ଅପମାନ ପାଇଁ ବଦଳି ଗଲା ରତନ ଟାଟାଙ୍କ ଭାଗ୍ୟ ! କାହିଁକି ଅମ୍ବାନୀଙ୍କଠାରୁ ପଛରେ ଅଛନ୍ତି ଟାଟା ମାଲିକ, ଜାଣନ୍ତୁ

ଦୁହେଁ ହିଁ ବିଶ୍ୱର ନାମୀଦାମୀ ଏମବିଏ କଲେଜରୁ ଶେଷ କରିଛନ୍ତି ପାଠପଢା

2,362

ରତନ ଟାଟା ଏବଂ ମୁକେଶ ଅମ୍ବାନୀଙ୍କ ବ୍ୟାକଗ୍ରାଉଣ୍ଡ ଟିକେ ସମାନ ଅଟେ । ଦୁହେଁ ହିଁ ବିଶ୍ୱର ନାମୀଦାମୀ ଏମବିଏ କଲେଜରୁ ନିଜର ପାଠପଢା ଶେଷ କରିଛନ୍ତି । ମୁକେଶ ଷ୍ଟାନଫୋର୍ଡ ୟୁନିଭରର୍ସିଟିରେ ଉଚ୍ଚ ଶିକ୍ଷା ଲାଭ କରିଥିବାବେଳେ ରନତ ହାର୍ଭଡ ବିଜନେସ୍ ସ୍କୁଲରୁ ପାଠପଢା ଶେଷ କରିଛନ୍ତି । ଏଥିସହ ଉଭୟ ମଧ୍ୟ ନିଜ କାରବାରରେ ଅନୁରୂପ ସଫଳତା ହାସଲ କରିପାରିଛନ୍ତି ।

ତେବେ ଏହା କିପରି ସମ୍ଭବ ହେଲା କି ଆଜିକା ଦିନରେ ବିଶ୍ୱର ଧନୀମାନଙ୍କ ତାରିକାରେ କେବଳ ମୁକେଶଙ୍କର ନାଁ ରହିଛି । ଆଉ ରତନଙ୍କ ନାଁ ଏହି ତାଲିକାରେ ହିଁ ନାହିଁ । ଏଠାରେ ଆମେ କହି ରଖୁଛୁ କି, ୨୦୧୭ ସୁଦ୍ଧା ପ୍ରକାଶ ପାଇଥିବା ଏକ ରିପୋର୍ଟରେ ବିଶ୍ୱର ଧନୀମାନଙ୍କ ତାଲିକାରେ ମୁକେଶଙ୍କ ନାଁ ରହିଛି । ମାତ୍ର ଅନେକ କ୍ଷେତ୍ରରେ ରତନ ଟାଟାଙ୍କ ନାଁ ଯୋଡି ହୋଇଥିବାବେଳେ କିନ୍ତୁ ଏହି ତାଲିକାରେ ରତନଙ୍କ ନାଁ କାହିଁକି ରହିପାରିନି । ଏହାର ମୁଖ୍ୟ କାରଣ ହେଲା ଟାଟା ଗ୍ରୁପ ପ୍ରତି ବର୍ଷ ନିଜ ବାର୍ଷିକ ଲାଭ ବା ରୋଜଗାରର ପାଖାପାଖି ୬୬ ପ୍ରତିଶତ ଦାନ କରିଦିଏ ।

ଆଜ୍ଞା ହଁ ! ଆପଣ ଜାଣି ଚକିତ ହେବେ କି, ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ ଟାଟା ଗ୍ରୁପର ୨୦୧୫ରେ ୧୦୮ ମିଲିୟନ ଡୋଲାର୍ସ ରେଭିନ୍ୟୁ ଥିବାବେଳେ ମୁକେଶଙ୍କ ତଥା ରିଲଏନ୍ସ ଗ୍ରୁପର ରହିଛି ମାତ୍ର ୪୪ ମିଲିୟନ ଡୋଲାର୍ସ । ତେବେ ଭାରତରେ ଏଭଳି କୌଣସି ବି କଂପାନୀ ବା ମାଲିକ ନାହାଁନ୍ତି ଯିଏ କି ନିଜ ରୋଜଗାରର ଅଧାରୁ ଅଧିକ ଭାଗ କୌଣସି ସଂସ୍ଥାକୁ ଦାନ କରିଦେବା ଭଳି ବିଶାଳ ହୃଦୟ । କିନ୍ତୁ ଏହା କେବଳ ରତନ ଟାଟାଙ୍କଠାରେ ଦେଖିବାକୁ ମିଳିଛି । ବିଶ୍ୱରେ ଜାଗ୍ୱର କାର ଭଳି ବିଜନେସକୁ ସଫଳ କରି ଦେଖାଇବା ପରେ ସେ ଭାରତୀୟ ବଜାରରେ ଟାଟାନାନୋ ଲଂଚ କରିଥିଲେ । ଏଥିରେ ତାଙ୍କର ଗୋଟିଏ ମାତ୍ର ଉର୍ଦ୍ଦେଶ୍ୟ ଥିଲା କି ଦେଶର ଜଣେ ସାଧାରଣ ବ୍ୟକ୍ତି ମଧ୍ୟ କମ୍ ଦାମରେ ନିଜ ପରିବାର ଲୋକଙ୍କ ମୁହଁରେ ହସ ଦେଇପାରିବ ।

ଅର୍ଥାତ୍ ‘ଟାଟା ସନ୍ସ ଲିମିଡେଟ୍’ ଯାହାକି ଟାଟା ଗ୍ରୁପର ନିୟନ୍ତ୍ରକ କଂପାନୀ , ସେଥିରେ ୬୬ ପ୍ରତିଶତ ଭାଗ ପୁଞ୍ଜି ବିଭିନ୍ନ ପରପୋକାରୀ ଟ୍ରଷ୍ଟ ନାମରେ ଥାଏ । ତେଣୁ କହିବାକୁ ରତନ ଟାଟା ନିଜ ୬୬ ପ୍ରତିଶତ ଧନ ଦାନ କରି ଦେଉଛନ୍ତି । ଥରେ ଜଣେ ପତ୍ରକାର ରତନଙ୍କୁ ଏବିଷୟରେ ପଚାରିବାରୁ ସେ କହିଥିଲେ କି, ‘ଅମ୍ବାନୀ ହେଉଛନ୍ତି ବ୍ୟବସାୟୀ , ମୁଁ ଜଣେ ଶିଳ୍ପଦ୍ୟୋଗୀ, ମୁଁ ଭାରତକୁ ଆର୍ଥିକ ମହାଶକ୍ତି ନୁହେଁ ବରଂ ଗୋଟିଏ ସୁଖ ,ସମୃଦ୍ଧି ଭରା ଦେଶ ଭାବରେ ଦେଖିବାକୁ ଚାହେଁ’ ।