କେବେ ହୋଇଥିଲା ଭାରତୀୟଙ୍କ ଉତ୍ପତି ! ସାମ୍ନାକୁ ଆସିଲା ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟକର ତଥ୍ୟ

30

ଭାରତୀୟ ଉତ୍ପତି ନେଇ ବିଦ୍ୱାନ ଓ ବୈଜ୍ଞାନିକଙ୍କ ମଧ୍ୟରେ ଘୋର ମତଭେଦ ରହିଥିବାବେଳେ ଏନେଇ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି । ତେବେ ବିଶ୍ୱର ତିନୋଟି ପୃଥକ ଦେଶାନ୍ତରଣ ପ୍ରବାହରୁ ଭାରତୀୟ ଜନସଂଖ୍ୟାର ଉତ୍ପତି । ପାଖାପାଖି ୫୦ ହଜାର ବର୍ଷ ଧରି ଆଫ୍ରିକା,ଇରାନ ଓ କେନ୍ଦ୍ରୀୟ ଏସିଆର ଦେଶାନ୍ତରଣ ପ୍ରକ୍ରିୟାରୁ ହିଁ ଭାରତୀୟଙ୍କ ଉତ୍ପତି ହୋଇଛି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ତେବେ ଭାରତୀୟ ଉପମହାଦଶରେ ବାସକରୁଥିବା ଲୋକଙ୍କ ଜିନଗତ ପ୍ରମାଣକୁ ଆଧାର କରି ଏହା ଜଣା ପଡିଛି ।

ସୂଚନା ମୁତାବକ, ଭାରତୀୟ ଉପମହାଦେଶ ଏକ ବିଶାଳ ଆନୁବଂଶିକ ବିବିଧତାକୁ ଆଶ୍ରୟ ଦେଇଛି । ଏଠାରେ ବିଭିନ୍ନ ଭାଷାଭାଷୀର ଲୋକେ ବାସ କରନ୍ତି । ତେବେ ପାଖାପାଖି ୫୦ ହଜାରରୁ ଅଧିକ ବର୍ଷ ପୂର୍ବେ ଆଫ୍ରିକାରୁ ଆସିଥିବା ଶିକାରୀ-ସଂଗ୍ରହକାରୀ ତଥା ଆର୍ଯ୍ୟ ଅଧିବାସୀମାନେ ଏଠାରେ ବଂଶବିସ୍ତାର କରିଥିଲେ । ୧୦-୨୦ ହଜାର ବର୍ଷ ପୂର୍ବେ ତଥା ଶେଷ ହିମଯୁଗ ଅନ୍ତ ହେବାବେଳକୁ କୃଷିର ଆରମ୍ଭ ହୋଇଥିଲା । ଏହି ସମୟରେ ପରବର୍ତ୍ତୀ ବସତି ସ୍ଥାପନର ପ୍ରବାହ ଇରାନ ଦିଗରୁ ଆସିଥିଲା । ଏହି ଆର୍ଯ୍ୟ ସନ୍ତକଗୁଡିର ଅଧିକ ମହିଳାଙ୍କ ମାଇଟ୍ରୋକୋଣ୍ଡ୍ରିଆଲ୍ ଡିଏନଏରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୁଏ । ତେବେ ପୁରୁଷଙ୍କ ୱାଇ-ଗୁଣସୂତ୍ରର ପରିବର୍ତ୍ତନ ସଂପୂର୍ଣ୍ଣ ଭାବେ ଭିନ୍ନ ବୋଲି ବିଏମସି ଇଭୋଲ୍ୟୁଶନାରୀ ବାୟୋଲୋଜି ଜର୍ନାଲରେ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି ।

ତେବେ ଏହ ଗବେଷଣାରେ ସାମିଲ ହୋଇଥିବା ମାରିନା ସିଲଭାଙ୍କ ମତରେ, ଏହି ଗୁରୁତ୍ୱପୂର୍ଣ୍ଣ ସନ୍ତକଗୁଡିକ ଅଧିକ ଆଧୁନିକ । ୫ ହଜାରରୁ କମ୍ ବର୍ଷ ପୂର୍ବେ କେନ୍ଦ୍ରୀୟ ଏସିଆରୁ ଲୋକେ ଏଠାକୁ ଚାଲିଆସିଥିବା ଭଳି କିଛି ବିବାଦୀୟ ତଥ୍ୟ ବିଷୟରେ ପ୍ରମାଣ ମିଳିଛି । ତେବେ ଏମାନେ କୃଷ୍ଣସାଗର ଓ କାସ୍ପିୟାନ ସାଗର ମଧ୍ୟସ୍ଥ ତଥା କାଂସ୍ୟଯୁଗୀୟ ଅଧିବାସୀଙ୍କ ମଧ୍ୟରେ ବଂଶବିସ୍ତାର କରିଥିବା ଭଳି ଯାହା ଜାଣିବାକୁ ମିଳିଛି । ଖାଲି ସେତିକି ନୁହେଁ ସେତେବେଳେ ପୁରୁଷମାନେ ଘୋଡା ପାଳନ କରୁଥିଲେ । ସେମାନେ ଯାହା କହୁଥିଲେ ପରବର୍ତ୍ତୀ ସମୟରେ ତାହା ହିନ୍ଦୁମାନଙ୍କ ଆନୁଷ୍ଠାନିକ ଭାଷା ତଥା ସଂସ୍କୃତ ଭାଷାରେ ପରିଣତ ହେଲା । ତେବେ ସଂସ୍କୃତ ପ୍ରାଚୀନ ଗ୍ରୀକ୍ ଓ ଲାଟିନ୍ ଭାଷା ସହ ଜଡିତ ବୋଲି ୨୦୦ରୁ ଅଧିକ ବର୍ଷ ତଳେ ଭାଷାବିତମାନେ ମଧ୍ୟ ପ୍ରମାଣ ପାଇ ସାରିଛନ୍ତି ।