ଦୁର୍ବଳ ଇଂଟରନେଟ ସିଗନାଲକୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ ମାତ୍ର ୫ଟି ତରିକା ଆଉ ବଢାନ୍ତୁ ଇଂଟରନେଟର ବେଗ

35

ଘର ହେଉ କିମ୍ବା ଅଫିସରେ ଅଧିକାଂଶ ସ୍ଥାନରେ ୱାଇଫାଇ ଜରିଆରେ ଅନେକ କାମ କରାଯାଇଥାଏ । ହେଲେ ଏଭଳିି ପରିସ୍ଥିତି କଣ ହୁଏନା ସିଗନାଲ ବହୁତ କମ ଆସିଥାଏ କିମ୍ବା ମଝିରେ ମଝିରେ ସିଗନାଲ ବ୍ରେକ୍ ହେଉଥିବା ଭଳି ସମସ୍ୟା ଦେଖାଦେଇଥାଏ । ଯାହାର ପ୍ରଭାବ ସିଧା ଆପଣଙ୍କ କାମ ଉପରେ ପଡିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ତରିକା ଜଣାଇବୁ, ଯାହାକୁ ବ୍ୟବହାର କଲେ ଆପଣଙ୍କର ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ସଂପର୍କରେ ।

୧. ଘରେ ନିଜର ରାଉଟରକୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁଠି ସିଗନାଲ ଠିକରେ ପଠାଯାଇ ପାରୁଥିବ । ଉଦାହରଣ ସ୍ୱରୂପ, ଦୁଇ କବାଟ ମଧ୍ୟ ଭାଗରେ କିମ୍ବା କୌଣସି ଇଲୋକଟ୍ରନିକ ଡିଭାଇସ ଉପରେ ରାଉଟରକୁ ଲଗାଇବାଦ୍ୱାରା ସିଗନାଲ ଖରାପ ହୋଇଯାଇଥାଏ ଏବଂ ମଝିରେ ମଝିରେ ସିଗନାଲ ବ୍ରେକ୍ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଇଂଟରନେଟ ଲଗାତର ଭାବେ ଡିସକନେକ୍ଟ ହୋଇଯାଏ ।

୨. ଇଂଟରନେଟ ମୋଡେମ କିମ୍ବା ରାଉଟର କିମ୍ବା ଆଡପ୍ଟରକୁ ଅତି କମରେ ୬ ଫୁଟ ଉଚ୍ଚତାରେ ରଖନ୍ତୁ । ଘରର ବାହାର ପଟେ ଯଦି ଆପଣ ରାଉଟର ଲଗାନ୍ତି ତେବେ ସିଗନାଲରେ ସମସ୍ୟା ଦେଖାଦେଇଥାଏ । କାରଣ ତାହା ରାଉଟର ମଧ୍ୟରେ ଥିବା ଡିଭାଇସ ପର୍ଯ୍ୟନ୍ତ ପହଂଚିପାରିନଥାଏ । ୱାଇଫାଇ ସିଗନାଲକୁ ବୁଷ୍ଟ କରିବା ପାଇଁ ରାଉଟର କିମ୍ବା ମୋଡେମର ଲୋକେସନ ସବୁଠାରୁ ଅଧିକ ଜରୁରୀ ଅଟେ ।

୩. ଏଥିପାଇଁ ଅନ୍ୟ ଏକ ବିଶେଷ ଉପାୟ ହେଉଛି ଦେଶୀ ତରିକାରେ ସିଗନାଲ ପାୱାର ବୃଦ୍ଧି କରିବା । ଅର୍ଥାତ୍ ରାଉଟରର ପଛରେ ଫାଇଲ ପେପର ଲଗାଇବା ଦ୍ୱାରା ମଧ୍ୟ ସିଗନାଲ ଭଲ ରହିଥାଏ । କାହିଁକି ନା ଫାଇଲ ପେପର ଲଗାଇବା ଦ୍ୱାରା ସିଗନାଲ ରିଫ୍ଲେକ୍ଟ ହୋଇଯିବ ଏବଂ ଏହାଦ୍ୱାରା ଇଂଟରନେଟର ସ୍ପିଡ ବଢି ଯିବ । ୱାଇଫାଇ ରାଉଟରକୁ ପୂର୍ବପେକ୍ଷା ଅଧିକ ସିଗନାଲ ମିଳିବ ।

୪. ଆପଣ ୱାଇଫାଇ ଏକ୍ସଂଟେଣ୍ଡର ମଧ୍ୟ ଲଗାଇ ପାରିବେ । ବାସ ତାକୁ ଖାଲି ଏକ ବିଦ୍ୟୁତ ପ୍ଲଗ ସହ କନେକ୍ଟ କରି ଦିଅନ୍ତୁ ଏବଂ ସିଗନାଲ ପାଇଁ ଏହା ଆପଣଙ୍କର ରାଉଟର ସହ କନେକ୍ଟ ହୋଇଯିବ । ତାପରେ ଆପଣଙ୍କୁ ଘରେ ସେହି ସ୍ଥାନରେ ୱାଇଫାଇ ମିଳିବ ଯେଉଁ ସ୍ଥାନରେ ପୂର୍ବରୁ ସିଗନାଲ ବହୁତ କମ ଆସୁଥିଲା ।

୫. ଯଦି ଉପରିସ୍ଥ ସମସ୍ତ ଉପାୟ ଅବଲମ୍ବନ କରିବା ସତ୍ୱେ ବି ଆପଣଙ୍କୁ ଲାଗୁଛି କି ୱାଇଫାଇର ସ୍ପିଡ ଏବେବି ଭଲ ନାହିଁ ତେବେ ହେଇପାରେ କି କେହି ଆପଣଙ୍କର ୱାଇଫାଇ ସିଗନାଲ ବ୍ୟବହାର କରୁଛି । ଅର୍ଥାତ୍ ଆପଣଙ୍କର ପାସୱାର୍ଡ ହ୍ୟାକ୍ ହୋଇଛି ତେଣୁ ଏଭଳି ପରିସ୍ଥିତିରେ କଣ କରିବେ ନା ଆପଣ ଆପଣଙ୍କର ପାସୱାର୍ଡ ବଦଳାଇଦେବା ଅତ୍ୟନ୍ତ ଜରୁରୀ ଅଟେ ।