ବଦଳିଲା ଇତିହାସ ! ଦୀର୍ଘ ୪୪୧ ବର୍ଷ ପରେ ମହାରାଣା ପ୍ରତାପଙ୍କଠାରୁ ପରାସ୍ତ ହେଲେ ଯୋଦ୍ଧା ଆକବର

69

ଇତିହାସକୁ ନେଇ ରାଜସ୍ତାନରେ ବର୍ତ୍ତମାନ ଦେଖାଦେଇଛି ଗରମାଗରମ ପରିସ୍ଥିତି । ହଦଳୀଘାଟିଠାରେ ହୋଇଥିବା ଯୁଦ୍ଧ ପ୍ରସଙ୍ଗରେ ରାଜସ୍ତାନ ବୋର୍ଡ ସ୍କୁଲର ପୁସ୍ତକରେ ନୁଆ ଦାବି କରାଯିବାର ମାମଲା ଏବେ ସାମ୍ନାକୁ ଆସିଛି ।

ପୁସ୍ତକରେ ହଳଦୀଘାଟିଠାରେ ମହାନ ପ୍ରତାପି ଆକବର ଏବଂ ମହାରାଣା ପ୍ରତାପଙ୍କ ମଧ୍ୟରେ ହୋଇଥିବା ବିଶ୍ୱ ବିଖ୍ୟାତ ଯୁଦ୍ଧରେ ମହାରାଣା ପ୍ରତାପଙ୍କୁ ଏଠାରେ ବିଜୟୀ ହୋଇଥିବା ଦର୍ଶାଯାଇଛି । ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ଚଳିତ ବର୍ଷ ଏହି ପୁସ୍ତକର ପାଠ୍ୟକ୍ରମରେ କିଛି ସଂସ୍କରଣ ଅଣାଯାଇଛି । ତେବେ ରାଜସ୍ତାନ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ବିଏଲ୍ ଚୌଧୁରୀଙ୍କ ସୂଚନା ମୁତାବକ, ‘ପୁସ୍ତକରେ କେଉଁଠାରେ ବି ସିଧାସଳଖ ଭାବେ ଉଲ୍ଲେଖ କରାଯାଇ ନାହିଁ କି ଯୁଦ୍ଧରେ ମହାରାଣା ପ୍ରତାପ ଆକବରଙ୍କୁ ହରାଇଥିଲେ ବୋଲି’ ।

ସେ ପୁଣି ମଧ୍ୟ କହିଛନ୍ତି, ବହିର ୩୧ ନମ୍ବର ପୃଷ୍ଠାରେ ଲେଖା ଯାଇଛି କି, କିଛି ଇତିହାସକାରୀମାନେ ଏହାକୁ ପରିଣାମ ତଥା ଫଳାଫଳବିହୀନ ଯୁଦ୍ଧର ସଂଜ୍ଞା ଦେଇଛନ୍ତି । ତେବେ ଫଳାଫଳର ସମୀକ୍ଷା କାରଣରୁ ନିମ୍ନଲିଖିତ ଆଧାର ବିବେଚନୀୟ । କାରଣ ଆକବରଙ୍କର ଉଦ୍ଦେଶ୍ୟ ମହାରାଣା ପ୍ରତାପଙ୍କୁ ଜୀବିତ ଭାବେ ବନ୍ଦୀ କରିବାର ଥିଲା ଏବଂ ସେ ମେୱାରକୁ ମୋଗଲ ସାମ୍ରାଜ୍ୟରେ ମିଶାଇବାକୁ ଚାହୁଁଥିଲେ । ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ କି ଆକବର ମହାରାଣା ପ୍ରତାପଙ୍କୁ ହରାଇଥିଲେ ମଧ୍ୟ ଜିତି ପାରିନଥିଲେ । ଏହା ଏଭଳି ପୃଷ୍ଠଭୂମି ଅଟେ ଯାହାକି ହଳଦୀଘାଟି ଯୁଦ୍ଧର ଫଳାଫଳ ମହାରାଣା ପ୍ରତାପଙ୍କ ସପକ୍ଷରେ ଆଣି ଠିଆ କରିଦେଇଛି ।

ଏଯାବତ୍ ଇତିହାସରେ ଏହା ପଢାଯାଏଁ ଉଦୟପୁର ନିକଟରେ ହଳଦୀଘାଟିଠାରେ ମହାରାଣା ପ୍ରତାପ ଏବଂ ଆକବରଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଯେଉଁଥିରେ ଆକବରଙ୍କର ବିଜୟ ହୋଇଥିଲା । ତେବେ ପିଟିଆଇରେ ପ୍ରକାଶିତ ଖବର ମୁତାବକ, ସାମାଜିକ ବିଜ୍ଞାନର ଏହି ନୂତନ ପୁସ୍ତକକୁ ୨୦୧୭-୧୮ରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଆଉ ପୁସ୍ତକର ଏକ ଅଧ୍ୟାୟ ଉଲ୍ଲେଖ କରିଥିବା ପ୍ରଫେସର ଚନ୍ଦ୍ରଶେଖର ଶର୍ମାଙ୍କର ଦାବି ରହିଛି ଯେ, ଏଭଳି ଅନେକ ତଥ୍ୟ ରହିଛି ଯାହା ଇଙ୍ଗୀତ କରେ କି ଏହି ଯୁଦ୍ଧର ଫଳାଫଳ ମହାରାଣା ପ୍ରତାପ ତଥା ମେୱାର ରାଜପୁତ ରାଜାଙ୍କ ପକ୍ଷରେ ରହିଥିଲା ।

ଶର୍ମାଙ୍କ ଦାବି ରହିଛି, ଏହା ଏଭଳି ଏକ ପୃଷ୍ଠଭୂମି ଯାହାକି ହଳଦୀଘାଟି ଯୁଦ୍ଧର ଫଳାଫଳ ମହାରାଣା ପ୍ରତାପଙ୍କ ସପକ୍ଷରେ ନେଇ ଠିଆ କରି ଦେଇଛି । ତାଙ୍କ ଭାଷାରେ . . .

• ଆକବରଙ୍କ ଉଦ୍ଦେଶ୍ୟ ଥିଲା କି, ମହାରାଣା ପ୍ରତାପକୁ ବନ୍ଦୀ କରାଯାଉ ଏବଂ ମୋଗଲ ଦରବାରରେ ତାଙ୍କୁ ହାଜର କରାଯାଉ କିମ୍ବା ମୃୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ।

• ଏଥିସହିତ ରାଜପୁତ ରାଜାଙ୍କ ସାମ୍ରାଜ୍ୟକୁ ମୋଗଲ ସାମ୍ରାଜ୍ୟରେ ଅର୍ନ୍ତଭୁକ୍ତ କରିବାର ଥିଲା । କିନ୍ତୁ ଆକବର ନିଜର କୌଣସି ଲକ୍ଷ୍ୟରେ ବି ସଫଳ ହୋଇ ପାରିନଥିଲେ ।

• ଏଭଳି ଅନେକ ଐତିହାସିକ ପ୍ରମାଣ ରହିଛି, ଯେଉଁଥିରେ ମୋଗଲ ସେନାମାନେ ମେୱାରକୁ ପରାସ୍ତ କରିବାରେ ଅସଫଳ ହୋଇଥିଲେ ଏବଂ ଯୁଦ୍ଧ ମହାରାଣା ପ୍ରତାପଙ୍କ ସପକ୍ଷରେ ହିଁ ରହିଥିଲା ।

ସୌଜନ୍ୟ-ବିବିସି ନ୍ୟୁଜ୍