ଓଡିଶା ମୁହାଁ ନିପା ଭାଇରସ୍ ! ଆପଣଙ୍କ ଘରେ ବି ଥାଇପାରେ ଏହି ରୋଗର ଭୂତାଣୁ, ଏଭଳି କରନ୍ତୁ ଚିହ୍ନଟ ଓ ଘରୋଇ ଉପାୟରେ ରୁହନ୍ତୁ ସୁରକ୍ଷିତ

49

ଦିନକୁ ଦିନ ଅଣାୟତ ହେବାରେ ଲାଗିଲାଣି ନିପା ଭାଇରସ୍ । ପ୍ରତିଦିନ ଏହି ଭାଇରସ ନିଜ କାୟ ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ ବାଲାଂଦେଶରୁ ଆସିଥିବା କୁହାଯାଉଥିବା ବେଳେ ଏହା ଭାରତର ଅନେକ ସ୍ଥାନରେ ବ୍ୟାପିଲାଣି । ଏପରିକି ଏହି ଭାଇରସ ଏବେ ଓଡିଶାରେ ମଧ୍ୟ ଦେଖାଦେଲାଣି । କଟକ ଏସସିବି ବଡ ମେଡିକାଲରେ ନିପାହ ଭାଇରସ୍ ଆକ୍ରାନ୍ତ ହୋଇଥିବା ଆଶଙ୍କାରେ ୮ ଜଣଙ୍କୁ ଭର୍ତି କରାଯାଇଛି । ଏମାନେ ସମସ୍ତେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳର ବୋଲି ଜଣାପଡିଛି । ସମସ୍ତ ୮ଜଣ ଗୋଆରେ ଏକ ଫାଷ୍ଟଫୁଡ୍ ଦୋକାନରେ କାର୍ଯ୍ୟ କରୁଥିଲେ । କ୍ରମାଗତ ଭାବେ ଜ୍ୱର ଓ ଛିଙ୍କ ଲାଗି ରହିବାରୁ ସେମାନେ ବାଲେଶ୍ୱର ଚାଲି ଆସିଥିଲେ । ବାଲେଶ୍ୱର ଡାକ୍ତର ଯାଂଚ କରିବା ପରେ ସେମାନେ ଅଜଣା ଭୁତାଣୁ ଦ୍ୱାରା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଇଥିଲା । ପରେ ସେମାନଙ୍କୁ ଡାକ୍ତର ଏସସିବିକୁ ରେଫର କରିଥିଲେ । ଏହାର କୌଣସି ସଠିକ ପ୍ରତିଷୋଧକ ଔଷଧ ବାହାରି ନଥିବାରୁ ଏଥିରେ ପୀଡିତ ଲୋକମାନଙ୍କୁ ବଞ୍ଚାଇବା ସହଜ ହେଉ ନାହିଁ । ବଡ କଥା ହେଲା କି, ଏହି ମୃତ୍ୟୁର ବାହାକ ତଥା ନପା ଭାଇରସର ମୁକାବିଲା ପାଇଁ ଏଯାବତ କୋଣସି ବି ନିରାକରଣ ବାହାରି ପାରିନି । କେବଳ ସତର୍କତା ହିଁ ଏହି ଭାଇରସରୁ ବଂଚିବାର ଏକ ମାତ୍ର ସମାଧାନ । ତେବେ ଆଜି ଆମେ ଆପଣ ଏଭଳି କିଛି ଜିନିଷ ସଂପର୍କରେ ଜଣାଇବୁ ଯାହାକୁ ଆପଣ ବ୍ୟବହାର କରି ଏହି ଭାଇରସରୁ ରକ୍ଷା ପାଇପାରିବେ ।

ଭାଇରସର ଲକ୍ଷଣ

ନିପା ଭାଇରସ ଆକ୍ରାନ୍ତ କରିଥିବା ବ୍ୟକ୍ତିଙ୍କର ଜ୍ୱର ଓ ମୁଣ୍ଡବିନ୍ଧା ହୋଇଥାଏ । ପ୍ରଥମେ ଆକ୍ରାନ୍ତକାରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖା ଦେଇଥାଏ । ନ୍ୟୁରୋଲୋଜିକାଲ ସମସ୍ୟା, ପ୍ରବଳ ମୁଣ୍ଡବିନ୍ଧା, ମାଂସପେଶୀରେ ସମସ୍ୟା, ଅଳସୁଆ ଲାଗିବା, ଓ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଥିଲେ ଏହା ନିପା ଭାଇରସର ସଂକେତ ଦେଇଥାଏ ।

