ମାତ୍ର ୭ଟି ଷ୍ଟେପ ଫଲୋ କରି ଘରେ ବସି ବନାନ୍ତୁ ନିଜ ଡ୍ରାଇଭିଂ ଲାଇସେନ୍ସ ! ଜାଣନ୍ତୁ ପୂରା ପ୍ରକ୍ରିୟା

69

ଗାଡି କିମ୍ବା ବାଇକ୍ ଚଳାଇବା ପାଇଁ ହେଲେ ଚାଳକଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଜରୁରୀ । କାରଣ ଡିଏଲ ବିନା ଡ୍ରାଇଭିଂ କରିବା ଆଇନ ଗତ ଅପରାଧ । ଖାଲି ଏତିକି ନୁହେଁ ଏଥିପାଇଁ ଚାଳକଙ୍କୁ ଜରିମାନା ସାଙ୍ଗକୁ ଫାଇନ ମଧ୍ୟ ଦେବାକୁ ପଡିଥାଏ । ତେବେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ଲୋକଙ୍କୁ ବାରମ୍ବାର ଅଫିସର ଚକ୍କର କାଟିବାକୁ ପଡୁଥିଲା ହେଲେ ଅନଲାଇନ ସର୍ଭିସେସ ଦ୍ୱାରା ଏହି କାମ ଏବେ ବହୁତ ସରଳ ହୋଇଯାଇଛି । ଆପଣ ଚାହିଁଲେ ଘରେ ବସି ଡିଏଲ ପାଇଁ ଆବେଦନ କରିପାରିବେ । ତେଣୁ କିଭଳି ଅନଲାଇନ ଜରିଆରେ ଡିଏଲ ପାଇଁ ଆବେଦନ କରିପାରିବେ ଆଜି ଆମେ ଆପଣଙ୍କୁ ସେ ନେଇ ବିସ୍ତାର ଭାବରେ ଅବଗତ କରାଇବୁ । ତେବେ ଆସନ୍ତୁ ଜାଣିବା…

କିଭଳି କରିବେ ଅନଲାଇନ ଆବେଦନ

• ସର୍ବପ୍ରଥମେ ଆପଣଙ୍କୁ ଅନଲାଇନ ସାରଥୀ ପୋର୍ଟାଲକୁ ଯିବାକୁ ପଡିବ । ଯାହାକି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ଆଧିକାରୀକ ୱେବସାଇଟ୍ ଅଟେ ।

• ଏହାପରେ ଆପ୍ଲାଏ ଅନଲାଇନ ଉପରେ କ୍ଲିକ୍ କରନ୍ତୁ । ଏଭଳି କରିବା ଦ୍ୱାରା ଏଠାରେ ଆପଣଙ୍କୁ ଏକ ଡ୍ରପଡାଉନ ମେନ୍ୟୁ ଦିଆଯାଇଥିବ । ଯେଉଁଥିରେ New learners license ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଏଠାରେ ଏକ ନୂଆ ପେଜ୍ ଓପନ ହୋଇଯିବ । ଯେଉଁଥିରେ ଆପଣଙ୍କୁ ମଗାଯାଇଥିବା ବ୍ୟକ୍ତିଗତ ତଥ୍ୟ , ଘର ଠିକଣା ସମେତ ଅନ୍ୟାନ୍ୟ କିଛି ଡିଟେଲ୍ସ ଭରିବାକୁ ପଡିବ ।

• ସବୁ ଠିକ୍ ଠିକ୍ ତଥ୍ୟ ଭରିବା ପରେ ଆପଣଙ୍କୁ ମଗାଯାଇଥିବା ସମସ୍ତ ଦସ୍ତାବିଜର (ବୟସ ପ୍ରମାଣପତ୍ର, ଘରଠିକଣା )ସ୍କାନ କପି ଏଠାରେ ଅପଲୋଡ କରିବାକୁ ହେବ ।

• ଏହାପରେ ଏଠାରେ ଆପଣଙ୍କର ଏକ ଫଟୋ କପି ଏବଂ ଆପଣଙ୍କର ଦସ୍ତଖତର ଏକ ସ୍କାନ କପି ମଧ୍ୟ ଅପଲୋଡ କରିବାକୁ ହେବ ।

• ଏହାପରେ ଆପଣଙ୍କୁ learners license  ଟେଷ୍ଟ ପାଇଁ ସ୍ଲର୍ଟ ବୁକିଂ କରିବାକୁ ପଡିବ ।

• ଏବେ ଆପଣଙ୍କୁ ଏଥିପାଇଁ ଦରକାର ଫିସର ପେମେଂଟ କରିବାକୁ ହେବ । ଏହାପରେ ଆପଣଙ୍କୁ learners licenseର ଟେଷ୍ଟ କ୍ଲିୟର କରିବାକୁ ପଡିବ । ଏଭଳି କରିବା ଦ୍ୱାରା ଆପଣଙ୍କୁ learners license ମିଳିଯିବ ।

ସ୍ଥାୟୀ ଲାଇସେନ୍ସ

learners licenseମିଳିଯିବା ପରେ ଆପଣଙ୍କୁ ସ୍ଥାୟୀ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେବ । ତେବେ learners licenseମିଳିବା ପାଇଁ ପାଖାପାଖି ୩୦ ଦିନ ଲାଗିପାରେ ଏବଂ ୧୮୦ ଦିନ ଭିତରେ ଆପଣଙ୍କୁ ପର୍ମାନେଟ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ । ତେଣୁ ଯେଭଳି ଭାବରେ ଆପଣ learners license ପାଇଁ ଆବେଦନ କରିଥିଲେ ଠିକ୍ ସେଭଳି ଭାବରେ କରିବାକୁ ହେବ ।