ବଜାରରେ ମିଳୁଛି ନକଲି କ୍ଷୀର, ପେଟକୁ ଯିବା କ୍ଷଣି ହୋଇଯାଉଛି ଜହର । ବିନା ପ୍ୟାକେଟ ଖୋଲି ଏଭଳି ଜାଣନ୍ତୁ ଅସଲି ଓ ନକଲି ଭିତରେ ଫରକ

74

ଅପମିଶ୍ରିତ ହୋଇପଡିଛି ସଂପୂର୍ଣ୍ଣ ସହର । ରାତା ରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିବା ଆଜିର ଏହି ସଭ୍ୟସମାଜ ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ରହୁଛନ୍ତି ଲିପ୍ତ । ତେବେ ଏଥିରେ ବଜାରରେ ଉପଲବ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ ବି ସାଲିମ । ଟଙ୍କା ଲୋଭରେ ଲୋକେ ଏତେ ଅନ୍ଧ ହୋଇପଡିଛନ୍ତି କି, ସତେ ଯେପରି ଟଙ୍କା ଆଗରେ ସେମାନଙ୍କ ପାଇଁ ସବୁକିଛି ଫିକା ପଡିଯାଇଛି । ଆମେ ଏଠାରେ ବଜାରରେ ମିଳୁଥିବା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ସଂପର୍କରେ ଆଲୋଚନା କରୁଛୁ । କିଭଳି ଏହି ଅପମିଶ୍ରିତ ତଥା ବିଷାକ୍ତ ଖାଦ୍ୟ ସାମଗ୍ରୀ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି ତାହା ସଂପର୍କରେ ଆମେ ଏଠାରେ ଆଲୋଚନା କରିଛୁ ।

ବଜାରରେ ମିଳୁଥିବା କ୍ଷୀର ବା ଦୁଗ୍ଧରେ କଳାବଜାରୀ ହେଉଥିବା ଖବର କିଛିଦିନ ହେଲା ଚହଳ ସୃଷ୍ଟି କରିଛି । ନକଲି କ୍ଷୀର ତଥା ଦୁଗ୍ଧ ଆପଣ ଶରୀରକୁ ଶକ୍ତି ଯୋଗାଇବା ପରିବର୍ତ୍ତେ କ୍ଷତି ପହଂଚାଇବା ଲାଗିଛି । ତେବେ ଏଥିପାଇଁ ଆପଣ ଜାଣିବା ନିହାତି ଜରୁରୀ କି ଆପଣ ଯେଉଁ ଦୁଗ୍ଧ ବ୍ୟବହାର କରୁଛନ୍ତି, ତାହା ଶୁଦ୍ଧ କି ନୁହେଁ ଅର୍ଥାତ୍ ତାହା ଅସଲି କି ନୁହେଁ । ତେବେ ଆପଣ ଏହି କାମ ଘରେ ବସି ହିଁ କରିପାରିବେ, ସେ ବି ପୁଣି ପ୍ୟାକେଟକୁ ନ ଖୋଲି । ତେବେ କିଛି ଘରୋଇ ଟିପ୍ସ ଜରିଆରେ ଆପଣ ଚେକ୍ କରିପାରିବେ କି ଆପଣ ପିଉଥିବା ଦୁଗ୍ଧ ବାସ୍ତବରେ ଅସଲି ନା ନକଲି ?

ଶୁଂଘି

ଦୁଗ୍ଧକୁ ଶୁଂଘି ତାର ଶୁଦ୍ଧତା ସଂପର୍କରେ ଆପଣ ଅନୁମାନ କରିପାରିବେ । ଯଦି ଦୁଗ୍ଧରେ ସାବୁନ ଭଳି ଗନ୍ଧ ବାହାରୁଥାଏ ତେବେ ଆପଣ ଜାଣିଯିବେ କି, ଆପଣ ଆଣିଥିବା କ୍ଷୀର ପ୍ୟାକେଟଟି ନକଲି ଅଟେ ।

ହାତରେ ଘଷନ୍ତୁ

ସାମାନ୍ୟ ମାତ୍ରାରେ କଂଚା କ୍ଷୀରକୁ ହାତ ପାପୁଲିରେ ରଗଡନ୍ତୁ ଓ ଏହାକୁ ଚାଖନ୍ତୁ । ଅସଲି ଦୁଗ୍ଧରେ ମିଠା ସ୍ୱାଦ ଆସିଥାଏ । ଯଦି ଦୁଗ୍ଧର ସ୍ୱାଦ ମିଠା ନଲାଗେ ତେବେ ଜାଣିନେବେ କି ଆପଣ କିଣିଥିବା କ୍ଷୀର ପ୍ୟାକେଟଟି ନକଲି ଅଟେ ।

ରଙ୍ଗ ଦେଖି

ଅସଲି ଦୁଗ୍ଧକୁ ଫୁଟାଇବା ଦ୍ୱାରା ତାର ରଙ୍ଗରେ କୌଣସି ପ୍ରକାରର ପରିବର୍ତ୍ତନ ଆସିନଥାଏ । ସେହିପରି ନକଲି କ୍ଷୀର ଫୁଟାଇବା ଦ୍ୱାରା ତାର ରଙ୍ଗ ହାଲକା ହଳଦିଆ ରଙ୍ଗର ହୋଇଯାଇଥାଏ । କିମ୍ବା କିଛି ସମୟ ରଖିଦେଲେ ଏହାର ରଙ୍ଗ ବଦଳିଯାଇଥାଏ ।

ଚିକ୍କଣିଆ ଲାଗିଲେ

ଅସଲି କ୍ଷୀରକୁ ହାତ ପାପୁଲିରେ ରଗଡିବା ଦ୍ୱାରା ଏହା ହାତକୁ ଚିକ୍କଣିଆ ତଥା ତେଲିଆ ଲାଗିଥାଏ । ସେହିପରି ଯଦି ନକଲି କ୍ଷୀରକୁ ଏଭଳି କରନ୍ତି ତେବେ ଏହା ହାତକୁ କିଛି ବି ଅନୁଭବ ହୋଇଥାଏ ।

ଅଧିକ ଫେଣ ନହେବା

ଅଧିକାଂଶ ସମୟରେ ୱାସିଂ ପାଉଡର ମିଶାଇ ନକଲି ଦୁଗ୍ଧ ପ୍ରସ୍ତୁତ କରାଯାଇଥାଏ । ଏକ କାଚ ଗ୍ଲାସରେ କ୍ଷୀର ଭର୍ତ୍ତି କରି ଏହାକୁ କିଛି ସମୟ ଧରି ହଲାନ୍ତୁ । ଯଦି ଏଥିରେ ଅଧଧିକ ମାତ୍ରାରେ ଫେଣ ବାହାରେ କିଏବଂ ବହୁତ ସମୟ ଧରି ଏହି ଫେଣ ରହେ ତେବେ ବୁଝି ିବୋ କି ଏଥିରେ ୱାସିଂ ପାଉଡର ମିଶାଯାଇଛି ।