ଜରୁରୀ ସୂଚନା: କର୍ମୀଚାରୀଙ୍କୁ ଭୂଆଁ ବୁଲାଉଛନ୍ତି ସଂସ୍ଥା । ସରକାରଙ୍କ ପାଖରେ ଜମା ନାହିଁ ପିଏଫ ଟଙ୍କା । ମିସଡ କଲ ସମେତ ଏହି ୪ଟି ଉପାୟରେ ଜାଣନ୍ତୁ ଆପଣଙ୍କ କଂପାନୀ ଆପଣଙ୍କର ପିଏଫ ଟଙ୍କା ଜମା କରୁଛନ୍ତି କି ନାହିଁ

63

ଯଦି ଆପଣ ଚାକିରିଆ ତେବେ ଭବିଷ୍ୟ ନିଧି (ପିଏଫ)ଖାତାରେ ପ୍ରତି ମାସ ଆପଣଙ୍କ ଦରମାର ଗୋଟିଏ ଭାଗ ନିଶ୍ଚୟ ରୂପେ କଟୁଥିବ । ତେବେ ପିଏଫ ଆଧାରରେ ପ୍ରତି ମାସ କେତେ ଟଙ୍କା ଆପଣଙ୍କ ଦରମାରୁ କଟୁଛି ଏସଂପର୍କରେ ଆପଣ ସହଜରେ ଜାଣିପାରିବେ ।

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ତଥା ଇପିଏଫଓ ଏଥିପାଇଁ ଏକ ପେପରଲେସ ସୁବିଧା ବାହାର କରିଛି । ଇପିଏଫଓ ନିଜର ସମସ୍ତ ସବସ୍କ୍ରାଇବରଙ୍କୁ କୌଣସି ବି ସମୟରେ ବାଲାନ୍ସ ଚେକ୍ କରିବାର ସୁବିଧା ଦେଇଛି । ଯେଉଁଥିରେ ଜଣେ କର୍ମଚାରୀ ଘରେ ବସି ମାତ୍ର କିଛି ସେକେଣ୍ଡରେ ନିଜର ବାଲାନ୍ସ ଚେକ୍ କରିପାରିବେ । ତେବେ ଜାଣନ୍ତୁ ସେସଂପର୍କରେ ।

ଇପିଏଫଓ ପୋର୍ଟାଲ

ଆପଣ ଆପଣଙ୍କର ପିଏଫ ବାଲାନ୍ସ ଇପିଏଫଓ ପୋର୍ଟାଲକୁ ଯାଇ ଚେକ୍ କରିପାରିବେ । ଆପଣଙ୍କୁ ଏଥିପାଇଁ www.epfindia.gov.inକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ‘Our Services’ରେ ଯାଇ ‘For Employees’ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଏଠାରେ ଏକ ପେଜ ଖୋଲିବ ଯେଉଁଥିରେ ଆପଣଙ୍କୁ ପାସବୁକର ବିକଳ୍ପ ଚୟନ କରିବାକୁ ହେବ ।

ଏହି କାମ ଆପଣ ସେତେବେଳେ ଯାଇ କରିପାରିବେ ଯଦି ଆପଣଙ୍କର ୟୁଏଏନ ନମ୍ବର ଆକ୍ଟିଭେଟ୍ ହୋଇଥିବ ଏବଂ ଆପଣଙ୍କର ପିଏଫ ଖାତା ସହିତ ଲିଙ୍କ ହୋଇଥିବ । ନୂଆ ପେଜ ଖୋଲିବା ପରେ ଆପଣଙ୍କୁ ଏଠାରେ ଆପଣଙ୍କର ୟୁଏଏନ ନମ୍ବର ଏବଂ ପାସୱାର୍ଡ ଦେବାକୁ ହେବ ଏବଂ ଏହାପରେ ଆପଣ ଆପଣଙ୍କର ବାଲାନ୍ସ ଜାଣିପାରିବେ ।

