେବ ।

• ଯଦି ଆପଣ ଅଣ୍ଡାକୁ ଭାଙ୍ଗି ତାକୁ କିଛି ସମୟ ପାଇଁ ଛାଡି ଦିଅନ୍ତି ତେବେ ଅଣ୍ଡାର ଧଳା ଓ ହଳଦୀଆ ରଙ୍ଗର ଅଂଶ କିଛି ସମୟ ପରେ ପରସ୍ପର ସହିତ ପୂରା ପୂରି ମିଶିଯାଇଥାଏ । ଏହା ଏଭଳି ହୋଇଥାଏ କି ଏଗୁଡିକ ଗୋଟିଏ ହିଁ ପଦାର୍ଥରୁ ସୃଷ୍ଟି ହୋଇଥାଏ ।

• ନକଲି ଅଣ୍ଡା ଶିଝି ଯିବା ପରେ ବି ପାଣିରେ ବୁଡି ନଥାଏ ବରଂ ତାହା ଭାସି ରହିଥାଏ । ଯଦି ଆପଣ ଏହାକୁ କିଛି ଦିନ ପାଇଁ ବାହାରେ ବି ଛାଡି ଦିଅନ୍ତି ତେବେ ବି ଏଥିରେ ନା ହିଁ ମଶାମାଛି ଛୁଇଁବେ ନା ପିମ୍ପୁଡି ଏଥିପ୍ରତି ଆକର୍ଷିତ ହେବେ ।

• ସେହିପରି ଯେତେବେଳେ ଆପଣ ଏହି ଅଣ୍ଡାକୁ ତାୱାରେ ପକାନ୍ତି, ତେବେ ତାହା ବିନା ଛୁଆଁରେ ହିଁ ଚାରିଆଡେ ବ୍ୟାପି ଯାଇଥାଏ । ଯେତେବେଳେ ଆପଣ ଅସଲି ଅଣ୍ଡାକୁ ଗୋଳାଇ ତାକୁ ତାୱାରେ ପକାଇବା ଦ୍ୱାରା ବି ତାହା ଗୋଟିଏ ଜାଗାରେ ଠୁଳ ହୋଇ ରହିଯାଇଥାଏ । ଆଉ ଯେପର୍ଯ୍ୟନ୍ତ ଆପଣ ତାକୁ ନଛୁଇଁଛନ୍ତି ସେ ପର୍ଯ୍ୟନ୍ତ ତାହା ବ୍ୟାପି ନଥାଏ ।