ଗୋଟିଏ ସିମ କାର୍ଡରେ ଚଲାନ୍ତୁ ଦୁଇ ଦୁଇଟି ନମ୍ବର । ସେ ପୁଣି ନିଜ ପରିଚୟକୁ ଗୋପନ ରଖି ।  ହେଲେ କିପରି ? ଜାଣନ୍ତୁ ପୂରା ପ୍ରକ୍ରିୟା

88

ଆପଣମାନେ ଜାଣିଥିବେ କି ସ୍ମାର୍ଟଫୋନରେ ଗୋଟିଏ ସିମ କାର୍ଡରୁ କେବଳ ଗୋଟିଏ ହିଁ ନମ୍ବର ଚଲାଇ ପାରିବେ । ଆଉ ଏକ ନମ୍ବର ପାଇବାକୁ ହେଲେ ଆପଣଙ୍କୁ ଅନ୍ୟ ଏକ ସିମର ଆବଶ୍ୟକତା ପଡିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଟ୍ରିକ୍ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ସହାୟତାରେ ଆପଣ ଗୋଟିଏ ସିମରୁ ଦୁଇଟି ନମ୍ବର ଚଲାଇ ପାରିବେ ।  କିପରି ଜାଣନ୍ତୁ ।

ବ୍ୟବହାର ପ୍ରକ୍ରିୟା

• ଏହି ତରିକାକୁ ସଂପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ‘ଟେକ୍ସଟମି’ ନାମକ ଏକ ଆପକୁ ଆପଣଙ୍କ ମୋବାଇଲରେ ଡାଉନଲୋଡ କରିବାକୁ ପଡିବ ।

• ଏହି ଆପଟିକୁ ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ପାରି ପାରିବେ ।

• ଏହି ଆପକୁ ସ୍ମାର୍ଟଫୋନରେ ଇନଷ୍ଟଲ କରିବା ପରେ ଆପଣଙ୍କଠାରୁ ଏହାକୁ ବ୍ୟବହାର ନେଇ କିଛି ଅନୁମତି ମଗାଯିବ ଯାହାକୁ ଆପଣଙ୍କୁ ‘ଓକେ’ କରିବାକୁ ପଡିବ ।

• ଏହା ପରେ ଆପଣଙ୍କୁ ଆପଣଙ୍କର ଫେସବୁକ୍ କିମ୍ବା ଗୁଗଲ ଆକାଉଂଟରୁ ଏହି ଆପ ଜରିଆରେ ‘ଲଗଇନ’ କରିବାକୁ ହେବ । ଯଦି ଆପଣ ଚାହିଁବେ ତେବେ ଏଥିପାଇଁ ଏକ ନୂଆ ଆକାଉଂଟ ମଧ୍ୟ ଖୋଲି ପାରିବେ ।

ମିଳିବ ସ୍ୱତନ୍ତ୍ର ମୋବାଇଲ ନମ୍ବର

ଏସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ  ଆପଣ ଆପଣଙ୍କର କୌଣସି ବି ବନ୍ଧୁଙ୍କୁ କଲ କରି ପାରିବେ । ଆପଣଙ୍କ ବନ୍ଧୁଙ୍କ ମୋବାଇଲରେ ଏକ ଅଲଗା ନମ୍ବରରୁ କଲ ଯିବ ଯାହାକି ସାଧାରଣ ମୋବାଇଲ ନମ୍ବର ଭଳି ହିଁ ହୋଇଥିବ । ଏହାବ୍ୟତୀତ ଆପଣ ଚାହିଁଲେ ଆପଣଙ୍କର ମନ ପସନ୍ଦର ନମ୍ବର ମଧ୍ୟ ବାଛି ପାରିବେ । ଏଥିପାଇଁ ଆପର ସେଟିଂକୁ ଯାଇ ‘ଗେଟ ନମ୍ବର’ ଉପରେ ଟ୍ୟାପ କରନ୍ତୁ କିମ୍ବା ସ୍କ୍ରିନର ସବୁଠାରୁ ତଳ ଭାଗରେ ଦିଆଯାଇଥିବା ‘ମେନ୍ୟୁ ବାର’କୁ ଯାଇ ‘ନମ୍ବରସ’ ଉପରେ ‘କ୍ଲିକ୍’ କରି ନିଜର ନମ୍ବର ଚୟନ କରନ୍ତୁ । ଏଠାରେ ଆମେ କହି ରଖୁଛୁ କି, ଏକରୁ ଅଧିକ ନମ୍ବର ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଏଥିପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।

ଗୋଟିଏ ସିମରୁ ଚଲାଇ ପାରିବେ ଦୁଇ ଦୁଇଟି ହ୍ୱାଟସଆପ

ଠିକ୍ ଏଭଳି ଭାବେ ଆପଣ ଆପଣଙ୍କ ମୋବାଇଲରେ ଗୋଟିଏ ହିଁ ନମ୍ବରରେ ୨ଟି ହ୍ୱାଟସଆପ ଆପରେଟ କରିପାରିବେ । ତେବେ କିପରି ଜାଣନ୍ତୁ . . .

• ସର୍ବ ପ୍ରଥମେ ଆପଣଙ୍କୁ ‘ଟୁ ଲାଇନସ ଫର ହ୍ୱାଟସଆପ’ ନାମକ ଏକ ଆପ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରିବାକୁ ହେବ ।

• ଏହାପରେ ଏହାକୁ ଆପଣଙ୍କ ଫୋନରେ ‘ଇନଷ୍ଟଲ’ କରି ତାକୁ ‘ଓପନ’ କରନ୍ତୁ ।

• ଏହାପରେ ଆପଣଙ୍କ ନିକଟକୁ ଏକ ‘ପପଅପ’ ଆସିବ ଯାହାକୁ ଆପଣଙ୍କୁ ‘ଆସେପ୍ଟ’ କରିବାକୁ ହେବ ।

• ଏହାପରେ ଆପଣଙ୍କୁ ‘ଆଡ ଏ ନିଉ ଲାଇନ ଫର ହ୍ୱାଟସଆପ’ ଉପରେ ‘କ୍ଲିକ’ କରିବାକୁ ହେବ । ପରେ ଆପଣଙ୍କୁ ଏଥିରେ ଆପଣଙ୍କର ନମ୍ବର ‘ଏଂଟର’ କରିବାକୁ ହେବ । ଏହାପରେ ଆପଣ ଗୋଟିଏ ହିଁ ଫୋନରେ ଦୁଇଟି ହ୍ୱାଟସଆପ ଚଲାଇ ପାରିବେ ।

ସୌଜନ୍ୟ: ଦୈନିକ ଜାଗରଣ