ମାସକୁ ୩୦ ହଜାର ଭଡା ସହ ମିଳିବ ମାଗଣା ଇଂଟରନେଟ୍ ସେବା । ନିଜର ଖାଲି ପଡିଥିବା ଜମିରେ ବସାନ୍ତୁ କୌଣସି ବି ମୋବାଇଲ କଂପାନୀର ଟାୱାର

1,981

ଯଦି ଆପଣଙ୍କ ପାଖରେ କୌଣସି ଖାଲି ପଡିଥିବା ତଥା ଫାଙ୍ଗା ପଡିଥିବା ଜାଗା ରହିଛି ଏବଂ ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଉ ଏହି ଖୁସି ଆପଣଙ୍କୁ ଦେବ ଟେଲିକମ କଂପାନୀମାନେ । ଆଜ୍ଞା ହଁ ! ବିଭିନ୍ନ ଟେଲିକମ କଂପାନୀମାନଙ୍କର ଟାୱାର ଦ୍ୱାରା ଏକ୍ସଟ୍ରା ଇନକମ କରିବାର ଏକ ବହୁତ ଭଲ ବିକଳ୍ପ ଆପଣଙ୍କୁ ମିଳିପାରେ । ଆପଣ ମୋବାଇଲ ଟାୱାର ପାଇଁ କୌଣସି ବି ଟେଲିକମ କଂପାନୀ ସହ ସଂପର୍କ କରି ଏସଂପର୍କରେ ଆଲୋଚନା କରିପାରିବେ । କାରଣ ଟେଲିକମ କଂପାନୀମାନେ ନିଜର ନେଟୱର୍କ ମଜଭୁତ କରିବା ପାଇଁ ବିଭିନ୍ନ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନା କରିବାକୁ ଚାହିଁଥାନ୍ତି ।

ଏଭଳି ପରିସ୍ଥିତିରେ ଆଗାମୀ ଦିନମାନଙ୍କରେ ଏକ ବହୁତ ଭଲ ସୁଯୋଗ ବି ଆସିପାରେ । କାହିଁକି ନା ଦେଶର ବଡ ଟେଲିକମ କଂପାନୀମାନେ ଖୁବ୍ ଶୀଘ୍ର ହିଁ ନିଜ ନିଜର ଇନଫ୍ରାଷ୍ଟ୍ରକଚରକୁ ଆହୁରୀ ମଜଭୁତ ଏବଂ କଲଟ୍ରପକୁ ରୋକିବା ପାଇଁ ପାଖାପାଖି ୭୪୪ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଯାଉଛନ୍ତି । ଯେଉଁଥିରେ ମୋବାଇଲ ଟାୱାର ବି ସାମିଲ ରହିଛି ।

ତେବେ ଟେଲିକମ କଂପାନୀମାନେ ପ୍ରାଇଭେଟ କଂପାନୀମାନଙ୍କୁ ମୋବାଇଲ ଟାୱାର ଲଗାଇବାର କନଟ୍ରାକ୍ଟ ଦେଇଥାନ୍ତି । ଏଥିରେ ଇଣ୍ଡିଆନ ଟାୱାରର୍ସ, ଆମେରିକାନ ଟାୱାର କର୍ପୋରେସନ, ଭାରତୀ-ଇନଫ୍ରାଟେଲ, ଏଟିସି, ଭାୟୋମ, ଜିଟିଏଲ ଅଲଗା ଅଲଗା ଲୋକେସନ ଉପରେ ଟାୱାର ଲଗାଇବା କାମ କରନ୍ତି । ଆପଣଙ୍କୁ ଏହି ସବୁ କଂପାନୀମାନଙ୍କର ଆଧିକାରୀକ ୱେବସାଇଟକୁ ଯିବାକୁ ହେବ, ଯେଉଁଠାରେ ଏକ ଲିଙ୍କ ଆପଣଙ୍କୁ ମିଳିବ,ଯେଉଁଥିରେ ଆପଣ ଆପଣଙ୍କର ନାଁ ସହ ଘର ଠିକଣା ଏବଂ ଜମିର ସଂପୂର୍ଣ୍ଣ ତଥ୍ୟ ଦେବାକୁ ହେବ ।ଏଥିସହିତ ହିଁ ଆପଣଙ୍କୁ କହିବାକୁ ପଡିବ କି, ଆପଣଙ୍କ ପ୍ଲର୍ଟ ବା ଛାତ , ଓନରର୍ସିପ ଆପଣଙ୍କ ନାମରେ ରହିଛି କି ଜଏଂଟ, ଆପଣଙ୍କ ସଂପତି ରେଜିଣ୍ଡେସିଆଲ ନା କମର୍ସିଆଲ । ଏହାପରେ ନିଜ ରାଜ୍ୟ ଏବଂ ସହର ସଂପର୍କରେ ସୂଚନା ଦେବାକୁ ହେବ ।

