ଆପଣଙ୍କର ମୋବାଇଲ ନମ୍ବର ଆଧାର ସହ ଲିଙ୍କ ହୋଇଛି କି ନାହିଁ, ଜାଣିବାକୁ ଚାହୁଁଛନ୍ତି କି ? ତେବେ ଫୋନ ଉଠାନ୍ତୁ ଆଉ ଡାଏଲ କରନ୍ତୁ . . .

45

ଆଉ ମାତ୍ର କେଇଟା ଦିନ ପରେ ସରିଯିବ ଫେବୃଆରୀ ମାସ ଆଉ ଚାହୁଁ ଚାହୁଁ ୩୧ ମାର୍ଚ୍ଚ ମଧ୍ୟ ଚାଲି ଆସିବ । ୩୧ ମାର୍ଚ୍ଚ ସୁଦ୍ଧା ଯଦି ଆପଣଙ୍କର ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ୍ ହୋଇନଥିବ ତେବେ ଆପଣଙ୍କର ନମ୍ବରଟି ସଂପୂର୍ଣ୍ଣ ରୂପେ ଅଚଳ ହୋଇଯିବ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି । ଆପଣମାନଙ୍କ ମଧ୍ୟରୁ ଏମିତି ବି ଅନେକ ଲୋକ ରହିଛନ୍ତି ଯେଉଁମାନେ କି ଏଯାବତ୍ ନିଜର ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିନାହାଁନ୍ତି । ହେଲେ ପ୍ରଶ୍ନ ଉଠୁଛୁ କି ଆପଣଙ୍କର ନମ୍ବର ବାସ୍ତବରେ ଆଧାର ସହ ଲିଙ୍କ ହୋଇଛି କି ନାହିଁ, ତାହା ଜାଣିବେ କିପରି ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ତରିକା ସଂପର୍କରେ ।

ସୂଚନା ମୁତାବକ, ନୂଆ ବର୍ଷ ଆରମ୍ଭରୁ ହିଁ ସରକାର ଦେଶର ସମସ୍ତ ଟେଲିକମ କଂପାନୀମାନଙ୍କୁ ନିଜର ୟୁଜର୍ସଙ୍କଠାରୁ ଓଟିପି ଜରିଆରେ ଭେରିଫିକେସନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ତଥା ୧୪୫୪୬ ମଧ୍ୟ ଜାରି କରିଛନ୍ତି । ଅର୍ଥାତ୍ ଏହି ନମ୍ବରକୁ ଆପଣ ଆପଣଙ୍କର ମୋବାଇଲ ନମ୍ବରରୁ ଡାଏଲ କରି ଜାଣି ପାରିବେ କି ଆପଣଙ୍କର ନମ୍ବର ଆଧାର ଲିଙ୍କ ହୋଇଛି କି ନାହିଁ ।

ଏଥିସହିତ ଆପଣଙ୍କୁ ଏକଥା ମଧ୍ୟ ଜଣାଇ ଦେଉଛୁ କି, ଆପଣଙ୍କର ଆଧାର ନମ୍ବର ମୋବାଇଲ ନମ୍ବର ସହିତ ଲିଙ୍କ୍ ହୋଇଛି ମାତ୍ର ପୁଣି ଥରେ ଏହାକୁ ଭେରିଫିକେସନ କରିବା ଅନିର୍ବାର୍ଯ୍ୟ ଅଟେ । ଏଭଳି ପରିସ୍ଥିତିରେ ୧୪୫୪୬ ନମ୍ବରକୁ ଡାଏଲ କରି ଆପଣ ଆପଣଙ୍କର ଭେରିଫିକେସନ କରିପାରିବେ । ଏହି ନମ୍ବରକୁ ଡାଏଲ କରିବା ପରେ ଆପଣଙ୍କଠାରୁ ଆଧାର ନମ୍ବର ଦେବାକୁ କୁହାଯିବ ଏବଂ ଏହାପରେ ଆପଣଙ୍କର ମୋବାଇଲ ନମ୍ବରରେ ଏକ ଓଟିପି ଆସିବ ଏବଂ ଯାହାକୁ ଆପଣଙ୍କୁ ଦେବାକୁ ପଡିବ । ଓଟିପି ଡାଏଲ କରିବା ପରେ ଆପଣଙ୍କର ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ ହୋଇଛି କି ନାହିଁ ତାର ଭେରିଫିକେସନ ହୋଇଯିବ ।

ଏବେ ନଜର ପକାନ୍ତୁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ଘରେ ବସି କିପରି କରିବେ ଆଧାର ଲିଙ୍କ

ଭାରତୀ ଏୟାରଟେଲ ପକ୍ଷରୁ ବରିଷ୍ଠ ନାଗରିକ, ଅପ୍ରବାସୀ ଭାରତୀୟ ତଥା ଏନଆରଆଇ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଅନଲାଇନ ଆଧାର ମୋବାଇଲ ଭେରିଫିକେସନକୁ ମଧ୍ୟ ଉପଲବ୍ଧ କରାଯାଇଛି । ଏବେ ଘରେ ବସି ଏୟାରଟେଲର ୱେବସାଇଟରୁ ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିପାରିବେ । ଏହି ସେବା ୭୦ ବର୍ଷରୁ ଅଧିକ ବର୍ଷ ବୟସ ଥିବା ତଥା ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ । ଏଥିପାଇଁ ଗ୍ରାହକଙ୍କୁ https://www.airtel.in/verify-mobile-for-aadhaar-reverification କିମ୍ବା airtel.inକୁ ଯିବାକୁ ହେବ । ଏବଂ ଏଠାରେ ଦର୍ଶାଯାଇଥିବା ନିର୍ଦ୍ଦେଶାନୁସାରେ କାମ କରିବାକୁ ହେବ । ତେବେ ବରିଷ୍ଠ ନାଗରିକ, ପ୍ରଭାସୀ ଭାରତୀୟ ତଥା ଏନଆରଆଇ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ମୋବାଇଲ ନମ୍ବର ସହ ଆଧାର ଲିଙ୍କ କରିବାର ପ୍ରକ୍ରିୟା ପ୍ରାୟତଃ ସମାନ ଅଟେ ।