ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କକୁ ନେଇ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତି : ଯାହା ଆପଣଙ୍କୁ ଝଟକା ବି ଦେଇପାରେ ଆଉ ଆଶ୍ୱସ୍ତି ମଧ୍ୟ

36

ଐତିହାସିକ ନିଷ୍ପତି ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଯାହାକି କେତେକଙ୍କୁ ଝଟକା ଦେଇପାରେ ତ ପୁଣି କାହାକୁ ଆଶ୍ୱସ୍ତି । ପ୍ରକୃତ ଘଟଣାଟି ହେଲା, ପଂଜାବ-ହରିୟାଣା ହାଇକୋର୍ଟରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଆବେଦନ କରିଥିଲେ । ଯାହାର ଶୁଣାଣି କରିବାକୁ ଯାଇ ମାନ୍ୟବର ହାଇକୋର୍ଟ ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟ କହିଛି କି, ପତ୍ନୀଙ୍କୁ ମାରଧର କରିବା ଯେଭଳି ଏକ ଅପରାଧ ଠିକ୍ ସେହିପରି ଛାଡପତ୍ର ଦେବା ପରେ ତାଙ୍କର ଭରଣପୋଷଣ ବାବଦକୁ ଟଙ୍କା ନଦେବା ତା’ଠାରୁ ବଡ ଅପରାଧ ।

ସୂଚନା ଅନୁସାରେ, ପୀଡିତାଙ୍କ ପତି ମଧ୍ୟପ୍ରଦେଶରେ ରୁହନ୍ତି । ସେହିପରି ତାଙ୍କର ୫୦ ବର୍ଷୀୟ ପତ୍ନୀ ଏବଂ ୨୮ ବର୍ଷୀୟ ଝିଅ ଅହମଦାବାଦରେ ବାସକରନ୍ତି । କୋର୍ଟ ଭରଣପୋଷଣ ବାବଦକୁ ଭର୍ତ୍ତା ନଦେବା କାରଣରୁ ମଧ୍ୟପ୍ରଦେଶ ପୁଲିସ ଅଧିକାରଙ୍କୁ ତୁରନ୍ତ ଉକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରି ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ଆହୁରୀ ମଧ୍ୟ କହିଛି କି, ନିୟମାନୁସାରେ, ଯଦି ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ତାର ଭରଣ ପୋଷଣ ବାବାଦକୁ ଟଙ୍କା ନ ଦିଅନ୍ତି ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଉ ତାହା ହେଉଛି ଜେଲ ଦଣ୍ଡାଦେଶ । ତେଣୁ ଏହି ମାମଲାରେ ପତି ଜଣକ ନା ହିଁ ନିଜ ପତ୍ନୀଙ୍କର ଭରଣପୋଷଣ ପାଇଁ ଟଙ୍କା ଦେଉଥିଲେ ନା ହିଁ କୋର୍ଟରେ ହାଜର ହେଉଥିଲେ ।

ସେହିପରି, ମାମଲାଟିର ଶୁଣାଣି କରିବାକୁ ଯାଇ କୋର୍ଟ ଆହୁରୀ ମଧ୍ୟ କହିଛି କି, ଅଭିଯୁକ୍ତ ପତିଙ୍କ ନିକଟକୁ ପଠାଯାଇଥିବା ନୋଟିସର ନା ତ ସେ କୌଣସି ସମ୍ମାନ କରିଥିଲେ । ନା ହିଁ ତାଙ୍କର କୌଣସି ଓକିଲ ଏବଂ ଖୋଦ ଅଭିଯୁକ୍ତ କୋର୍ଟର ଶୁଣାଣି ସମୟରେ ହାଜର ହୋଇଥିଲେ । ଯେଉଁଥି ପାଇଁ ବାଧ୍ୟ ହୋଇ କୋର୍ଟକୁ ଏଭଳି ନିଷ୍ପତି ନେବାକୁ ପଡିଥିଲା । ତେବେ ଯେଉଁମାନେ କୋର୍ଟ କଚେରୀକୁ ଆଦୌ ଭୟ କରୁ ନାହାଁନ୍ତି ସେମାନଙ୍କ ପାଇଁ ଏଭଳି ଦଣ୍ଡାଦେଶ କୌଣସି ଉଦାହରଣରୁ କମ ନୁହେଁ ବୋଲି କୋର୍ଟ ତରଫରୁ କୁହାଯାଇଛି ।