ଘରୋଇ ଉପଚାର

ତୁଳସୀ

ତୁଳସୀରେ ସାଧାରଣତଃ ଅନେକ ଔଷଧୀୟ ଗୁଣ ଭରପୁର ପରିମାଣରେ ଭର୍ି ହୋଇରହିଛି । ଏହାକୁ ଯଦି ମହୋଷଧି କହିବା ତେବେ ହୁଏତ କିଛି ଭୁଲ ହେବନି । ତେବେ ତୁଳସୀ ବ୍ୟବହାର କରି ଆପଣ ନିଜକୁ ଏହି ନିପା ଭାଇରସରୁ ରକ୍ଷା କରିପାରିବେ । ଆପଣଙ୍କୁ ପ୍ରତିଦିନ କୌଣସି ବି ରୂପରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ତୁଳସୀ ପତ୍ର ଖାଲି ପେଟରେ ସେବନ କରିବା ଉଚିତ । କାରଣ, ଏଥିରେ ଥିବା ଆଂଟିବାୟୋଟିକ ଭାଇରସକୁ ଲଢିବାରେ ସାହାଯ୍ୟ କରିଥାଏ ।

ରସୁଣ

ଆପଣ ପ୍ରତିଦିନ ରସୁଣ ନିଶ୍ଚୟ ଖାଉଥିବେ । କିନ୍ତୁ ନିପା ଭାଇରସରୁ ବଂଚିବା ପାଇଁ ବି ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଲେଖାଏଁ କଂଚା ରସୁଣ ସେବନ କରିବାକୁ ହେବ । କଂଚା ରସୁଣ ସେବନ କରିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ । ଏବଂ ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

କପୂର

ସଂକ୍ରମଣରୁ ରକ୍ଷା ପାଇବା ପାଇଁ କପୂର ଔଷଧ ଭାବରେ କାମ କରିଥାଏ । ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣରୁ ବଂଚିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଆପଣ ଏହାକୁ ସେବନ କରିପାରିବେ କିନ୍ତୁ ଏହାର ମାତ୍ର ଗହମ ଦାନା ବରାବର କିମ୍ବା ଏହାଠାରୁ ବି କମ୍ ରଖନ୍ତୁ । ସେହିପରି ଘରେ ବି ଏହାକୁ ସମୟେ ସମୟେ ଜଳାନ୍ତୁ । କାରଣ କପୂର ସୁଗନ୍ଧରେ ବି ଭାଇରସର ପ୍ରଭାବ କମ୍ ହୋଇଥାଏ ।

ନିମ

ନିମକୁ ପ୍ରାକୃତିକ ଆଂଟିବାୟୋଟିକ୍, ଆଂଟିଇନଫ୍ଲେମେଟରୀ ଭାବରେ ବ୍ୟବହାର କରିପାରିବେ । ପ୍ରତିଦିନ ନିମ ପତ୍ର ଚୋବାଇବା ଦ୍ୱାରା ଆପଣ ନା କେବଳ ନିପା ଭାଇରସ ରକ୍ଷା ପାଇପାରିବେ ବରଂ ରକ୍ତକୁ ବି ଶୁଦ୍ଧ କରିପାରିବେ ।

ଭାଇରସରୁ ରକ୍ଷା ପାଇବା ପାଇଁ ଏହା ବି କରନ୍ତୁ

• ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ

• ଏନଏଚ ୯୫ ଗ୍ରେଡ଼ କିମ୍ବା ଏହାଠାରୁ ଉଚ୍ଚ ମାସ୍କ ପିନ୍ଧିବା ଆବଶ୍ୟକ

• ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁ

• ପକ୍ଷୀ ମାନେ ଯେଉଁ ଫଳ ଖାଇଥାନ୍ତି ତାହା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରୁହନ୍ତୁ

• ଖାସକରି ପଶୁ ଓ ପକ୍ଷୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଘୋଡ଼ା, ବାଦୁଡ଼ି, କୁକୁରଙ୍କ ଠାରୁ ଯଥାସମ୍ଭବ ଦୁରେଇ ରୁହନ୍ତୁ

• ଖାଇବା ପୂର୍ବରୁ ଫଳ ଗୁଡ଼ିକୁ ଭଲ ଭାବେ ଧୋଇ ନିଅନ୍ତୁ

• ଘରକୁ ସଫାସୁତରା ରଖନ୍ତୁ । ଖାସକରି ଶିଶୁ ମାନଙ୍କୁ ସଫା ସୁତରା ରଖନ୍ତୁ

• ଘରର ଝରକା ବନ୍ଦ କରି ରଖନ୍ତୁ ନଚେତ ଖୁବ କମ ସମୟ ଝରକା ଖୋଲନ୍ତୁ

• ଅବ୍ୟବହୃତ ନଳକୂଅର ପାଣି ବ୍ୟବହାର କରନ୍ତୁ ନାହିଁ କି ଏହାର ଆଖ ପାଖକୁ ମଧ୍ୟ ଯାଆନ୍ତୁ ନାହିଁ

• ଯଦି ୨ ଦିନରୁ ଅଧିକ ଜ୍ୱର ରହୁଛି କିମ୍ବା ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ

• ଜୁସ୍ ପିଇବା ସମୟରେ ସୁନିଶ୍ଚିତ ହୁଅନ୍ତୁ କି ଦୋକାନୀ କୌଣସି କଟା ଫଟ କିମ୍ବା ଖଣ୍ଡିଆ ଫଳ ବ୍ୟବହାର କରୁନାହାଁନ୍ତି ତ ।