ବଡ ଘର ବଡ ଗୁମର କଥା ! ଜାଣନ୍ତୁ ଅମ୍ବାନୀ ବୋହୂଙ୍କ କାରନାମା

192

ଅମ୍ବାନୀ ପରିବାର ଦେଶର ସବୁଠାରୁ ପ୍ରଭାବଶାଳୀ ତଥା ଧନୀ ପରିବାର । ଅମ୍ବାନୀ ପରିବାରରେ ବଡ ଭାଇ ମୁକେଶ ଅମ୍ବାନୀ ହୋଇଥିବାବେଳେ ଛୋଟ ତଥା ସାନ ଭାଇ ହେଉଛନ୍ତି ଅନୀଲ ଅମ୍ବାନୀ । ତେବେ ଆମେ ଆଜି ଆପଣଙ୍କୁ ଅମ୍ବାନୀ ପରିବାର ଉପରେ ନୁହେଁ ବରଂ ଅମ୍ବାନୀ ପରିବାରର କୂଳବୋହୂଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜଣାଇବାକୁ ଯାଉଛୁ । ଆସନ୍ତୁ ଜାଣିବା ।

ଅନୀଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀ ହେଉଛନ୍ତି ଘରର ଛୋଟ ବୋହୂ । ଟିନା ଏକ ସମୟରେ ବଲିଉଡ ଜଗତର ଜଣେ ଗ୍ଲାମରିୟସ ଅଭିନେତ୍ରୀ ରହିଆସିଛନ୍ତି । ତାଙ୍କର ସେହି ରୂପ ଯୌବନରେ ଆକର୍ଷିତ ହୋଇ ଅନୀଲ ତାଙ୍କୁ ପ୍ରେମ ବିବାହ କରିଥିଲେ । ଯଦିଓ ଉଭୟଙ୍କ ସଂପର୍କକୁ ପ୍ରଥମେ ଅମ୍ବାନୀ ପରିବାର ଗ୍ରହଣ କରିନଥିଲା ମାତ୍ର ପରବର୍ତ୍ତି ମୁହୂର୍ତ୍ତରେ ଅନୀଲଙ୍କ ଜିଦ୍ଦ ଆଗରେ ପରିବାର ଲୋକଙ୍କୁ ଝୁକି ବାକୁ ପଡିଥିଲା । ତେବେ ପରିବାର ଲୋକଙ୍କ ସ୍ୱୀକୃତି କ୍ରମେ ଉଭୟଙ୍କ ବିବାହ ୧୯୯୧ରେ ହୋଇଥିଲା ।

ଏବେ ଜାଣନ୍ତୁ ନିତା ଅମ୍ବାନୀଙ୍କ ସଂପର୍କରେ । ନିତା ଜଣେ ମଧ୍ୟମ ବର୍ଗୀୟ ପରିବାର ଝିଅ ଅଟନ୍ତି । ଯେବେକି ଟିନା ସେହି ସମୟରେ ବଲିଉଡର ଜଣେ ନାମକରା ଅଭିନେତ୍ରୀ ଥିଲେ । ତେବେ ସେହି ସମୟରେ ଉଭୟଙ୍କ ଲାଇଫଷ୍ଟାଇଲ ଥିଲା ସଂପୂର୍ଣ୍ଣ ଅଲଗା । କିନ୍ତୁ ଉଭୟଙ୍କ ମଧ୍ୟରେ ଗୋଟିଏ କଥା ସମାନ ଥିଲା । ସେ ହେଉଛି ଉଭୟଙ୍କର ରହିଥିଲା କଳାରେ ରୁଚି । ତେବେ ବିବାହର ମାତ୍ର କିଛି ଦିନ ପରେ ଟିନା ତାଙ୍କ ରୁଚି ତଥା ପସନ୍ଦରୁ ଦୂରେଇ ଯାଇଥିଲାବେଳେ ନିତା କିନ୍ତୁ ତାକୁ ନିଜ ଜୀବନରେ ବଜାୟ ରଖିଥିଲେ ।

ଟିନା ଜଣେ ଗୁଜୁରାଟି ପରିବାରର ଝିଅ । ଆଉ ତାଙ୍କ ପାଳନପାଳନ ମୁମ୍ବାଇରୁ ହିଁ ହୋଇଥିଲା । ଯେଉଁଥିପାଇଁ ତାଙ୍କର ସିନେମାରେ ଅଭିନୟ କରିବାରେ ପ୍ରବଳ ଇଚ୍ଛା ଥିଲା । ଖାଲି ସେତିକି ନୁହେଁ ନିତା ୧୯୭୫ରେ ଟିମ୍ ପ୍ରିନସେସ୍ ପ୍ରତିଯୋଗୀତାରେ ଭାରତର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ । ଏବଂ ଏହା ପରେ ପରେ ସେ ବଲିଉଡରେ ପାଦ ଦେଇଥିଲେ । ସେହିପରି ନିତାଙ୍କ ଜନ୍ମ ଏବଂ ପାଳନପାଳନ ମୁମ୍ବାଇରୁ ଆରମ୍ଭ ହୋଇଥିଲା । ତେବେ ନିତାଙ୍କ ପରିବାର ଏକ ମଧ୍ୟବିତ ପରିବାର ଥିଲା । ଏବଂ ତାଙ୍କ ବାପା ବିର୍ଲାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଥିଲେ ।

ଅମ୍ବାନୀ ପରିବାରର ବୋହୂ ହେବା ପୂର୍ବରୁ ନିତା ଏକ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଉଥିଲେ । ଏଥିସହ ସେ ଟଙ୍କାର ମହତ୍ୱକୁ ଭଲଭାବରେ ବୁଝିଥିଲେ । ସଂପର୍କରେ ଖୁବ୍ ଭଲଭାବରେ ଜଣାଥିଲା । ତେବେ ଆଜିକା ଦିନରେ କହିବାକୁ ଗଲେ ଗ୍ଲାମରିୟସ ଦୁନିଆରେ ଇଚ୍ଛା ରଖିଥିବା ଟିନା ବିବାହ ପରଠାରୁ ଏସବୁ କ୍ଷେତ୍ରରୁ ସବୁଦିନ ପାଇଁ ଦୂରେଇ ଯାଇଥିବାବେଳେ ନିତାଙ୍କଠାରେ ଦେଖାଦେଇଥିଲା ବ୍ୟତିକ୍ରମ । ଅର୍ଥାତ୍ ବିବାହ ପରେ ପରେ ନିତା ଦେଖାଇଲେ ନିଜର ଜଲୱା । ମଡେଲିଂ କରିବା ସହ ସେ ଏବେ ଅନେକ ଫ୍ୟାନସ ଶୋରେ ମଧ୍ୟ ନଜର ଆସିଲେଣି ।