ଆପ ଜରିଆରେ

ମୋବାଇଲ ଜରିଆରେ ଆପଣ ମଧ୍ୟ ଆପଣଙ୍କର ପିଏଫ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ଆପଣ ଏମ-ଇପିଏଫ ଆପ ଡାଉନଲୋଡ କରିପାରିବେ । ଏହାବ୍ୟତୀତ ଏବେ ଆପଣ ‘ଉମଙ୍ଗ ଆପ’ ଜରିଆରେ ମଧ୍ୟ ଆପମଙ୍କର ପିଏଫ ବାଲାନ୍ସର ସୂଚନା ପାଇପାରିବେ ।

ଆପ ଜରିଆରେ ବାଲାନ୍ସ ଜାଣିବା ପାଇଁ ହେଲେ ଆପଣଙ୍କୁ ଏହି ଆପରେ ମେମ୍ବର ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ ବାଲାନ୍ସ/ପାସବୁକ୍ ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ଆପଣଙ୍କର ୟୁଏଏନ ନମ୍ବର ଏବଂ ମୋବାଇଲ ନମ୍ବର ଦେବାକୁ ହେବ । ଏଥିସହିତ କିଛି ତଥ୍ୟ ମଧ୍ୟ ଦେବାକୁ ପଡିବ । ଏହାପରେ ଆପଣ ଆପଣଙ୍କର ବାଲାନ୍ସ ଚେକ୍ କରିପାରିବେ ।

ମିସଡ କଲ ଜରିଆରେ

ଆପଣ ଚାହିଁବେ ତ ମିସଡ କଲ ଦେଇ ବି ଆପଣଙ୍କର ପିଏଫ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ୦୧୧-୨୨୯୦୧୪୦୬ ନମ୍ବର ମିସଡ କଲ କରିବାକୁ ହେବ । ଆପଣଙ୍କୁ ପିଏଫ ବାଲାନ୍ସର ସୂଚନା ମିଳିଯିବ ।

ଏସଏମଏସ ଜରିଆରେ

ପିଏଫ ବାଲାନ୍ସ ଜାଣିବାର ଅନ୍ୟ ଏକ ତରିକା ହେଉଛି ଏସଏମଏସ । ଆପଣଙ୍କୁ ଇପିଏଫଓ ସହ ରେଜିଷ୍ଟର ମୋବାଇଲ ନମ୍ବରରୁ ୭୭୩୮୨୯୯୮୯୯ରେ ମେସେଜ କରିବାକୁ ହେବ । ଏଥିସହିତ ଆପଣଙ୍କୁ ଏଥିରେ ଇପିଏଫଓଏଚଓ ୟୁଏଏନ ଇଏନଜି ଲେଖଇବାକୁ ହେବ । ଶେଷରେ ଚିନୋଟି ଶଦ୍ଦ ଇଏନଜିର ଭାଷା ଅଟେ । ଯଦି ଆପଣ ତିନୋଟି ଶଦ୍ଦ ଦେବେ ତେବେ ଆପଣଙ୍କୁ ଇଂରାଜୀରେ ବାଲାନ୍ସର ସୂଚନା ମିଳିବ । ଏହାପରେ ଆପଣ ଆପଣଙ୍କର ବାଲାନ୍ସ ଚେକ୍ କରିପାରିବେ ।

ମାତ୍ର ଧ୍ୟାନ ରଖିବେ କି ୟୁଏଏନ ସ୍ଥାନରେ ଆପଣଙ୍କୁ ଆପାଣଙ୍କର ୟୁଏଏନ ନମ୍ବର ଦେବେନାହିଁ । ଏହାକୁ କେବଳ ୟୁଏଏନ ଲେଖି ଛାଡା ଦେବେ । ଆପଣଙ୍କର ମୋବାଇଲ ନମ୍ବର ଇପିଏଫଓ ନିକଟରେ ରେଜିଷ୍ଟର ହେବା ଦ୍ୱାରା ଆପଣଙ୍କର ପିଏଫ ଆକାଉଂଟର ଜରୁରୀ ସୂଚନା ମିଳିଯିବ । ଏଥିପାଇଁ ଆପଣଙ୍କୁ ସବୁବେଳେ ରେଜିଷ୍ଟର ମୋବାଇଲ ନମ୍ବରରୁ ହିଁ ମେସେଜ କରିବା ଆବଶ୍ୟକ ।