ମିଳିଗଲା ଔଷଧ ! ନିପା ଭାଇରସ ସହ ଲଢିବା ପାଇଁ ବାହାରିଲା ଔଷଧ, ସେବନ କରିବା ମାତ୍ରକେ ତୁରନ୍ତ ଠିକ୍ ହୋଇଯିବେ ରୋଗୀ

142

ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ନିପା ଭାଇରସ । ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ, ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ,ସଭିଙ୍କ ମନରେ କୋକୂଆ ଭୟ ସୃଷ୍ଟି କରିଛି ଏହି ନିପା ଭାଇରସ । ଏହି ଭାଇରସର ଶିକାର ହୋଇ ଏଯାବତ୍ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଉ ଏବେବି ହଜାର ହଜାର ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବଡ କଥା ହେଲା କି, ଏହି ଭାଇରସକୁ ଲଢିବା ପାଇଁ ଏଯାବାତ୍ କୌଣସି ବି ଔଷଧ ବାହାରି ପାରିନି କେବଳ ସଚେତନତା ହିଁ ଏହି ରୋଗରୁ ବଂଚିବାର ଏକମାତ୍ର ନିରାକରଣ । କିନ୍ତୁ ଏବେ ଆଉ ଏହି ଭାଇରସ କାରଣରୁ କାହାର ଜୀବନ ଯିବ ନାହିଁ, କେହି ବି ନିପା ଭାଇରସରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିବେ ନାହିଁ । କାରଣ ଏହି ଭାଇରସକୁ ଲଢିବା ପାଇଁ ଏବେ ରାମବାଣ ଔଷଧ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଦଳ । ଆଜ୍ଞା ହଁ ! ଏବେ ନିପା ଭାଇରସକୁ ରୋକା ଯାଇପାରିବ । ତେବେ କିପରି ଆସନ୍ତୁ ଜାଣିବା…..

Indian Homeopathic Medical Association ନିପା ଭାଇରସର ମୁକାବିଲା ପାଇଁ ବିଶ୍ୱର ପ୍ରଥମ ଔଷଧ ପ୍ରସ୍ତୁତ କରିଛନ୍ତି ।ଯଦିଓ ଏହି ଔଷଧ ସଂପର୍କରେ ଅଧିକ କିଛି ସୂଚନା ମିଳିପାରି ନାହିଁ ତେବେ ବର୍ତ୍ତମାନ ଏହି ଔଷଧର ପ୍ରାଥମିକ ପରୀକ୍ଷା ହେବାକୁ ଯାଉଛି ଏବଂ ସରକାରଙ୍କ ତରଫରୁ ବି ଏଥିପାଇଁ ଅନୁମତି ବି ମଗାଯାଇଛି । ଯଦି ଏହା ସଫଳ ହୋଇଯାଏ ତେବେ ନିପା ଭାଇରସକୁ ରୋକିବା ସହଜ ହୋଇପାରେ ବୋଲି ଡାକ୍ତରମାନେ ଆଶା ରଖିଛନ୍ତି ।

ସୂଚନା ମୁତାବକ,Indian Homeopathic Medical Association କେରଳ ଇକାଇର ଅଧିକାରୀ ବି.ଉନ୍ନିକୃଷ୍ଣନଙ୍କ କହିବା କଥା ହେଲା କି, Homeopathy ସମସ୍ତ ପ୍ରକାରର ଜ୍ୱର ବା ରୋଗ ପାଇଁ ଉପଯୁକ୍ତ ଔଷଧ ଅଟେ ଏବଂ ତେଣୁ ତାଙ୍କୁ ରୋଗୀମାନଙ୍କର ଚିକିତ୍ସା ପାଇଁ ଅନୁମତି ପ୍ରଦାନ କରାଯିବା ଉଚିତ । ଆସୋସିଏସନ କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ କେ.କେ. ସୈଲଜାଙ୍କୁ ଅନୁରୋଧ କରିଛି କି, ଏହି ନିପା ଭାଇରସରେ ଆକ୍ରାନ୍ତ ଥିବା ରୋଗୀମାନଙ୍କର ଚିକିତ୍ସା କରିବାକୁ ତାଙ୍କୁ ଅନୁମତି ଦିଆଯାଉ ବୋଲି ।

ଭାଇରସର ଲକ୍ଷଣ

ନିପା ଭାଇରସ ଆକ୍ରାନ୍ତ କରିଥିବା ବ୍ୟକ୍ତିଙ୍କର ଜ୍ୱର ଓ ମୁଣ୍ଡବିନ୍ଧା ହୋଇଥାଏ । ପ୍ରଥମେ ଆକ୍ରାନ୍ତକାରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖା ଦେଇଥାଏ । ନ୍ୟୁରୋଲୋଜିକାଲ ସମସ୍ୟା, ପ୍ରବଳ ମୁଣ୍ଡବିନ୍ଧା, ମାଂସପେଶୀରେ ସମସ୍ୟା, ଅଳସୁଆ ଲାଗିବା, ଓ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଥିଲେ ଏହା ନିପା ଭାଇରସର ସଂକେତ ଦେଇଥାଏ ।

