ଅନଲାଇନ ସପିଂ କରୁଛନ୍ତି କି? ସାବଧାନ, ଆପଣ ବି ହୋଇପାରନ୍ତି ‘ରାନସମୱେର’ ଭାଇରସର ଶିକାର

50

ରାନସମୱେର ସାଇବର ଆଟାକର ଚର୍ଚ୍ଚା ଶୁକ୍ରବାର ଦିନଠାରୁ ହିଁ ସାରା ଦୁନିଆରେ ଖେଳି ଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅନଲାଇନ୍ ଟ୍ରାକ୍ସନଠାରୁ ଆରମ୍ଭ କରି ଏଟିଏମ ପର୍ଯ୍ୟନ୍ତ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ଖାଲି ଏତିକି ନୁହେଁ ଏଥିପାଇଁ ଲୋକମାନଙ୍କୁ ଇ-କ୍ରୋମ୍ସ ୱେବସାଇଟଗୁଡିକୁ ମଧ୍ୟ ବ୍ୟବହାର ନକରିବାରୁ ବାରଣ କରାଯାଇଛି ।

କାରଣ ଅନଲାଇନ୍ ଟ୍ରାକ୍ସନ ଏବଂ ଇ-ସପିଂ ଦ୍ୱାରା ଆପଣଙ୍କ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଏହି ଭାଇରସ ଚାଲିଆସି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଅନଲାଇନ୍ ସପିଂ ବେଳେ କେଉଁ କେଉଁ ଦିଗ ଉପରେ ନିଶେଷ ଧ୍ୟାନ ଦେବାକୁ ପଡିବ ସେ ସଂପର୍କରେ କିଛି ତଥ୍ୟ ଆମେ ଆଜି ଆପଣଙ୍କ ଅବଗତ କରାଇବୁ । ଆସନ୍ତୁ ଜାଣିବା ।

ସତର୍କତା

• ସିଷ୍ଟମରେ ଆଂଟି ଭାଇରସ ଡାଉନଲୋଡ କରନ୍ତୁ । ସିକ୍ୟୁରିଟି ପାଇଁ ସିଷ୍ଟମରେ ଏହାକୁ ସବୁବେଳେ ଅପଡେଟ୍ କରି ରଖନ୍ତୁ ।

• ଯଦି ସପିଂ ସମୟରେ ଆପଣଙ୍କ ସିଷ୍ଟମ କିମ୍ବା ମୋବାଇଲରେ କୌଣସି ପ୍ରକାରର ଇଏକ୍ସଇ ଫାଇଲ ଡାଉନଲୋଡ ହେବାକୁ ଲାଗୁଛି । ତେବେ ତାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ ଏବଂ ଫାଇଲଟିକୁ ଖୋଲନ୍ତୁ ନାହିଁ ।

• ସପିଂ ୱେବସାଇଟରେ ଯଦି କିଛି ସର୍ଚ୍ଚ କରୁଛନ୍ତି ତେବେ ଏହା ପୂର୍ବରୁ ଏଥିରେ ଥିବା ଅଟୋ ଡାଉନଲୋଡ ଅପସନକୁ ବନ୍ଦ କରି ରଖନ୍ତୁ ଏବଂ କୌଣସି ପପଅପ୍ ଫାଇଲକୁ ଖୋଲନ୍ତୁ ନାହିଁ ।

• କୌଣସି ବି ଫାଇଲ ଯାହା ଆପଣା ଛାଏଁ ଡାଉନଲୋଡ ହୋଇଯାଇଛି,ସେଗୁଡିକୁ ପ୍ରଥମେ କ୍ଲିନ୍ କରି ଦିଅନ୍ତୁ । ବିଶେଷ କରି ଇଏକ୍ସଇ ଫାଇଲ ଏବଂ ଏଚଟିଏମଏଲ୍ ଫାଇଲ । ଏଥିସହ ଧ୍ୟାନ ରଖନ୍ତୁ ଆପଣଙ୍କ ସିଷ୍ଟମ କିମ୍ବା ମୋବାଇଲକୁ କୌଣସି ପ୍ରକାରର କୋଡିଂ ସ୍କ୍ରିପ୍ଟ ନଆସୁ ।

• ଅନଲାଇନ୍ ଟ୍ରାକ୍ସନ୍ ସମୟରେ ସିଧାସଳଖ ଭାବେ ଏହାର ୟୁଆରଏଲକୁ ଯାଆନ୍ତୁ । କୌଣସି ରିଡାୟରେକ୍ଟର ଲିଙ୍କ୍ ଜରିଆରେ ଅନଲାଇନ୍ ଟ୍ରାନ୍ସାକସନ୍ କରନ୍ତୁ ନାହିଁ ।

• ଯଦି ଆପଣଙ୍କ ମେଲକୁ ଅଫର ଜନିତ କୌଣସି ବି ଲିଙ୍କ୍ ଆସୁଛି ତେବେ ତା’ ଉପରେ କ୍ଲିକ୍ କରନ୍ତୁ ନାହିଁ ।

• ଆପଣଙ୍କୁ ଏହାର ୟୁଆରଏଲ ଠିକ୍ ଲାଗୁଥିଲେ ମଧ୍ୟ ଏହାର ଲିଙ୍କଟିକୁ ସିଧାସଳଖ ଖୋଲନ୍ତୁ ନାହିଁ । ବରଂ ଏହାକୁ ପ୍ରଥମେ କପି କରି ପେଷ୍ଟ କରନ୍ତୁ । ୟୁଆରଏଲ ତଥା ଲିଙ୍କ୍ ଉପରେ ବିଶେଷ ରୁପେ ଧ୍ୟାନ ଦିଅନ୍ତୁ କି ଆପଣ ଯେଉଁ ୟୁଆରଏଲଟିକୁ ଖୋଲିଛନ୍ତି ତାହା ସଠିକ୍ ନା ନୁହେଁ ।

• ତେବେ ସଠିକ୍ ୟୁଆରଏଲର ଆରମ୍ଭରେ ଏଚଟିଟିପିଏସ: ରହିଥାଏ । ଯେତେବେଳେ ଆପଣ ପେମେଂଟ କରୁଛନ୍ତି ସେତେବେଳେ ଏହି ୟୁଆରଏଲର ପରିବର୍ତ୍ତନ ହୋଇଥାଏ । ତେବେ ଏହା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ।