ଗୁଗଲ ପାଇଁ ଆପଣ ଯାଇପାରନ୍ତି ଜେଲ୍ ! ଯଦି ବାରମ୍ବାର ସର୍ଚ୍ଚ କରୁଛନ୍ତି ଏଭଳି ତଥ୍ୟ

36

ଆପଣଙ୍କ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ଅଟେ କି ଯଦି ଆପଣ ଗୁଗଲରେ କୌଣସି ତଥ୍ୟ ଖୋଜୁଛନ୍ତି ତେବେ ଏଭଳି କିଛି ଜିନିଷ ରହିଛି ଯାହାକୁ ଗୁଗଲରେ ସର୍ଚ୍ଚ କରିବାଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି । ଏପରିକି ଏଥିପାଇଁ ଆପଣ ଜେଲ ଦଣ୍ଡ ମଧ୍ୟ ଭୋଗିପାରନ୍ତି । ତେବେ ଜାଣନ୍ତୁ ସେଗୁଡିକ କଣ ଯାହାକୁ ଗୁଗଲରେ ସର୍ଚ୍ଚ କରିବାଦ୍ୱାରା ଆପଣ ଜଣେ ଅପରାଧୀ ସାବ୍ୟସ୍ତ ହୋଇପାରନ୍ତି ।

• କିଛି ସନ୍ଦିଗ୍ଧ କିମ୍ବା ସନ୍ଦେହଜନକ ଜିନିଷ ବା ତଥ୍ୟକୁ ଗୁଗଲରେ ଆଦୌ ଖୋଜନ୍ତୁ ନାହିଁ ।

• କୌଣସି ଔଷଧ କିମ୍ବା ଡ୍ରଗ୍ସ ସହ ଜଡିତ ଜିନିଷକୁ ଗୁଗଲରେ ସର୍ଚ୍ଚ କରିବାଦ୍ୱାରା ଏହାର ଡାଟା ଆପଣା ଛାଏଁ ଥାର୍ଡପାର୍ଟିକୁ ଟ୍ରାନଫର ହୋଇଯାଇଥାଏ । ଯେଉଁଥିପାଇଁ ଆପଣଙ୍କ ନିକଟକୁ ଏନେଇ ବାରମ୍ବାର ବିଜ୍ଞାପନ ଆସିବାକୁ ଲାଗିଥାଏ ।

• ଗୁଗଲରେ ଭୁଲରେ ବି କେବେ ଅସୁରକ୍ଷିତ ସହ ଜଡିତ କୌଣସି ବି ସୂଚନା ସର୍ଚ୍ଚ କରନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ତାକୁ ନେଇ ବିଭିନ୍ନ ପ୍ରକାରର ବିଜ୍ଞାପନ ଆପଣଙ୍କ ନିକଟକୁ ଆସିଥାଏ । ଯାହାଦ୍ୱାରା ଜାଣିପାରିବେ କି କେହି ଆପଣଙ୍କୁ ଇଂଟରନେଟରେ ଫଲୋ କରୁଛି ।

• କେବେ ବି ଗୁଗଲରେ ନିଜର ବ୍ୟକ୍ତିଗତ ଇମେଲକୁ ସର୍ଚ୍ଚ କରନ୍ତୁ ନାହିଁ । ଏପରି କରିବାଦ୍ୱାରା ଆପଣଙ୍କ ଆକାଉଂଟ୍ ହ୍ୟାକ୍ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହିତ ଆପଣଙ୍କ ପାସୱାର୍ଡ ମଧ୍ୟ ଲିକ୍ ହୋଇପାରେ ।

ତେବେ ଏଭଳି ପ୍ରକାର ତଥ୍ୟ ବା ଜିନିଷକୁ ଗୁଗଲରେ ବାରମ୍ବାର ସର୍ଚ୍ଚ କରିବାଦ୍ୱାରା ଅନେକ ଥର ବିଭିନ୍ନ ତଥ୍ୟ ଲିକ୍ ହେବାର ବିପଦ ରହିଥାଏ । କାରଣ, ଏଠାରେ ଆମେ କହିରଖୁଛୁ କି ଗୁଗଲ ନିକଟରେ ଆପଣଙ୍କ ସର୍ଚ୍ଚ ହୀଷ୍ଟ୍ରିର ସମସ୍ତ ଡାଟାବେସ୍ ରହିଥାଏ ।