ମୋବାଇଲରୁ କ୍ୟାନସେଲ କରନ୍ତୁ କାଉଣ୍ଟରରୁ କିଣିଥିବା ରେଳଟିକେଟ୍ : ଜାଣନ୍ତୁ ପୂରା ପ୍ରକ୍ରିୟା

49

ଅଧିକାଂଶ ଲୋକେ ଟ୍ରେନରେ ଯାତ୍ରା କରିବାକୁ ବେଶି ପସନ୍ଦ କରିଥାନ୍ତି । ହେଲେ ଅନେକ ସମୟରେ କୌଣସି କାରଣରୁ ଆମକୁ କରିଥିବା ଟିକେଟକୁ କ୍ୟାନସେଲ କରିବାକୁ ପଡିଥାଏ । ଏଥିପାଇଁ ଆମକୁ ପୁଣି ଥରେ ଷ୍ଟେସନ କାଉଂଟରକୁ ଦୌଡିବାକୁ ପଡିଥାଏ । ତେବେ ଏହି କାମ ଆପଣ ଘରେ ବସି ବି କରିପାରିବେ, ସେ ପୁଣି ନିଜ ମୋବାଇଲ ଫୋନ ଜରିଆରେ । ଆଜ୍ଞା ହଁ ! ଆପଣ ଘରେ ବସି ସ୍ମାର୍ଟଫୋନରୁ ଟିକେଟ୍ କ୍ୟାନସେଲ କରିପାରିବେ । ତେବେ କିପରି ଜାଣନ୍ତୁ ପୂରା ପ୍ରକିୟା…

• ଟିକେଟ୍ କାଉଂଟରରୁ କିଣିଥିବା ରିଜର୍ଭେସନ ବାଲା ଟିକେଟକୁ କ୍ୟାନସେଲ କରିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲରେ ଆଇଆରସିଟିସିର ୱେବସାଇଟକୁ ଖୋଲିବାକୁ ହେବ ।

• ୱେବସାଇଟ ଖୋଲିବା ପରେ ଯେଭଳି ହିଁ ଆପଣ ଡାହାଣ ପାଖକୁ ନଜର ଦେବେ ସେଠାରେ ଆପଣଙ୍କୁ Counter Ticket Cancellation ବିକଳ୍ପ ନଜର ଆସିବ ।

• ଆପଣ Counter Ticket Cancellation ଉପରେ କ୍ଲିକ କରିବା କ୍ଷଣି ହିଁ ଏଠାରେ ଗୋଟିଏ ନୂଆ ପେଜ ଓପନ ହୋଇଯିବ । ଏଥିରେ ଆପଣଙ୍କର ଟିକେଟର ପିଏନଆର ନମ୍ବର ଏବଂ ଟ୍ରେନ ନମ୍ବରରେ ଦିଆଯାଇଥିବା କାପଚା କୋଡ ଭରିବାକୁ ହେବ ।

• ଏହାପରେ ଯେମିତି ଆପଣ ଏହି ସମସ୍ତ ଡିଟେଲ ଭରି ସବମିଟ କରିବେ , ଆପଣଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ଚାଲି ଆସିବ ।

• ତେବେ ଏହି ଓଟିପି ସେହି ମୋବାଇଲ ନମ୍ବରକୁ ଯିବ, ଯେଉଁ ନମ୍ବରଟିକୁ ଆପଣ ବୁକିଂ କରିବା ସମୟରେ ଫର୍ମରେ ଭରି ଥିଲେ ।

• ସମସ୍ତ ତଥ୍ୟ ଭେରିଫାଇ କରିବା ପରେ ଫୁଲ Cancellation ପାଇଁ କ୍ୟାନସେଲ ଟିକେଟ ଉପରେ କ୍ଲିକ କରିବାକୁ ହେବ ।

• ଆପଣଙ୍କୁ କେତେ ଟଙ୍କା ଫେରସ୍ତ ମିଳିବ ତାର ତଥ୍ୟ ଆପଣଙ୍କ ସ୍କ୍ରିନରେ ଚାଲିଆସିବ ।

• ଆପଣଙ୍କ ମୋବାଇଲ ନମ୍ବରରେ ପିଏନଆର ନମ୍ବର ଏବଂ ରିଫଣ୍ଡ ବାବଦକୁ ଟଙ୍କାର ଡିଟେଲ୍ସ ମଧ୍ୟ ପଠାଯିବ । ଆପଣ ଯାତ୍ରା ଆରମ୍ଭ କରୁଥିବା ଷ୍ଟେସନ କିମ୍ବା ପାଖାପାଖି ସାଟେଲାଇଟ ପିଆରଏସ ଲୋକେସନରୁ ରିଫଣ୍ଡର ଟଙ୍କା ନେଇପାରିବେ ।

• ଟିକେଟ କାନସେଲ କରିବା ପାଇଁ ଆପଣ ଦେଇଥିବା ମୋବାଇଲ ନମ୍ବର ସଠିକ୍ ହୋଇଥିବା ନିହାତି ଜରୁରୀ । ଆପଣ ଷ୍ଟେସନରୁ ଟ୍ରେନ୍ ଛାଡିବାର ୪ ଘଂଟା ପୂର୍ବରୁ ହିଁ କ୍ୟାନସେଲ କରିପାରିବେ ।