କେବଳ ଗୋଟିଏ କଲରେ ମିଳିପାରେ ଡିଏଲ ! ହାତରୁ ଖର୍ଚ୍ଚ ହେବ ମାତ୍ର ୫୦ ଟଙ୍କା, ଜାଣନ୍ତୁ ବିନା କୌଣସି ଟେନସନରେ ଘରେ ବସି କିଭଳି ପାଇବେ ଡ୍ରାଇଭିଂ ଲାଇସେନ୍ସ

52

ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ଟେନସନ ନେବାକୁ ପଡିବ ନାହିଁ । କାରଣ ଏହି କାମକୁ ଆପଣ ଅତି ସହଜରେ ନିଜ ଘରେ ବସି ମଧ୍ୟ କରିପାରିବେ । ବଡ କଥା ହେଲା ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିବ ନାହିଁ ବରଂ ମାତ୍ର ୫୦ ଟଙ୍କାରେ ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ଏଠାରେ ଆମେ କହି ରଖୁଛୁ କି, ଡ୍ରାଇଭିଂ ଲାଇସେନ୍ସକୁ ନେଇ ସୃଷ୍ଟି ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଖୁବ୍ ଶୀଘ୍ର ହିଁ ଏଭଳି ଏକ ପଦକ୍ଷେପ ସାରା ଦେଶରେ ଲାଗୁ କରିପାରନ୍ତି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ସୂଚନା ମୁତାବକ, ଏହି ସେବାର ଲାଭ ଉଠାଇବା ପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଏକ ହେଲ୍ପଲାଇନ ନମ୍ବରରେ କଲ କରିବାକୁ ହେବ । ଏହାପରେ ନିଜ ସମସ୍ତ ଦସ୍ତାବିଜ ସହିତ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ । ଏହାପରେ ଜଣେ ମୋବାଇଲ ସହାୟକ ଆପଣଙ୍କ ଘରକୁ ଆସିବେ । ଯିଏକି ଆପଣଙ୍କୁ ଫର୍ମ ଭରିବାରେ ସହାୟତା କରିବେ ।

ମୋବାଇଲ ସହାୟକ ନିଜ ସାଥିରେ ଏକ ଟାପଲେଟ ଏବଂ ମୋବାଇଲ ସ୍କାନର ନେଇ ଆଣିଥିବେ । ଯାହା ଜରିଆରେ ସେ ଡକ୍ୟୁମେଂଟକୁ ସ୍କାନ କରି ଅପଲୋଡ କରିବେ । ଏହାପରେ ଆପଣଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ । ତେବେ ସମସ୍ତ ଆବେଦକଙ୍କୁ ଆରଟିଓ ଅଫିସକୁ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ । କାରଣ ବିନା ପାସରେ କୌଣସି ବି ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଜାରି କରାଯିବ ନାହିଁ । ଟେଷ୍ଟ ନେବା ସମୟ ପ୍ରତିଦିନ ସକାଳ ୮ରୁ ଅପରାହ୍ମ ୨ଟା ମଧ୍ୟରେ ରହିବ । ତେବେ ଆପଣ ନିଜ ସୁବିଧା ଅନୁସାରେ ଟେଷ୍ଟ ଦେବାର ଉଭୟ ତାରିଖ ଏବଂ ସମୟ ମଧ୍ୟ ଦେଇପାରିବେ । ଏହି ପରୀକ୍ଷାରେ ପାସ ହେବା ପରେ ୧୫ ଦିନ ମଧ୍ୟରେ ଡିଏଲକୁ ଆବେଦକଙ୍କ ଘର ଠିକଣାରେ ପଠାଇ ଦିଆଯିବ ।