କିଭଳି ହେଲା କିନ୍ନରଙ୍କ ଉତ୍ପତି ! ଜାଣନ୍ତୁ ଏହାର ରହସ୍ୟମୟ କାହାଣୀ

154

ସାଧାରଣତଃ ଆପଣ କିନ୍ନରଙ୍କ ସପର୍କରେ ଜାଣିଥିବେ । ତେବେ ମନୁଷ୍ୟଙ୍କ ପରି କିନ୍ନରମାନେ ମଧ୍ୟ ୨ ପ୍ରଜାତିର । ଗୋଟିଏ ହେଲା କିନ୍ନ-ପୁରୁଷ ଏବଂ ଅନ୍ୟଟି ହେଲା କିନ୍ନ-ପୁରୁଷି । ତେବେ ଏମାନଙ୍କର ଉତ୍ପତି କିପରି ଆଉ କେଉଁ କାରଣରୁ ହୋଇଥିଲା ଆଜି ଆମେ ସେ ସଂପର୍କରେ ଜଣାଇବୁ ।

ଅନେକ ବର୍ଷ ପୂର୍ବେ ପ୍ରଜାପତି କଦର୍ମଙ୍କର ଏକ ପୁତ୍ର ଥିଲେ ଯିଏ କି ରାଜା ଇଲ୍ ନାମରେ ପରିଚିତ । ସେ ଥିଲେ ଜଣେ ଧର୍ମାତ୍ମା । ଦିନେ ଇଲ୍ ନିଜ ସୈନ୍ୟମାନଙ୍କ ସହ ଶିକାର ପାଇଁ ବାହାରି ଥିଲେ । ଅନେକ ପଶୁପକ୍ଷୀଙ୍କ ଶିକାର କରିବା ପରେ ମଧ୍ୟ ସେ ସନ୍ତୁଷ୍ଟ ନଥିଲେ ଆଉ ସେ ଶକାର କରି କରି ଏକ ପର୍ବତରେ ପହଂଚି ଯାଇଥିଲେ ଯେଉଁଠାରେ କି ଭଗବାନ ଶିବ ତାଙ୍କ ପତ୍ନୀ ତଥା ମାତା ପାର୍ବତୀଙ୍କ ସହ ବିହାର କରୁଥିଲେ । ମାତା ପାର୍ବତୀଙ୍କ ମନ ପ୍ରସନ୍ନ କରିବାକୁ ଯାଇ ଭଗବାନ ଶିବ ସେହି ସମୟରେ ନିଜକୁ ଏକ ନାରୀ ବେଶରେ ପରିବର୍ତ୍ତନ କରିଦେଇଥିଲେ । କୁହାଯାଏ ସେହି ସମୟରେ ମଧ୍ୟ ସେହି ପର୍ବତରେ ବାସ କରୁଥିବା ସମସ୍ତ ପୁଲିଙ୍ଗ ପଶୁପକ୍ଷୀ ଏପରିକି ବୃକ୍ଷଲତା ମଧ୍ୟ ସ୍ତ୍ରୀ ଲିଙ୍ଗରେ ପରିଣତ ହୋଇଯାଇଥିଲେ । ଆଉ ସେହି ବନରେ ଶିକାର କରୁଥିବା ରାଜା ଇଲଙ୍କ ସମେତ ସମସ୍ତ ସୈନ୍ୟମାନେ ମଧ୍ୟ ନାରୀ ହୋଇଯାଇଥିଲେ ।

