ହ୍ୱାଟସଆପରେ ଅନଲାଇନରେ ଥାଇ ବି କେହି ଜାଣିପାରିବେ ନାହିଁ ! ହେଲେ କେମିତି , ଜାଣନ୍ତୁ ପୂରା ପ୍ରକ୍ରିୟା

117

ଯଦି ଆପଣ ଚାହୁୁଁଛନ୍ତି ଆପଣ କୌଣସି ବ୍ୟକ୍ତିଙ୍କ ସହିତ ଚାର୍ଟ କରୁଥିବେ ଆଉ ସେ ଆପଣଙ୍କୁ ଅନଲାଇନ ଥିବା ନେଇ ଦେଖିନପାରିବେ, ଏଥିସହିତ ହିଁ ମେସେଜ ପଢିବାର ନୀଳ ରଙ୍ଗର ଚିହ୍ନ ମଧ୍ୟ ଯେପରି ନ ଆସିବ ତେବେ ଆପଣଙ୍କର ଏସବୁ ଇଚ୍ଛା ଏବେ ପୁରଣ ହୋଇପାରିବ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ଟ୍ରିକ୍ ସଂପର୍କରେ ଜଣାଇବାକୁ ଯାଉଛି, ଏହାଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ ଆଉ ଆପଣ ଯେତେବେଳେ ଚାହିଁବେ ସେତେବେଳେ ଅନଲାଇନ ରହିପାରିବେ ଆଉ କେହି ଜାଣିପାରିବେ ନାହିଁ କି ଆପଣ ଅନଲାଇନ ଅଛନ୍ତି କି ନାହିଁ । ତେବେ ଆସନ୍ତୁ ଜାଣିବା . . .

ସର୍ବ ପ୍ରଥମେ ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏଥିପାଇଁ ଆପଣଙ୍କର କୌଣସି ଟଙ୍କା ମଧ୍ୟ ଖର୍ଚ୍ଚ ହେବ ନାହିଁ । ଆପଣଙ୍କୁ ଖାଲି ନିଜର ହ୍ୱାଟସଆପର ସେଟିଂକୁ ଯାଇ କିଛି ପରିବର୍ତ୍ତନ କରିବାକୁ ହେବ । ଏହାଛଡା ଏକ ଆପ ମଧ୍ୟ ଇନଷ୍ଟଲ କରିବାକୁ ପଡିବ । ସବୁଠାରୁ ବଡ କଥା ହେଲାକି ଏଥିପାଇଁ ଅଲଗା ଭାବେ କୌଣସି ଟଙ୍କା ମଧ୍ୟ ଆପଣଙ୍କୁ ଦେବାକୁ ପଡିବନି । କାରଣ ଏହା ପୂରାପୁରି ମାଗଣା ଅଟେ ।

• ସେଟିଂରେ ପରିବର୍ତ୍ତନ କରିବା ପାଇଁ ଆପଣ ଆପଣଙ୍କର ହ୍ୱାଟସଆପକୁ ଖୋଲିବାକୁ ହେବ ।

• ଏହାପରେ ଏହାର ଉପର ଭାଗର ଠିକ୍ ଡାହାଣ ପାଖରେ ନଜର ଆସୁଥିବା ୩ଟି ଡଟ ଉପରେ କ୍ଲିକ୍ କରିବାକୁ ହେବ ।

• ଏଠାରେ କିଛି ଅପସନ ନଜର ଆସିବ । ଯେଉଁଥିରେ ଆପଣଙ୍କୁ ସର୍ବ ପ୍ରଥମେ ନଜର ଆସୁଥିବା ପ୍ରାଇଭେସି ଅପସନ ଉପରେ କ୍ଲିକ କରିବାକୁ ହେବ ।

• ଏଠାରେ କ୍ଲିକ କରିବା ପରେ ଅନେକ ଅପସନ ନଜର ଆସିବ । ଯେଉଁଥିରେ ଏହାର ସବା ଶେଷରେ ନଜର ଆସିବ ଜରବୟ Read Receipts (ରିଡ୍ ରିସିପ୍ଟସ) ଅପସନ । ଏଥିରେ ଥିବା ‘ଟିକ୍’ ର ଚିହ୍ନ ଉପରେ କ୍ଲିକ କରି ଏହାକୁ ହଟାଇ ଦେବାକୁ ହେବ ।

• ଏହାକୁ ହଟାଇବା ପରେ ହ୍ୱାଟସଆପର କୌଣସି ବି ମେସେଜକୁ ଦେଖିଲେ ତା ଉପରେ ‘ଟିକ୍’ ର ନୀଳ ରଙ୍ଗର ଚିହ୍ନ ନଜର ଆସିବ ନାହିଁ । ଅର୍ଥାତ୍ ସେଣ୍ଡରଙ୍କୁ ଜଣା ପଡିବ ନାହିଁ କି ଆପଣ ଉକ୍ତ ମେସେଜଟି ଦେଖିଛନ୍ତି କି ନାହିଁ ।

• ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣ Unseen Ninja ଆପକୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଇନଷ୍ଟଲ କରିବାକୁ ହେବ । ଯେତେବେଳେ ଆପଣ ଏହି ଆପଟିକୁ ଇନଷ୍ଟଲ କରିବେ ସେତେବେଳେ ଏଥିରେ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ । କାରଣ, ଏହି ଆପଟି ଆପଣା ଛାଏଁ ଆପଣଙ୍କର ହ୍ୱାଟସଆପକୁ ଚାଲିଯିବ । ଆଉ ଯେତେବେଳେ ବି ଆପଣଙ୍କ ନିକଟକୁ କୌଣସି ବି ମେସେଜ ଆସିବ , ଆପଣଙ୍କୁ ଏହି ଆପରୁ ହିଁ ରିପ୍ଲାଏ କରିବାକୁ ପଡିବ ।

• ତେବେ ଏହି ଆପରୁ ରିପ୍ଲାଏ କରିବା ଦ୍ୱାରା ହ୍ୱାଟସଆପରେ ଆପଣଙ୍କୁ ଅନଲାଇନ ଦେଖାଯିବ ନାହିଁ । ଏହାବ୍ୟତୀତ ରିପ୍ଲାଏ ମଧ୍ୟ କରିପାରିବେ । ଏହି ଆପରୁ ରିପ୍ଲାଏ କରିବା ଦ୍ୱାରା ଆପଣଙ୍କ ଲାଷ୍ଟ ସିନ ଟାଇମ ମଧ୍ୟ ବଦଳିବ ନାହିଁ । ଅର୍ଥାତ୍ ଏହି ଟ୍ରିକ୍ ଜରିଆରେ ଆପଣ ହ୍ୱାଟସଆପରେ ଅତି ସହଜରେ ଚାର୍ଟ କରିପାରିବେ ହେଲେ କାହାକୁ ଜଣା ପଡିବନି କି ଆପଣ ଅନଲାଇନ ଅଛନ୍ତି କି ନାହିଁ ।