ଆପଣଙ୍କର ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ହୋଇଛି କି ନାହିଁ ? ଜାଣନ୍ତୁ ମାତ୍ର ୧୦ ସେକେଣ୍ଡରେ

42

ବ୍ୟାଙ୍କ ଖାତାକୁ ଆଧାର ନମ୍ବର ସହ ଲିଙ୍କ କରିବା ଏବେ ଜରୁରୀ ହୋଇପଡିଛି । ଆପଣଙ୍କ ନିକଟକୁ ବି ନିଜର ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ କରାଇବା ନେଇ ଅନେକ ମେସେଜ ମଧ୍ୟ ଲଗାତର ଭାବେ ଆସୁଥିବ । ହେଲେ ଆପଣ ଜାଣିଛନ୍ତି କି ଆପଣ ଆପଣଙ୍କ ମୋବାଇଲରେ ଅତି ସହଜରେ ଜାଣି ପାରିବେ କି ଆପଣଙ୍କ ଆଧାର, ବ୍ୟାଙ୍କ ସହ ଲିଙ୍କ ହୋଇଛି କି ନାହିଁ । ଏଥିପାଇଁ କିନ୍ତୁ ଆପଣଙ୍କୁ ତଳେ ଦିଆଯାଇଥିବା ମାତ୍ର ୪ଟି ଷ୍ଟେପକୁ ଫଲୋ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ଆଧାରକୁ ବ୍ୟାଙ୍କ ଆକାଉଂଟ ସହ ଲିଙ୍କ କରିବାର ଶେଷ ତାରିଖ ୩୧ ଡିସେମ୍ବର, ୨୦୧୭ ରଖାଯାଇଥିଲା ଯାହାକୁ ବର୍ତ୍ତମାନ ଘୁଂଚାଇ ୩୧ ମାର୍ଚ୍ଚ ୨୦୧୮ କରିଦିଆଯାଇଛି । ତେଣୁ ଆପଣ କାଳ ବିଳମ୍ବ ନକରି ତୁରନ୍ତ ନିଜର ଖାତାକୁ ଆଧାର ନମ୍ବର ସହିତ ଲିଙ୍କ କରିଦିଅନ୍ତୁ । ଏହାବତୀତ,ଯଦି ଆପଣ ଆପଣଙ୍କର ଖାତାକୁ ଆଧାର ସହ ଲିଙ୍କ କରିଦେଇଛନ୍ତି ଆଉ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କର ଆକାଉଂଟ ଆଧାର ଲିଙ୍କ ହୋଇଛି କି ନାହିଁ ତେବେ ଏହି କାମକୁ ଆପଣ ଘରେ ବସି ହିଁ ଚେକ୍ କରିପାରିବେ । ଏବେ ନଜର ପକାନ୍ତୁ କିପରି ଜାଣିବେ ଆପଣଙ୍କ ଖାତା ଆଧାର ଲିଙ୍କ ହୋଇଛି କି ନାହିଁ ।

• ନିଜ ଫୋନରେ *99*99*1# ଡାଏଲ କରନ୍ତୁ

• ଏବେ ଆପଣଙ୍କୁ ଏଠାରେ ଆପଣଙ୍କର ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବରକୁ ଦେବାକୁ ପଡିବ

• ଏହାପରେ ଆପଣଙ୍କୁ ଏହାକୁ କନଫର୍ମ କରିବାକୁ ପଡିବ

• ଏବଂ କନଫର୍ମ ହେବା ପରେ ଆପଣଙ୍କୁ ଜଣା ପଡିଯିବ କି ଆପଣଙ୍କର ଆଧାର ନମ୍ବର ଆଧାର ସହ ଲିଙ୍କ ହୋଇଛି କି ନାହିଁ ।