ଆପଣଙ୍କ ଏଟିଏମ୍ କାର୍ଡ ଚୋରି ହୋଇଯାଇଛି କି? ତେବେ ବିନା ବ୍ୟାଙ୍କ ଯାଇ ଘରେ ବସି ମୋବାଇଲରୁ ଏଭଳି କରନ୍ତୁ ବ୍ଲକ୍

53

ଯଦି ଆପଣଙ୍କ ଏଟିଏମ କାର୍ଡ ଚୋରି ହୋଇଯାଇଛି, କିମ୍ବା କେଉଁଠି ହଜି ଯାଇଛି ତେବେ ତାକୁ ବ୍ଲକ କରିବା ନିହାତି ଜରୁରୀ । କାରଣ ଯଦି ଆପଣ ଆପଣଙ୍କ ଚୋରି ତଥା ହଜି ଯାଇଥିବା ଏଟିଏମ କାର୍ଡକୁ ବ୍ଲକ୍ ନକରନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ସମସ୍ତ ସଂଚିତ ପୁଂଜି ମୁହୂର୍ତ୍ତକ ମଧ୍ୟରେ ଗାଏବ ହୋଇପାରେ । ତେଣୁ କାର୍ଡ ଚୋରି ହୋଇଯିବା ପରିସ୍ଥିତିରେ ଲୋକେ ବ୍ୟାଙ୍କ ଯାଇ ତାକୁ ବ୍ଲକ୍ କରିଥାନ୍ତି , ସେହିଭଳି କିଛି ଲୋକ ତ ଏସଏମଏସ ପଠାଇ କାର୍ଡ ବ୍ଲକ କରିଥାନ୍ତି । ହେଲେ ଏଥିପାଇଁ ବହୁତ ସମୟ ଲାଗିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ଜଣାଇବୁ ଯାହା ଦ୍ୱାରା ଆପଣ ଆପଣଙ୍କ ମୋବାଇଲରୁ ହିଁ ଏଟିଏମ କାର୍ଡକୁ ବ୍ଲକ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଭାବରେ ମୋବାଇଲରୁ ଏଟିଏମ କାର୍ଡକୁ ବ୍ଲକ୍ କରିବେ…

ଯଦି ଆପଣ ଇଂଟରନେଟ ବ୍ୟାଙ୍କିଂ ବ୍ୟବହାର କରୁଛନ୍ତି ତେବେ ଅତି ସହଜରେ ଏଟିଏମ କାର୍ଡକୁ ଆପଣ ବ୍ଲକ କରିପାରିବେ । ଏଥିପାଇଁ ଆପଣଙ୍କୁ ଇଂଟରନେଟ ବ୍ୟାଙ୍ିକଂକୁ ଯାଇ ଏଟିଏମ କାର୍ଡକୁ ବ୍ଲକ୍ କରିବାକୁ ହେବ । ତେବେ ଏହି କାମ ପାଇଁ ଆପଣଙ୍କୁ ମାତ୍ର ୬ଟି ସୋପାନ ଅନୁସରଣ କରିକାବୁ ହେବ ।

• ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଲଗଇନ କରନ୍ତୁ ।

• ଏଠାରେ ATM service>block ATMଉପରେ କ୍ଲିକ କରନ୍ତୁ ।

• ଏହାପେର ନିଜର ଆକାଉଂଟ ସିଲେକ୍ଟ କରନ୍ତୁ, ଯାହାର ଏଟିଏମ ଡେବିଟ୍ କାର୍ଡ ଆପଣ ବ୍ଲକ କରିବାକୁ ଚାହୁଁଛନ୍ତି ।

• ଏହାକୁ ଏହାକୁ ସିଲେକ୍ଟ କରି ଏବଂ ସବମିଟ୍ ବଟନ ଉପରେ କକ୍ଲିକ କରନ୍ତୁ ଏବଂ ନିଜର ଡିଟେଲ୍ସ ଫେରିଫାଇ କରି ତାକୁ କନଫର୍ମ କରିଦିଅନ୍ତୁ ।

• ଏହାପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଏକ ଓଟିପି ଆସିବ, ଯାହାକୁ ଆପଣଙ୍କୁ ଏଠାରେ ଥିବା ବକ୍ସରେ ପୁରଣ କରି ତାକୁ ସବମିଟ୍ କରିବାକୁ ହେବ ।

• ଏହାପରେ ଆପଣଙ୍କ ଏଟିଏମ କାର୍ଡ ବ୍ଲକ ହୋଇଯିବ ଏବଂ ଆପଣଙ୍କୁ ଏକ ରିଫ୍ରେସ ନମ୍ବର ମିଳିବ, ଯାହାକୁ ପ୍ରୟୋଗ କରି ଆପଣ ଏକ ନୂଆ ଏଟିଏମ କାର୍ଡ ନେଇ ପାରିବେ ।

ବ୍ୟାଙ୍କକୁ ମେଲ କରି କାର୍ଡ ବ୍ଲକ କରିପାରିବେ

ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା କଷ୍ଟମର କେୟାରର ମେଲ ଆଇଡିରେ ମେଲ କରି ବି ଆପଣ ଏଟିଏମ କାର୍ଡକୁ ବ୍ଲକ୍ କରିପାରିବେ । ତେବେ ସମସ୍ତ ବ୍ୟାଙ୍କର ନିଜର ଅଲଗା ଅଲଗା ମେଲ ଆଇଡି ରହିଥାଏ । ଏଥିରେ ଆପଣ ଏଟିଏମ କାର୍ଡ ନମ୍ବର ଏବଂ ଖାତା ନମ୍ବର, କାର୍ଡ-ଖାତା ଧାରକର ନାଁ, ରେଜିଷ୍ଟର୍ଡ ମୋବାଇଲ ନମ୍ବର ସହିତ ବ୍ୟାଙ୍କକୁ ମେଲ କରି କାର୍ଡକୁ ବ୍ଲକ କରିପାରିବେ ।