ତେବେ ନିଜର ଏଭଳି ବେଶ ଦେଖି ରାଜାଙ୍କ ସମେତ ସୈନ୍ୟମାନଙ୍କୁ ବହୁତ କଷ୍ଟ ହୋଇଥିଲା । ଯେତେବେଳେ ରାଜା ଜାଣିବାକୁ ପାଇଲେ କି ଏହା ଶିବଙ୍କ ଇଚ୍ଛାରୁ ହୋଇଛି ତେବେ ସେ ଆହୁରୀ ଭୟଭୀତ ହୋଇଯାଇଥିଲେ । ରାଜା ଇଲ ବିଳମ୍ବ ନ କରି ଶିବଙ୍କ ନିକଟରେ ଶରଣ ପସିଥିଲେ ମାତ୍ର ଶିବ ତାଙ୍କୁ ପୁରୁଷତ୍ୱ ବର ଦେବାକୁ ମନା କରିଦେଇଥିଲେ । ଏହାପରେ ରାଜା ମାତା ପାର୍ବତୀଙ୍କ ନିକଟରେ ଯାଇ ଶରଣ ପସିଲେ । ମାତା ପାର୍ବତୀ ରାଜାଙ୍କ ଉପରେ ପ୍ରସନ୍ନ ହୋଇ କହିଥିଲେ ‘ତୁମେ ଯେଉଁ ବର ଭୀକ୍ଷା କରୁଛ ତାକୁ ମୁଁ ଦେବାରେ ଅସମର୍ଥ କାରଣ ତାହାର ଅଧାଭାଗର ଦାତା ଭଗବାନ ଶିବ ଅଟନ୍ତି । ମୁଁ କେବଳ ପୁରୁଷତ୍ୱର ଅଧାଭାଗ ହିଁ ଦେଇପାରିବି । ଏହାର ଅର୍ଥ ହେଲା ତୁମେ କେବଳ ଅଧାଜୀବନ ପୁରୁଷ ହୋଇ ରହିପାରିବ । ଆଉ ଅଧାଜୀବନ ନାରୀ ହୋଇ ହିଁ ବିତେଇବାକୁ ପଡିବ । ମାତ୍ର ଯେତେବେଳେ ତୁମେ ନାରୀ ବେଶରେ ଥିବ ସେତେବେଳେ ତୁମର ପୁରୁଷ ଜୀବନର କୌଣସି କଥା ମନେ ରହିବ ନାହିଁ ଆଉ ଯେତେବେଳେ ପୁରୁଷ ବେଶରେ ଥିବେ ସେତେବେଳେ ମଧ୍ୟ ତୁମର ନାରୀ ଜୀବନର କିଛି ବି କଥା ମନେ ରହିବ ନାହିଁ ।’

ତେବେ ରାଜା ତ ଅଧା ଜୀବନ ପୁରୁଷ ଓ ଅଧା ଜୀବନ ନାରୀ ରୂପ ବିତାଇବାର ବରଦାନ ଲାଭ କରିଥିଲେ ମାତ୍ର, ରାଜା ଇଲଙ୍କ ସମସ୍ତ ସୈନିକ ସେହିଭଳି ନାରୀ ରୂପରେ ହିଁ ରହିଯାଇଥିଲେ । କୁହାଯାଏ, ଏହି ସୈନିକମାନେ ବୁଲି ବୁଲି ଯାଇ ମହାତ୍ମା ବୁଦ୍ଧଙ୍କ ଆଶ୍ରମରେ ପହଂଚିଥିଲେ । ଆଉ ସେମାନଙ୍କୁ ବୁଦ୍ଧ କହିଥିଲେ କି ‘ତୁମେମାନେ ସମସ୍ତ କିନ୍ନପୁରୁଷି ଏହିଠାରେ ଅବସ୍ଥାନ କର ଆଗାମୀ ଦିନରେ ତୁମେମାନେ ସମସ୍ତ କିନ୍ନପୁରୁଷ ବ୍ୟକ୍ତିଙ୍କୁ ପ୍ରାପ୍ତ କରିବ । ବୁଦ୍ଧଙ୍କ କହିବାନୁସାରେ ସମସ୍ତ କିନ୍ନପୁରୁଷିମାନେ ସେଠାରେ ବାସ କରିଥିଲେ । ତେବେ ଆମେ ଏଠାରେ କହି ରଖୁଛୁ କି କିନ୍ନରଙ୍କ ଏହି ପ୍ରକରଣର ସଂପୂର୍ଣ୍ଣ ବିବରଣୀ ରାମାୟଣର ଉତ୍ତରକାଣ୍ଡରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ।