ସାବଧାନ ! ଏହି ପୋର୍ଟାଲରେ ଆଦୌ କରନ୍ତୁ ନାହିଁ ରୁମ୍ ବୁକିଂ, ଅସୁବିଧାରେ ପଡିପାରନ୍ତି ଆପଣ, ଗ୍ରହଣୀୟ ହେବନି ବୁକିଂ

194

ନୂଆବର୍ଷ ଅବସରରେ ଯଦି ଆପଣ ବନ୍ଧୁ କିମ୍ବା ପରିବାର ଲୋକଙ୍କ ସହ କେଉଁଆଡେ ବୁଲିଯିବାକୁ ଯୋଜନା କରୁଛନ୍ତି ଆଉ ସେଠାରେ ରହିବା ପାଇଁ ଅନଲାଇନ ହୋଟେଲ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାହିଁକି ନା ପଶ୍ଚିମବଙ୍ଗ, ବିହାର, ଓଡିଶା ସମେତ ୧୩ଟି ପୂର୍ବ ରାଜ୍ୟମାନଙ୍କରେ ଅନଲାଇନ ହୋଟେଲ ବୁକ କରିବା ଦ୍ୱାରା ଆପଣଙ୍କୁ ରହିବାକୁ ଦିଆଯିବ ନାହିଁ । ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ ଅଫ ଓଡିଶା(HARO) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି, ୧୬ ଜାନୁଆରୀରୁ ମେକ ମାଇଟ୍ରିପ ଏବଂ ଗୋ ଆଇବିବୋ ଜରିଆରେ ହୋଇଥିବା ଅନଲାଇନ ବୁକିଂକୁ ବନ୍ଦ କରିଦିଆଯିବ ।

ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ ଅଫ୍ ଓଡିଶାର ଅଧ୍ୟକ୍ଷ ଜେକେ ମହାନ୍ତିଙ୍କ ସୂଚନା ଅନୁସାରେ, ୨୬ ଡିସେମ୍ବରକୁ ଆୟେଜିତ HAROର କମନ ବଡି ମିଟିଂରେ ସର୍ବସମ୍ମତି ଦ୍ୱାରା ଏହି ନିଷ୍ପତି ନିଆଯାଇଛି । ଉଭୟ ହୋଟେଲ ମାଲିକ ଏବଂ ଅନଲାଇନ ବୁକିଂ ପୋର୍ଟାଲଗୁଡିକ ମଧ୍ୟରେ କମିଶନକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି । ରୁମ ବୁକିଂ ଉପରେ ହୋଟେଲ ମାଲିକ ପୋର୍ଟାଲଗୁଡିକୁ ୧୫ ପ୍ରତିଶତରୁ ଅଧିକ କମିଶନ ଦେବାକୁ ଚାହୁଁ ନାହାଁନ୍ତି ହେଲେ ୨୨ ପ୍ରତିଶତ ପର୍ଯ୍ୟନ୍ତ କମିଶନ ଦେବାକୁ ପୋର୍ଟାଲଗୁଡିକ ଦାବି କରୁଛନ୍ତି । ଯାହା ଦ୍ୱାରା ହୋଟେଲ ମାଲିକଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି ।

ଅନ୍ୟପକ୍ଷରେ ହୋଟେଲ ମାଲିକଙ୍କ କହିବା କଥା ହେଲା କି, ଅନଲାଇନ ବୁକିଂ କରୁଥିବା ପୋର୍ଟାଲ ବଡ ବଡ ହୋଟେଲମାନଙ୍କଠାରୁ ୮ରୁ ୧୦ ପ୍ରତିଶତର କମିଶନ ନେଇଥାନ୍ତି । ସେହିପରି ଗୋଟିଏ, ଦୁଇଟି ହୋଟେଲର ମାଲିକଙ୍କଠାରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ କମିଶନ ନେଉଛନ୍ତି । ଯାହାକୁ କେନ୍ଦ୍ର କରି ଏଭଳି ନିଷ୍ପତି ନିଆଯାଇଛି । ଖୁବ୍ ଶୀଘ୍ର ଉତର, ପଶ୍ଚିମ ଏବଂ ଦକ୍ଷିଣ ଭାରତର ହୋଟେଲ ଆସୋସିଏସନ ବି ଏଭଳି ପ୍ରକାରର ନିଷ୍ପତି ନେଇପାରନ୍ତି । ଐଜଇଙ ତରଫରୁ ଜନତାଙ୍କୁ ଅନୁରୋଧ କରାଯାଉଛି କି, ସେମାନେ ମେକ୍ ମାଇଟ୍ରିପ୍ ଏବଂ ଗୋ ଆଇବିବୋ ଜରିଆରେ ଅନଲାଇନ ହୋଟେଲ ବୁକିଂ କରନ୍ତୁ ନାହିଁ । କାରଣ ଏହି ପୋର୍ଟାଲ ଜରିଆରେ ହୋଟେଲବୁକ କରିବା ଦ୍ୱାରା ହୋଟେଲ ସେମାନଙ୍କର ବୁକିଂ ଗ୍ରହଣ କରିବ ନାହିଁ ।

Comments are closed.