ଘରୋଇ ଉପଚାର

ତୁଳସୀ

ତୁଳସୀରେ ସାଧାରଣତଃ ଅନେକ ଔଷଧୀୟ ଗୁଣ ଭରପୁର ପରିମାଣରେ ଭର୍ି ହୋଇରହିଛି । ଏହାକୁ ଯଦି ମହୋଷଧି କହିବା ତେବେ ହୁଏତ କିଛି ଭୁଲ ହେବନି । ତେବେ ତୁଳସୀ ବ୍ୟବହାର କରି ଆପଣ ନିଜକୁ ଏହି ନିପା ଭାଇରସରୁ ରକ୍ଷା କରିପାରିବେ । ଆପଣଙ୍କୁ ପ୍ରତିଦିନ କୌଣସି ବି ରୂପରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ତୁଳସୀ ପତ୍ର ଖାଲି ପେଟରେ ସେବନ କରିବା ଉଚିତ । କାରଣ, ଏଥିରେ ଥିବା ଆଂଟିବାୟୋଟିକ ଭାଇରସକୁ ଲଢିବାରେ ସାହାଯ୍ୟ କରିଥାଏ ।

ରସୁଣ

ଆପଣ ପ୍ରତିଦିନ ରସୁଣ ନିଶ୍ଚୟ ଖାଉଥିବେ । କିନ୍ତୁ ନିପା ଭାଇରସରୁ ବଂଚିବା ପାଇଁ ବି ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଲେଖାଏଁ କଂଚା ରସୁଣ ସେବନ କରିବାକୁ ହେବ । କଂଚା ରସୁଣ ସେବନ କରିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ । ଏବଂ ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

କପୂର

ସଂକ୍ରମଣରୁ ରକ୍ଷା ପାଇବା ପାଇଁ କପୂର ଔଷଧ ଭାବରେ କାମ କରିଥାଏ । ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣରୁ ବଂଚିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଆପଣ ଏହାକୁ ସେବନ କରିପାରିବେ କିନ୍ତୁ ଏହାର ମାତ୍ର ଗହମ ଦାନା ବରାବର କିମ୍ବା ଏହାଠାରୁ ବି କମ୍ ରଖନ୍ତୁ । ସେହିପରି ଘରେ ବି ଏହାକୁ ସମୟେ ସମୟେ ଜଳାନ୍ତୁ । କାରଣ କପୂର ସୁଗନ୍ଧରେ ବି ଭାଇରସର ପ୍ରଭାବ କମ୍ ହୋଇଥାଏ ।

ନିମ

ନିମକୁ ପ୍ରାକୃତିକ ଆଂଟିବାୟୋଟିକ୍, ଆଂଟିଇନଫ୍ଲେମେଟରୀ ଭାବରେ ବ୍ୟବହାର କରିପାରିବେ । ପ୍ରତିଦିନ ନିମ ପତ୍ର ଚୋବାଇବା ଦ୍ୱାରା ଆପଣ ନା କେବଳ ନିପା ଭାଇରସ ରକ୍ଷା ପାଇପାରିବେ ବରଂ ରକ୍ତକୁ ବି ଶୁଦ୍ଧ କରିପାରିବେ ।

ଭାଇରସରୁ ରକ୍ଷା ପାଇବା ପାଇଁ ଏହା ବି କରନ୍ତୁ

• ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ

• ଏନଏଚ ୯୫ ଗ୍ରେଡ଼ କିମ୍ବା ଏହାଠାରୁ ଉଚ୍ଚ ମାସ୍କ ପିନ୍ଧିବା ଆବଶ୍ୟକ

• ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁ

• ପକ୍ଷୀ ମାନେ ଯେଉଁ ଫଳ ଖାଇଥାନ୍ତି ତାହା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରୁହନ୍ତୁ

• ଖାସକରି ପଶୁ ଓ ପକ୍ଷୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଘୋଡ଼ା, ବାଦୁଡ଼ି, କୁକୁରଙ୍କ ଠାରୁ ଯଥାସମ୍ଭବ ଦୁରେଇ ରୁହନ୍ତୁ

• ଖାଇବା ପୂର୍ବରୁ ଫଳ ଗୁଡ଼ିକୁ ଭଲ ଭାବେ ଧୋଇ ନିଅନ୍ତୁ

• ଘରକୁ ସଫାସୁତରା ରଖନ୍ତୁ । ଖାସକରି ଶିଶୁ ମାନଙ୍କୁ ସଫା ସୁତରା ରଖନ୍ତୁ

• ଘରର ଝରକା ବନ୍ଦ କରି ରଖନ୍ତୁ ନଚେତ ଖୁବ କମ ସମୟ ଝରକା ଖୋଲନ୍ତୁ

• ଅବ୍ୟବହୃତ ନଳକୂଅର ପାଣି ବ୍ୟବହାର କରନ୍ତୁ ନାହିଁ କି ଏହାର ଆଖ ପାଖକୁ ମଧ୍ୟ ଯାଆନ୍ତୁ ନାହିଁ

• ଯଦି ୨ ଦିନରୁ ଅଧିକ ଜ୍ୱର ରହୁଛି କିମ୍ବା ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ

• ଜୁସ୍ ପିଇବା ସମୟରେ ସୁନିଶ୍ଚିତ ହୁଅନ୍ତୁ କି ଦୋକାନୀ କୌଣସି କଟା ଫଟ କିମ୍ବା ଖଣ୍ଡିଆ ଫଳ ବ୍ୟବହାର କରୁନାହାଁନ୍ତି ତ ।