ବ୍ୟାଙ୍କ ଅଧିକାରୀ କଥା ନ ଶୁଣିଲେ, ଏଠାରେ କରନ୍ତୁ ମାତ୍ର ଥରୁଟିଏ ଅଭିଯୋଗ ! ଜାଣନ୍ତୁ, Banking Ombudsman ସହ ଯୋଗାଯୋଗ କରିବାର ସଠିକ୍ ତରିକା

177

ଯଦି ଆପଣ ଆପଣଙ୍କର ବ୍ୟାଙ୍କ ସେବାରେ ସନ୍ତୁଷ୍ଟ ନାହାଁନ୍ତି ଏବେ ଏସଂପର୍କରେ ବାରମ୍ବାର ବ୍ୟାଙ୍କରେ ଅଭିଯୋଗ କରିବା ଦ୍ୱାରା ବି ଆପଣଙ୍କୁ ବ୍ୟାଙ୍କ ତରଫରୁ ସେଭଳି କୌଣସି ଉତର ମିଳୁନାହିଁ । ତେବେ ଆପଣ ଏସଂକ୍ରାନ୍ତରେ ବ୍ୟାଙ୍କିଂ ଲୋକପାଳ ନିକଟରେ ବି ଅଭିଯୋଗ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କୁ କିଛି ପ୍ରୋସେସ୍ ଦେଇ ଗତି କରିବାକୁ ପଡିବ । ଯାହା ସଂପର୍କରେ ଆମେ ନିମ୍ନରେ ଗୋଟି ଗୋଟି କରି ବିସ୍ତାର ଭାବରେ ଆଲୋଚନା କରିଛୁ । ତେବେ ଜାଣିବା ପାଇଁ ପଢନ୍ତୁ ପୂରା ଖବର..

• ନିଜ ବ୍ୟାଙ୍କରେ ଅଭିଯୋଗ କରନ୍ତୁ ନା କି କୌଣସି ବ୍ୟାଙ୍କିଂ ଲୋକପାଳ କାର୍ଯ୍ୟାଳୟରେ ।

• ଯଦି ୩୦ ଦିନ ମଧ୍ୟରେ ବ୍ୟାଙ୍କ ତରଫରୁ ଆପଣଙ୍କୁ ସେଭଳି କୌଣସି ଜବାବ ନମିଳୁଛି ତେବେ ଏସଂକ୍ରାନ୍ତରେ ଆପଣ ବ୍ୟାଙ୍କିଂ ଲୋକପାଳ ସହ ଯୋଗାଯୋଗ କରିପାରିବେ । ଲୋକପାଲ ସହ ସଂପର୍କ କରିବାର ସମୟ ଜବାବ ମିଳିବାର ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ଅଭିଯୋଗ ଦାଖଲ କରିବା ପାଇଁ ବର୍ଷକ ପର୍ଯ୍ୟନ୍ତ ହୋଇଥାଏ ।

• ଲିଖିତ ଅଭିଯୋଗ ପାଇଁ ଆପଣ www.bankingombudsman.rbi.org.in ରେ ଉପଲବ୍ଧ ଫର୍ମକୁ ଡାଉନଲୋଡ କରି , ତାର ଏକ ପ୍ରିଂଟ ବାହାର କରିବାକୁ ହେବ ଏବଂ ଏହାକୁ ଭଲଭାବରେ ପୁରଣ କରି ସମିଟ୍ କରିବାକୁ ହେବ । ଏଥିରେ ଆପଣ ଆପଣଙ୍କର ନାମ, ଠିକଣା, ଅଭିଯୋଗ ବାବଦକୁ ତଥ୍ୟ , କ୍ଷତି ଏବଂ ଆସ୍ୱସ୍ତି ଆଦି ଦାବି ଜଣାଇବାକୁ ହେବ ।

• ସେ ସମସ୍ତ ଦସ୍ତାବିଜଗୁଡିକ ଜମା କରନ୍ତୁ . ଯାହା ଆପଣଙ୍କର ଅଭିଯୋଗକୁ ପ୍ରମାଣିତ କରୁଛି ।

• ଆପଣ ଅଭିଯୋଗ ଅନଲାଇନ (https://secweb.rbi.org.in/BO/precompltindia.com)ରେ ବି ଦାଖଲ କରିପରିବେ ।

• ସେହିପରି ଯଦି ଆପଣ ଲୋକପାଳର ନିର୍ଦ୍ଦେଶରୁ ବି ସନ୍ତୁଷ୍ଟ ନାହାଁନ୍ତି ତେବେ ଏଥିପାଇଁ ଆପଣ କନଜ୍ୟୁମର କୋର୍ଟ ବି ଦ୍ୱାରସ୍ଥ ହୋଇପାରିବେ ।

ଯଦି ଆପଣଙ୍କ ସହିତ ବ୍ୟାଙ୍କ ଜନିତ କୌଣସି ଠକେଇ ହୋଇଛି ତେବେ ୩ ଦିନ ମଧ୍ୟରେ ଏହାର ସୂଚନା ଆପଣଙ୍କୁ ସମ୍ବନ୍ଧିତ ବ୍ୟାଙ୍କକୁ ଜଣାଇବାକୁ ହେବ । ଯଦି ଆପଣ ୩ ଦିନ ମଧ୍ୟରେ ଏସଂପର୍କରେ ବ୍ୟାଙ୍କକୁ ଅବଗତ ନକରାନ୍ତି ତେବେ ଆପଣଙ୍କର ଟଙ୍କା ବୁଡି ଯାଇପାରେ । ନିୟମ ଅନୁସାରେ, ୩ଦିନ ଭିତରେ ଠକେଇ ତଥା ସମସ୍ୟା ସଂପର୍କରେ ବ୍ୟାଙ୍କକୁ ଜଣାଇବା ଦ୍ୱାରା ବ୍ୟାଙ୍କ ତରଫରୁ ଆପଣଙ୍କୁ ପୂରା ଟଙ୍କା ମିଳିବ । ଯଦି ଆପଣ ଏସଂପର୍କରେ ୩ ଦିନ ପରେ ଏବଂ ୭ଦିନ ପୂର୍ବରୁ ବ୍ୟାଙ୍କରେ ଦିଅନ୍ତି ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କର ନିୟମ ଅନୁସାରେ ଆପଣଙ୍କୁ କେବଳ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ହିଁ ଟଙ୍କା ମିଳିପାରେ । ତେବେ ଆପଣଙ୍କ ଖାତାରେ ଲକ୍ଷେ ଟଙ୍କାରୁ ଅଧିକ ଟଙ୍କା କଟି ଯାଇଥାଉ ନା କାହିଁକି । ସେହିପରି ଅଧିକ ଟଙ୍କା ପ୍ରଦାନ କରିବା ସମ୍ବନ୍ଧିତ ବ୍ୟାଙ୍କର ବିବେକ ଉପରେ ନିର୍ଭର କରିଥାଏ ।