ଯଦି ଆପଣଙ୍କ ନିକଟରେ ଛାତ ରହିଛି ତେବେ ଟାୱାର ଲଗାଇବା ପାଇଁ ଆପଣଙ୍କୁ ଅତି କମରେ ୫୦୦ ବର୍ଗ ଫିଟର ଜାଗା ଦେବାକୁ ପଡିବ । ସେହିପରି ଯଦି ଆପଣଙ୍କ ନିକଟରେ ପ୍ଲର୍ଟ ରହିଛି ତେବେ ଏଥିପାଇଁ ଆପଣଙ୍କୁ ଅତି କମରେ ୨ ହଜାର ବର୍ଗ ଫୁଟର ଜାଗା ଦେବାକୁ ହେବ । ଏହି ଡକ୍ୟୁମେଂଟ ବି ଜରୁରୀ କି, ଲ୍ୟାଣ୍ଡ ପେପରର ଏକ ଫଟୋ କପି, ଯେଉଁଠି ଟାୱାର ଲଗାଯିବ । ସେବିକ ବର୍ଡିରୁ ଏନଓସିର ପେପର । ଲ୍ୟାଣ୍ଡ ସର୍ଭେ ରିପୋର୍ଟ । ନିଜର ଆଇଡି ପ୍ରୁଫ । ମୋବାଇଲ ଟାୱାର ଲଗାଇବା ଦ୍ୱାରା ମୋବାଇଲ ଅପରେଟର କଂପାନୀମାନେ ଏକ ଫିକ୍ସ ରେଟ ଦେଇଥାନ୍ତି । ମନଥଲି ରେଟ୍ ସହରାଂଚଳରେ ପାଖାପାଖି ୩୫ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ସେହିପରି ମେଟ୍ରୋ ସିଟିଗୁଡିକରେ ଭଲ ଲୋକେସନରେ ରେଟ୍ ଆହୁରୀ ଅଧିକ ହୋଇପାରେ ।

ସେହିପରି ଛୋଟ ଛୋଟ ସହରମାନଙ୍କରେ ସାମାନ୍ୟ କମ ମିଳିଥାଏ । ଟାୱାର ଲଗାଇବା ଦ୍ୱାରା ଆପଣଙ୍କୁ ଏକ ଇଂଟରନେଟ କନେକ୍ସନ ମଧ୍ୟ ମାଗଣାରେ ମିଳିବ । ଲୋକେସନ ହିସାବରେ ରେଟ ଅଲଗା ଅଲଗା ସ୍ଥିର କରାଯାଇଥାଏ , ଯାହା ସଂପର୍କରେ ସୂଚନା ଖୋଦ୍ କଂପାନୀ ସର୍ଭେ କରିସାରିବା ପରେ ଦେଇଥାଏ । ଯେଉଁଠାରେ ଟାୱାର ସ୍ଥାପନ କରାଯିବ ତାର ରେଟ୍ କଂପାନୀ ସ୍ଥିର କରିଥାଏ । ଯଦି ଆପଣଙ୍କ ଜମିରେ ମୋବାଇଲ ଟାୱାର ଲଗାଯାଉଛି ତେବେ ଏଥିପାଇଁ ଆପଣଙ୍କୁ ନିଜ ତରଫରୁ ଟଙ୍କାଟିଏ ବି ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ । କାହିଁକି ନା ଏହା ସଂପୂର୍ଣ୍ଣ ଭାବରେ ମାଗଣା ଆଉ ଏହାର ପୂରା ଖର୍ଚ୍ଚ ମୋବାଇଲ ଟାୱାର ନିର୍ମାଣ କରୁଥିବା କଂପାନୀ ହିଁ ବହନ କରିବ ।