ମାତ୍ର ୩୦ ସେକେଣ୍ଡରେ ବୁକ୍ କରନ୍ତୁ କନଫର୍ମ ତତକାଳ ଟିକେଟ୍ ! ଜାଣନ୍ତୁ ପୂରା ପ୍ରକ୍ରିୟା

39

ସାଧାରଣତଃ ଅଧିକାଂଶ ଲୋକେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ବିଭିନ୍ନ ଏଜେଂଟମାନଙ୍କର ସହାୟତା ଲୋଡିଥାନ୍ତି । ହେଲେ ଆଜି ଆମେ ଏକ ଏଭଳି ତରିକାରେ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ଜରିଆରେ କୌଣସି ବି ୟୁଜର ମାତ୍ର ୩୦ ସେକେଣ୍ଡରେ ବିନା କୌଣସି ଅସୁବିଧାରେ କମଫର୍ମ ତତକାଳ ଟିକେଟ ବୁକ୍ କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ ନିଜ ସିଷ୍ଟମରେ ଗୁଗଲରେ ଉପଲବ୍ଧି ଥିବା ଆଇଆରସିଟିସି ମାଜିକ ଅଟୋଫିଲ୍ କ୍ରୋମ ଏକ୍ସଟେନସନ ଆଡ କରିବାକୁ ପଡିବ । ଏବେ ନଜର ପକାନ୍ତୁ ଏହାର ସଂପୂର୍ଣ୍ଣ ପ୍ରକ୍ରିୟା ଉପରେ . . .

ବ୍ୟବହାର ପ୍ରକ୍ରିୟା

• ସର୍ବ ପ୍ରଥମେ ଆପଣ ଗୁଗଲରେ ଆଇଆରସିଟିସି ମାଜିକ ଅଟୋଫିଲ ସର୍ଚ୍ଚ କରି, ତା ଉପରେ କ୍ଲିକ୍ କରନ୍ତୁ ଏବଂ ଆଡ ଟୁ ଡେକ୍ସଟପ ଅପସନ ଉପରେ କ୍ଲିକ କରନ୍ତୁ ।

• ଏହାପରେ ଏଠାରେ ଆପଣଙ୍କର ଆଇଆରସିଟିସିର ୟୁଜର ଆଇ ଏବଂ ପାସୱାର୍ଡ ପୁରଣ କରନ୍ତୁ । ଏଥିସହିତ ହିଁ ଆପଣ କେଉଁଠାରୁ କେଉଁଠି ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି ତାକୁ ବି ଏଠାରେ ପୁରଣ କରନ୍ତୁ ।

• ଏହାପରେ ଆପଣଙ୍କର କୋଟା, ନାମ, ବୟସ, ଜେଣ୍ଡର ଏବଂ ବାର୍ଥ ପ୍ରିଫ୍ରେନ୍ସ ଭଳି ଡିଟେଲ ଭରନ୍ତୁ ।

• ଏହାପରେ ବୋର୍ଡିଂ ଷ୍ଟେସନ ଏବଂ ନିଜର ମୋବାଇଲ ନମ୍ବର ଏଠାରେ ଏଂଟର କରନ୍ତୁ ।

• ଏବେ ଲାଷ୍ଟ ଅପସନକୁ ଯାଇ ସେଠାରେ ନଜର ଆସିଥିବା ସବମିଟ୍ ଡିଟେଲ୍ସ ଉପରେ କ୍ଲିକ୍ କରନ୍ତୁ ।

ଏହି ସମସ୍ତ ପ୍ରକ୍ରିୟା ଅନୁକରଣ କରିବା ସହିତ ସବମିଟ ବଟନ ଉପରେ କ୍ଲିକ୍ କରି, ଆପଣ ଆଇଆରସିଟିସିର ଅଫିସିଆଲ ସାଇଟକୁ ଯାଆନ୍ତୁ । ତେବେ ଏହି ସାଇଟ୍ ଓପନ ହେବା କ୍ଷଣି ହିଁ ମାଜିକ ଅଟୋଫିଲରେ ସେଭ ହୋଇଥିବା ଜର୍ଣ୍ଣିଂଠାରୁ ଆରମ୍ଭ କରି ପେସେଂଜର ଡିଟେଲ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଆପଣା ଛାଏଁ ଆଇଆରସିଟିସି ସାଇଟରେ ଲୋଡ ହୋଇଯିବ । ପୁଣି ଡେଭିଟ୍ କାର୍ଡ ପାସୱାର୍ଡ ଦେବା କ୍ଷଣି ହିଁ ତତକାଳ ଟକେଟ ବୁକ ହୋଇଯିବ । ଯଦି ସ୍ପିଡ ଇଂଟରନେଟ ସହିତ ଆପଣ ଏହି ପ୍ରକ୍ରିୟା କରନ୍ତି ତେବେ ମାତ୍ର ୩୦ ସେକେଣ୍ଡରେ ଆପଣ ଏହାକୁ ଶେଷ କରିପାରିବେ ।