ବିନା ଡାଟାରେ ବି ଆପଣଙ୍କ ଫୋନରେ ଚାଲିବ ଇଂଟରନେଟ୍ ! କରିପାରିବେ ଚାର୍ଟି, ସପିଂ ଏବଂ ଅନଲାଇନ୍ ମନି ଟ୍ରାନ୍ସଫର, ଜାଣନ୍ତୁ କିପରି

34

ଏଣିକି ଆପଣ ବିନା ଡାଟାରେ ବି ନିଜ ସ୍ମାର୍ଟଫୋନରେ ଇଂଟରନେଟ୍ ଚଲାଇପାରିବେ । ଖାଲି ଏତିକି ନୁହେଁ ଏଥିରେ ଆପଣ ସପିଂଠାରୁ ଆରମ୍ଭ କରି ପ୍ରିୟପରିଜନଙ୍କ ସହିତ ଚାର୍ଟ ମଧ୍ୟ କରିପାରିବେ । ଆଉ ସେ ବି ପୂରା ମାଗଣାରେ । ଏଥିରେ ଆପଣଙ୍କୁ ଆପଣଙ୍କ ଫୋନରେ କୌଣସି ଡାଟା ପ୍ୟାକ୍ ପକାଇବାକୁ ଆବଶ୍ୟକତା ମଧ୍ୟ ପଡିବ ନାହିଁ । ତେବେ କିପରି ଆସନ୍ତୁ ଜାଣିବା ।

ନିକଟରେ ଇନଷ୍ଟାଂଟ ମେସେଜିଂ ଆପ ହାଇକ୍ ଏକ ନୂଆ ଟେକ୍ନୋଲୋଜି ଲଂଚ କରିଛି । ଯେଉଁଥିରେ ୟୁଜର୍ସ ଏବେ ହାଇକ୍ ଜରିଆରେ ବିନା କୌଣସି ଡାଟାରେ ମେସେଜ, ସପିଂ ଏବଂ ଫୋନ ରିଚାର୍ଜ ମଧ୍ୟ କରିପାରିବେ । ଏହାଛଡା ୟୁଜର୍ସ ବିନା ଇଂଟରନେଟରେ ନ୍ୟୁଜ୍ ମଧ୍ୟ ପଢିପାରିବେ । ଏହି ନୂଆ ଟେକ୍ନୋଲୋଜି ଜରିଆରେ ଆପଣ ବିନା ଇଂଟରନେଟ୍ ଦ୍ୱାରା ବି ଅନଲାଇନ ରହିପାରିବେ । ତେବେ ହାଇକର ଏହି ନୂଆ ଟେକ୍ନୋଲୋଜିର ନାଁ ରହିଛି ‘ଟୋଟାଲ’ ।

 

 

ହାଇକର ଟୋଟାଲ ଫିଚର ବର୍ତ୍ତମାନ କିଛି ହିଁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ପ୍ରିଲୋଡିଡ ହେବ । ଯାହାକୁ ୟୁଜର୍ସ ମାତ୍ର ୧ ଟଙ୍କା ଶୁଳ୍କ ବାବଦକୁ ଖର୍ଚ୍ଚ କରି ଲାଭ ଉଠାଇ ପାରିବେ । କଂପାନୀ ସୂଚନା ମୁତାବକ, ଖୁବ ଶୀଘ୍ର ହିଁ ଏହି ନୂଆ ଫିଚର ଜରିଆରେ ଅନେକ ଲୋକଙ୍କୁ ବିନା ଡାଟା ଖର୍ଚ୍ଚ କରି ଅନଲାଇନ ରହିବାର ସୁବିଧା ଦିଆଯିବ ।

 

 

ଏଠାରେ ଆମେ କହି ରଖୁଛି କି, ଇଂଟରନେଟ କନେକସନ ବିନା ଡାଟା ଟ୍ରାନ୍ସଫରକୁ ସକ୍ଷମ କରିବା ପାଇଁ କଂପାନୀ USSD-based technology ର ବ୍ୟବହାର କରୁଛି । ଫୋନରେ ହାଇକ୍ ମେସେଂଜନର, ବିନା ଡାଟା କାମ କରିବ । ବର୍ତ୍ତମାନ ହ୍ୱାଟସଆପ ଏବଂ ଫେସବୁକ ଭଳି ମେସେଜିଂ ଆପ ଜରିଆରେ ଚାର୍ଟିଂ କରିବା ପାଇଁ ଡାଟାର ଆବଶ୍ୟକତା ପଡିଥାଏ । ହେଲେ ଏବେ ଏହି ନୂଆ ଫିଚର ଜରିଆରେ ହାଇକ୍ ୟୁଜର ପରସ୍ପର ସହ ଚାର୍ଟ କରିପାରିବେ, ସେ ବି ପୁଣି ବିନା କୌଣସି ଡାଟା ଖର୍ଚ୍ଚ କରି । ଏହାବ୍ୟତୀତ, ୟୁଜର ଆଷ୍ଟ୍ରୋଲୋଜି, କ୍ରିକେଟ ସ୍କୋର ଏବଂ ମନି ଟ୍ରାନ୍ସଫର ମଧ୍ୟ କରିପାରିବେ । ତେବେ ଏହି ସୁବିଧାର ଲାଭ ୟୁଜର୍ସ ମାର୍ଚ୍ଚ ପହିଲାରୁ ହିଁ ଉଠାଇ ପାରିବେ । ବର୍ତ୍ତମାନ ଏହି ସୁବିଧା କେବଳ Intex Aqua Lions N1,Aqua Lions T1, Aqua Lions T1-Lite  ଏବଂ Karbonn A40 ରେ ହିଁ ପାଇପାରିବେ । ଏହି ସୁବିଧାକୁ ଏୟାରଟେଲ, ଏୟାରସେଲ ଏବଂ ବିଏସଏନଏଲ ନେଟୱର୍କରେ ବି ବ୍ୟବହାର କରିପାରିବେ ।