ଘରେ ବସି ନିଜ ସ୍ମାର୍ଟଫୋନରୁ ତିଆରି କରନ୍ତୁ ଭୋଟର ଆଇଡି କାର୍ଡ । ଜାଣନ୍ତୁ ପୂରା ପ୍ରକ୍ରିୟା…

76

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଘରେ ବସି ଆପଣ ଆପଣଙ୍କର ଭୋଟର ଆଇଡି କାର୍ଡକୁ ତିଆରି କରି ପାରିବେ । ଏନଇ ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର ମାସକ ମଧ୍ୟରେ ଆପଣଙ୍କୁ ଆପଣଙ୍କର ଆଇଡି କାର୍ଡ ମିଳିଯିବ । ହେଲେ ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ ଫଲୋ କରିବାକୁ ପଡିବ, ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

• ସର୍ବପ୍ରଥମେ ଆପଣ ରାଷ୍ଟ୍ରିୟ ମତଦାତା ସେବା ପୋର୍ଟାଲର େଓବସାଇଟ୍ ତଥା . www.nvsp.in କୁ ଯାଆନ୍ତୁ ।

• ଏଠାରେ ନଜର ଆସୁଥିବା ‘Apply online for registration of new voter’ର ଅପସନଟି ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

• ଏଥିସହିତ ଆପଣଙ୍କୁ ଏଠାରେ ଏକ ଅପସନ୍ ମିଳିବ । ଏହାପରେ ଆପଣ ଏଠାରେ କ୍ଲିକ୍ କରନ୍ତୁ ।

• ତେବେ ଏହାକୁ କ୍ଲିକ୍ କରିବା ମାତ୍ରକେ ଉକ୍ତ ଫର୍ମଟି ଖୋଲିଯିବ । ଏହାପରେ ଆପଣଙ୍କୁ ଏଥିରେ ରହିଥିବା ସମସ୍ତ ଅପସନକୁ ଭରିବାକୁ ହେବ ଏବଂ ଏନେଇ ସପୋର୍ଟେଡ଼୍ ଡ଼କ୍ୟୁମେଣ୍ଟସକୁ ମଧ୍ୟ ଅପଲୋଡ଼୍ କରିବାକୁ ହେବ ।

• ଆପଣଙ୍କୁ ମନେ ରଖିବାକୁ ହେବ ଯେ,ଯେପରି ଆପଣ ଏହାକୁ ସତର୍କତାର ସହିତ ପୂରଣ କରନ୍ତି । କାରଣ ଏଥିରେ ଆପଣଙ୍କ ଦ୍ୱାରା ହୋଇଥିବା ଗୋଟିଏ ହିଁ ଭୁଲ୍ ଆପଣଙ୍କ ଭୋଟର୍ ଆଇଡ଼ି କାର୍ଡ଼ରେ ନଜର ଆସିଯିବ।

• ଏହାପରେ ଆପଣଙ୍କୁ ଏଠାରେ ଆପଣଙ୍କର କଲର୍ ଫଟୋକୁ ହ୍ଵାଇଟ୍ ବ୍ୟାକଗ୍ରାଉଣ୍ଡରେ ଅପଲୋଡ଼୍ କରିବାକୁ ହେବ ।

• ଏଥିସହିତ ଆପଣ ଯେବେବି ଆପଣଙ୍କ ଭୋଟର ଆଇଡ଼ି କାର୍ଡ଼କୁ ଆପ୍ଲାଇ କରିବେ, ଏହାର ତତକ୍ଷଣାତ୍ ଇଲେକ୍ସନ କମିଶନ ଅଧିକାରୀ ଆପଣଙ୍କର ସାର୍ଟିଫିକେଟକୁ ଭେରିଫିକେସନ୍ କରିବେ ।

• ଏହାପରେ ଆପଣଙ୍କର ଭୋଟର ପରିଚୟ ପତ୍ରଟି ଆପଣଙ୍କ ପାଖକୁ ୧ ମାସ ମଧ୍ୟରେ ଡାକ ଜରିଆରେ ଆପଣଙ୍କ ଘର ମଧ୍ୟରେ ପହଞ୍ଚିଯିବ ।