ଆପଣଙ୍କର ଗୋଟିଏ ମିସଡ୍ କଲରୁ ଟେଲିକମ୍ କଂପାନୀଙ୍କୁ ମିଳିଥାଏ କେତେ ଫାଇଦା ? ଜାଣନ୍ତୁ

45

ଦେଶରେ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ ଅଧିକ । ଅଧିକାଂଶ ସମୟରେ ଲୋକେ ପରସ୍ପରକୁ ମିସଡ୍ କଲ୍ କରି କଥା ହୋଇଥାନ୍ତି । କାରଣ ଲୋକମାନଙ୍କର ବିଶ୍ୱାସ ରହିଛି କି ବିନା କୌଣସି ଖର୍ଚ୍ଚରେ ସେମାନେ ମିସଡ୍ କଲ୍ ସହାୟତାରେ କଥା ହୋଇପାରିବେ ବୋଲି । ତେବେ ଅଧିକତର ମୋବାଇଲ୍ ବ୍ୟବହାରକାରୀମାନେ ଗ୍ରାମାଂଚଳର ଅଟନ୍ତି,ଯେଉଁମାନେକି ସହରରେ ରହି ନିଜ ଆତ୍ମୀୟମାନଙ୍କ ସହ ମିସଡ୍ କଲ୍ କରି କଥା ହୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ମିସଡ୍ କଲଦ୍ୱାରା ମଧ୍ୟ ଟେଲିକମ୍ କଂପାନୀଙ୍କର ରୋଜଗାର ହୋଇଥାଏ । କିପରି ଆସନ୍ତୁ ଜାଣିବା ।

ଆପଣ ଏମଟିସିର ନାଁ ବୋଧହୁଏ ଶୁଣିଥିବେ । ଯାହାକୁ ‘ମୋବାଇଲ୍ ଟର୍ମିନେସନ ଚାର୍ଜ’ ବୋଲି କୁହାଯାଏ । ଅର୍ଥାତ୍ ସେହି ଚାର୍ଜ ଯାହା କଂପାନୀ ନିଜର ନେଟୱର୍କ ପରିସରରେ ଆସୁଥିବା ଅନ୍ୟ କଂପାନୀମାନଙ୍କର ଇନକମିଂ କଲଗୁଡିକ ପାଇଁ ନେଇଥାନ୍ତି । ଟେଲିକମ୍ କଂପାନୀମାନଙ୍କୁ ଅନ୍ୟ ଅପରେଟରର ନେଟୱର୍କଠାରୁ ଆସୁଥିବା ପ୍ରତ୍ୟେକ ଇନକମିଂ କଲ୍ ଉପରେ ‘ଟର୍ମିନେସନ’ ବା ଇଂଟରକନେକ୍ସନ ଚାର୍ଜ ମିଳିଥାଏ । ବର୍ତ୍ତମାନ ପ୍ରତିଟି ଇନିକମିଂ କଲ୍ ଉପରେ ପାଖାପାଖି ୧୪ ପଇସା ଚାର୍ଜ ଲାଗୁଛି ।

ଏକ ରିପୋର୍ଟ ଅନୁସାରେ, ଦେଶର ସମସ୍ତ ଟେଲିକମ୍ ଅପରେଟରମାନେ ନିଜର ୫୦ ପ୍ରତିଶତ ନେଟୱର୍କ ଦେଶର ଗ୍ରାମାଂଳମାନଙ୍କରେ ହିଁ ସ୍ଥାପିତ କରିଛନ୍ତି ଏବଂ ଯେଉଁଥିରୁ ପ୍ରାୟ ୪୦ ପ୍ରତିଶତ ନେଟୱର୍କଠାରୁ ଟେଲିକମ୍ କଂପାନୀଙ୍କର ରୋଜଗାର ରହିଛି ଶୂନ ସହିତ ସମାନ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଯଦି କଂପାନୀମାନେ କ୍ଷତି ସହୁଛନ୍ତି ତେବେ ସେମାନେ ଏହା ଉପରେ ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି ? ଯାହାର ସବୁଠୁ ବଡ କାରଣ ଏମଟିସି ହିଁ ଅଟେ । କାରଣ ଏହାଦ୍ୱାରା କଂପାନୀମାନଙ୍କର ରୋଜଗାର ବୃଦ୍ଧି ପାଇଥାଏ । ସେହିପରି ଅନେକ କଂପାନୀ ଏମଟିସି ଚାର୍ଜକୁ ବଢାଇବାକୁ ମଧ୍ୟ ଦାବି କରିଛନ୍ତି । କଂପାନୀମାନଙ୍କର କହିବା କଥାହେଲା, ସେମାନଙ୍କ ନେଟୱର୍କରେ ଇନକମିଂ କଲଗୁଡିକୁ ପୁରା କରିବା ପାଇଁ ପାଖାପାଖି ୩୦ ପଇସା ଖର୍ଚ୍ଚ ହୋଇଥାଏ ।

ବର୍ତ୍ତମାନ ଏହି ଏମଟିସି ୧୪ ପଇସା ରହିଛି । କିନ୍ତୁ ଯଦି ଟ୍ରାଇ ଏହାକୁ କମାଇବାକୁ ନିର୍ଦ୍ଦେଶ ଦିଏ ତେବେ ଏହାଦ୍ୱାରା ବ୍ୟବହାରକାରୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିବ । ଖାଲି ସେତିକି ନୁହେଁ ଏହାଦ୍ୱାରା ମଧ୍ୟ ଗ୍ରାମାଂଚଳମାନଙ୍କରେ ନେଟୱର୍କ କନେକ୍ଟିଭିଟି ପ୍ରଭାବିତ ହେବ । କାରଣ ଟେଲିକମ୍ କଂପାନୀମାନଙ୍କର କହିବା କଥା ହେଲା, ଏମଟିସି ହ୍ରାସ ପାଇବାଦ୍ୱାରା ସେମାନଙ୍କୁ କ୍ଷତି ସହିବାକୁ ପଡିବ ଏବଂ ଯାହାଦ୍ୱାରାକି କୌଣସି ବି କଂପାନୀ ନିବେଶ କରିବାକୁ ଚାହିଁବେ ନାହିଁ । ଏହାଦ୍ୱାରା ଅଦରକାରୀ କଲ୍ ଏବଂ ମେସେଜଗୁଡିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । କାରଣ ନିଜର ଲାଭ ପାଇଁ କଂପାନୀମାନେ ଏଭଳି କରି ପାରନ୍ତି ।

ସୌଜନ୍ୟ: ଅମର ଉଜାଲା