ଆପଣଙ୍କର ଗୋଟିଏ ଏସଏମଏସରେ ହିଁ ହୋଇଯିବ ଏଟିଏମ ବ୍ଲକ୍ ! ଘରେ ବସି ନିଜ ଫୋନରୁ କରିପାରିବେ ଲୋନଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟାଙ୍କ ଜନିତ କାମ

63

ଦିନକୁ ଦିନ ସହଜ ହେବାରେ ଲାଗିଛି ବ୍ୟାଙ୍କିଂ କାରବାର । ଲୋନ ଠାରୁ ଆରମ୍ଭ କରି ଟଙ୍କା ଉଠାଇବା ପର୍ଯ୍ୟନ୍ତ ଏବେ ସବୁକାମ ଘରେ ବସି ହୋଇପାରୁଛି । ଆଉ ଏହିସବୁ କାମକୁ ଆହୁରୀ ସହଜ କରୁଛି ମୋବାଇଲ ବ୍ୟାଙ୍କିଂ । ଇତି ମଧ୍ୟରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ ଲଂଚ କରିଛି SBI Quick । ଏହା ଏକ ମିଲଡ କଲ ବ୍ୟାଙ୍କିଂ । ଏହି ସର୍ଭିସ ବ୍ୟାଙ୍କ ତରଫରୁ ସଂପୂର୍ଣ୍ଣ ଭାବରେ ମାଗଣା ଅଟେ । ଏହି ସେବାର ଲାଭ ଉଠାଇବା ପାଇଁ ହେଲେ SBI Quickରେ ଆପଣଙ୍କର ମୋବାଇଲ ନମ୍ବର ରେଜିଷ୍ଟର୍ଡ ହେବା ନିହାତି ଦରକାର । ଆପଣ SBI Quick ଆପକୁ ନିଜର ସ୍ମାର୍ଟଫୋନରେ ଡାଉନଲୋଡ କରିପାରିବେ । ଏହି ଆପଟି ଇନଷ୍ଟଲ ହେବା ପରେ ଏହାକୁ ଅପରେଟ୍ କରିବା ପାଇଁ ଇଂଟରନେଟ କନେକସନର ବି ଆବଶ୍ୟକତା ପଡିବ ନାହିଁ ।

ରେଜିଷ୍ଟେସନ କରିବେ କିପରି

ମୋବାଇଲ ନମ୍ବର ରେଜିଷ୍ଟର୍ଡ କରିବା ପାଇଁ ଆପଣଙ୍କୁ REG<space>Account Number’ ଲେଖି ୦୯୨୨୩୪୮୮୮୮୮ ନମ୍ବରରେ ଏକ ଏସଏମଏସ ପଠାଇବାକୁ ହେବ । ଏହାପରେ ଆପଣ ଏହାର ସୁବିଧାଗୁଡିକୁ ବ୍ୟବହାର କରିପାରିବେ । ଏହି ଆପ ଜରିଆରେ ଅନେକଗୁଡିଏ କାମ ଆପଣ ଆପଣଙ୍କ ଫୋନରେ ଅତି ସହଜରେ କରିପାରିବେ । ଯେପରିକି ବାଲାନ୍ସ ଚେକ୍, ମିନି ଷ୍ଟେଟମେଂଟ, ଏଟିଏମ କାର୍ଡକୁ ବ୍ଲକ୍ ଭଳି କାମ ଆପଣ ଘରେ ବସି ନିଜ ଫୋନରୁ କରିପାରିବେ ।

କେଉଁ କେଉଁ କାମ କରିପାରିବେ

• ବାଲାନ୍ସ ଚେକ୍ କରିବା ପାଇଁ ଆପଣ BAL ଲେଖି ୦୯୨୨୩୭୬୬୬୬୬ରେ ମେସେଜ କରି କିମ୍ବା ମିସଡ କଲ କରି ଜାଣିପାରିବେ ।

• ମିନିଷ୍ଟେଟମେଂଟ ଚେକ୍ କରିବା ପାଇଁ MSTMT ଲେଖି ୦୯୨୨୩୮୬୬୬୬ ନମ୍ବରରେ ମେସେଜ କରି କିମ୍ବା ମିସଡ କଲ କରି ଜାଣିପାରିବେ ।

• ସେହିପରି ଏଟିଏମ ବ୍ଲକ୍ କରିବାକୁ ଚାହୁଁଥିଲେ, BLOCK<SPACE>>କାର୍ଡର ଶେଷ ୪ଟି ନମ୍ବର ଲେଖି ୫୬୭୬୭୬ ରେ ମେସେଜ କରି ଜାଣିପାରିବେ ।

• କାର ଲୋନ ପାଇଁ ଆପଣ ‘CAR’ OR ‘HOME’ଲେଖି ୫୬୭୬୭୬ରେ ମେସେଜ କରି ପାଇପାରିବେ ।

• ଅନ୍ୟାନ୍ୟ ସେବା ପାଇଁ ଆପଣ HELP ଲେଖି ୦୯୨୨୩୫୮୮୮୮୮ରେ ଏସଏମଏସ କରି ଜାଣିପାରିବେ ।